ETV Bharat / bharat

Cylinder Blast in Bihar: ସିଲିଣ୍ଡର ବିସ୍ଫୋରଣରେ 5 ଶିଶୁ ମୃତ, ଆହତ ନେଇ ମିଳିନି ସ୍ପଷ୍ଟ ସୂଚନା

author img

By

Published : Dec 28, 2021, 8:42 PM IST

ବିହାରର ରଜୌନ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣରେ ୫ ଶିଶୁ ମୃତ । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ତୁଙ୍ଗ ଅଧିକାରୀ । ଅଧିକ ପଢନ୍ତୁ

cylinder blast in Bihar: 5 ଶିଶୁ ମୃତ
cylinder blast in Bihar: 5 ଶିଶୁ ମୃତ

ପାଟନା: ବିହାରରେ ଅଭାବନୀୟ ଘଟଣା । ସିଲିଣ୍ଡର ବିସ୍ଫୋରଣରେ ୫ ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବିହାର ବାଙ୍କୋ ରଜୌନ ଅଞ୍ଚଳର ରାଜାବର ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି । ଏଥିରେ ୫ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି ।

ଘଟଣା ସମ୍ପର୍କରେ ସବିଶଷ ତଥ୍ୟ ମିଳିପାରି ନଥିବାବେଳେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.