ETV Bharat / bharat

Cylinder Blast In Panipat: ଗୋଟିଏ ପରିବାରର ୬ ଜୀବନ୍ତ ଦଗ୍ଧ

author img

By

Published : Jan 12, 2023, 9:40 AM IST

Updated : Jan 12, 2023, 10:47 AM IST

ପାନିପତରେ ସିଲିଣ୍ଡର ବିସ୍ଫୋରଣ । ଏହି ଅଘଟଣରେ ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା । ଅଧିକ ପଢନ୍ତୁ

cylinder blast
cylinder blast

ଚଣ୍ଡିଗଡ: ହରିୟାଣାରେ ଭୟଙ୍କର ବିସ୍ଫୋରଣ । ପାନିପତରେ ଫାଟିଲା ଗ୍ୟାସ ସିଲିଣ୍ଡର । ସିଲିଣ୍ଡର ବିସ୍ଫୋରଣରେ ଗୋଟିଏ ପରିବାରର ୬ଜଣ ଦଗ୍ଧ ସୂଚନା । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଏବଂ ଚାରିଜଣ ଶିଶୁ ରହିଥିବା ସୂଚନା । ଗୁରୁବାର ଦିନ ପାନିପଟରେ ଘଟିଛି ଏହି ଅଘଟଣ । ତେବେ ଖବରପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି ।

ତେବେ ସୂଚନା ଅନୁସାରେ ମୃତକଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେମାନେ ପ୍ରାୟ ଦେଢ ବର୍ଷ ହେବ ଏହି ପର୍ଶୁରାମ କଲୋନୀରେ ରହୁଥିଲେ । ମୃତକମାନେ ହେଲେ ଅବଦୁଲ କରିମ(୫୦ ବର୍ଷ), ତାଙ୍କ ସ୍ତ୍ରୀ ଅଫରୋଜା(୪୬ ବର୍ଷ), ଇଶରତ ଖାତୁନ(୧୮ ବର୍ଷ), ରେସମା(୧୭ ବର୍ଷ), ଅଫାନ(୧୭ବର୍ଷ) ଏବଂ ଅବଦୁଲ ଶକୁର(୧୦ ବର୍ଷ) । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘର ଭିତରୁ ମୃତଦେହକୁ ବାହାର କରିବା ପାଇଁ ଚେଷ୍ଟା ଚଳାଇଛି ।

ଏହି ଘଟଣାକୁ ନେଇ ତାଙ୍କ ସମ୍ପର୍କୀୟ ଜଣେ କହିଛନ୍ତି, "ସକାଳ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏମାନେ ଦିନ ମଜୁରିଆ ଭାବେ କାମ କରୁଥିଲେ । ତେବେ ଆଜି ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଲିକ ହୋଇ ବିସ୍ଫୋରଣ ହୋଇଛି । ଏଥିରେ ପରିବାରର ସମସ୍ତେ ପ୍ରାଣ ହରାଇଛନ୍ତି । "

ଏହା ମଧ୍ୟ ପଢନ୍ତୁ: Cylinder Blast in Bihar: ସିଲିଣ୍ଡର ବିସ୍ଫୋରଣରେ 5 ଶିଶୁ ମୃତ, ଆହତ ନେଇ ମିଳିନି ସ୍ପଷ୍ଟ ସୂଚନା

ଗତ ସୋମବାର ଦିନ ହରିୟାଣାର ରେଓ୍ବାଡି ଜିଲ୍ଲାରୁ ଅନୁରୂପ ସିଲିଣ୍ଡର ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାରେ ୭ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବିସ୍ଫୋରଣଟି କର୍ନାୱାସ ଗ୍ରାମ ରେୱାଡିରେ ହୋଇଥିଲା । ଫଳରେ ସ୍ଥାନୀୟ ପାଖାପାଖି ୨୪ଟି ଘରେ ନିଆଁ ଲାଗିଯାଇଥିଲା । ସିଲିଣ୍ଡର ଗ୍ୟାସ ଲିକ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ତେବେ ଖବରପାଇ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଉକ୍ତ ବସ୍ତିରେ ଜଣ ଯୁବକଙ୍କ ବିବାହ ହୋଇଥିବା ବେଳେ ବିସ୍ଫୋରଣରେ ସର୍ବସ୍ବ ଜଳିପୋଡି ପାଉଁଶ ହୋଇଯାଇଥିଲା । ବସ୍ତିରେ ଗ୍ୟାସ ଲିକ ଯୋଗୁଁ ଏହି ଅଘଟଣ ହୋଇଥିବା ଅନୁମାନ କରାଯାଇଥିଲା । କୋଲକାତାର 7ଟି ମୁସଲମାନ ପରିବାର ଆସି ଉକ୍ତ ବସ୍ତିରେ ରହୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 12, 2023, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.