ETV Bharat / bharat

ବାକି ଟଙ୍କା ମାଗିବାରୁ ଦୋକାନୀ ଆଖି ତାଡିଦେଲେ

author img

By

Published : Jan 31, 2023, 10:59 PM IST

ବାକି ଟଙ୍କା ମାଗିବାରୁ ଦୋକାନୀର ଆଖି ଫୁଟାଇ ଦେଲା ଗ୍ରାହାକ
ବାକି ଟଙ୍କା ମାଗିବାରୁ ଦୋକାନୀର ଆଖି ଫୁଟାଇ ଦେଲା ଗ୍ରାହାକ

ବାକି ପାଉଣା ପୈଠ କରିବାକୁ କହିବାରୁ ଗ୍ରାହାକ ଛୁରୀରି ଦୋକାନୀ ଆଖିକୁ ଫୁଟେଇ ଦେଇଛି । ଏପରି ଆଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଜିଲ୍ଲାର ମେହେନୋର ଗ୍ରାମରେ ଘଟିଛି । ଅଧିକ ପଢ଼ନ୍ତୁ

ପାଟନା: ବାକି ଟଙ୍କା ମାଗିବାରୁ ଦୋକାନୀର ଆଖି ଫୁଟାଇ ଦେଲା ଗ୍ରାହାକ । ଏପରି ଆଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଜିଲ୍ଲାର ମେହେନୋର ଗ୍ରାମରେ । ଜଣେ ଦୋକାନୀ ନିଜ ବାକି ପାଉଣା ପୈଠ କରିବାକୁ କହିବାରୁ ଗ୍ରାହାକ ଜଣକ ରାଗ ଜରଜର ହୋଇ ଛୁରୀରି ଦୋକାନୀ ଆଖିକୁ ଆକ୍ରମଣ କରିଥିଲା । ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ବିହାର ସରିଫ ସଦର ଡାକ୍ତରଖାନାକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ଜିତେନ୍ଦ୍ର କୁମାରଙ୍କୁ ଗୁରୁତର ଅବସ୍ଥାରେ ବିହାର ବଡ ମେଡିକାଲକୁ ରେଫର୍ କରିଛନ୍ତି। ତେବେ ଆହତ ଯୁବକ ଅନୀଲ କୁମାରଙ୍କ ପୁଅ ଜିତେନ୍ଦ୍ର କୁମାର ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ମୁରାରୀ କୁମାର ବୋଲି ଜଣାପଡିଛି ।

ସ୍ଥାନୀୟ ଲୋକ କହିଛନ୍ତି ,ସୋମବାର ବିଳମ୍ବିତ ରାତିରେ ମୁରାରୀ କୁମାରର ଜିତେନ୍ଦ୍ର କୁମାରଙ୍କୁ ଏକ ସିଗାରେଟ୍ ମାଗିଥିଲା । ସେତେବେଳେ ଦୋକାନୀ ଜିତେନ୍ଦ୍ର କୁମାର ତାଙ୍କୁ ପୂର୍ବ ବାକି ପରିଶୋଧ କରିବାକୁ କହିଥିଲେ । ପୂର୍ବ ବାକି ପୈଠ ନ କରିବା ପର୍ଯ୍ଯନ୍ତ ତାଙ୍କୁ ଅଉ କୌଣସି ପ୍ରକାରର ବି ବାକି ଦେବାକୁ ମନା କରିଥିଲେ ଜିତେନ୍ଦ୍ର କୁମାର । ଏହା ସତ୍ତ୍ୱେ ଯୁବକ ଜଣକ ଦୋକାନୀଙ୍କଠାରୁ ଜବରଦସ୍ତ ସିଗାରେଟ୍ ନେବା ଆରମ୍ଭ କଲେ । ସମାନ କଥା ଉପରେ ଦୋକାନୀ ଜିତେନ୍ଦ୍ର ବିରୋଧ କରିଥିଲେ। ଏହା ପରେ ଦୋକାନରେ ରଖାଯାଇଥିବା ଛୁରୀରେ ମୁରାରି ତାଙ୍କୁ ଆଖିକୁ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଜିତେନ୍ଦ୍ରଙ୍କ ଗୋଟିଏ ଡାହାଣା ପଟ ଆଖିରେ ଗଭିର ଆଘାତ ଲାଗିଥିଲା । ଜିତେନ୍ଦ୍ରଙ୍କ ଅବସ୍ଥା ଦେଖିବା ପରେ ମୁରାରି ସେଠାରୁ ପଳାୟନ କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତରେ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ବୋହୂର ପରକୀୟା ପ୍ରୀତି ଜାଣିବାରୁ ଶାଶୁକୁ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

ଘଟାଣାର ଖବର ପାଇ ସ୍ଥାନୀୟ ଲୋକ ଜିତେନ୍ଦ୍ରଙ୍କଙ୍କୁ ନିକଟସ୍ଥ ସରିଫ ସଦର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସାଦର ହସ୍ପିଟାଲର ଡାକ୍ତର ରାଜୀବ ରଂଜନ କହିଛନ୍ତି ,ଛୁରୀରେ ଆକ୍ରମଣ କାରଣରୁ ଜିତେନ୍ଦ୍ରଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଛି। ଯୁବକଙ୍କୁ ଭିମ୍ସର ଚକ୍ଷୁ ବିଭାଗକୁ ରେଫର୍ କରାଯାଇଛି। ପୋଲିସ ଷ୍ଟେସନ ଅଧିକାରୀ ଏସ.କେ କହିଛନ୍ତି ଯେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଆସିଛି। ଆଭିଯୁକ୍ତକୁ ଗ୍ରାମ ଛାଡି ପଳାୟନ କରିଥିବା ବେଳେ ପୋଲିସ ମୁରାରିକୁ ଖୋଜୁଥିବା ଅଧିକାରୀ ପୋଲିସ ଏସ.କେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.