ETV Bharat / state

ବୋହୂର ପରକୀୟା ପ୍ରୀତି ଜାଣିବାରୁ ଶାଶୁକୁ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

author img

By

Published : Jan 30, 2023, 7:20 AM IST

daughter in law murder her mother in law
daughter in law murder her mother in law

ପ୍ରେମିକ ସହ ମିଶି ଶାଶୁକୁ ହତ୍ୟା କଲା ବୋହୂ। ଘଟଣାର ତଦନ୍ତ କରି ବୋହୂ ଓ ପ୍ରେମିକକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

daughter in law murder her mother in law

ବଲାଙ୍ଗୀର: ସଇଁତଳା ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଶାଶୁକୁ ହତ୍ୟା କରିବା ପାଇଁ ବୋହୂ ରଚିଥିଲା ହତ୍ୟା ଷଡଯନ୍ତ୍ର । ବୋହୂର ପରକିୟା ପ୍ରୀତି ଜାଣିବାରୁ ଶାଶୁଙ୍କୁ ହତ୍ୟା କରାଯାଇଥିଲା । ବୋହୂ ଓ ତାର ପ୍ରେମିକ ମିଶି ଶାଶୁଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଖିର୍ଲି ଗ୍ରାମର ରତିନୀ ରଣା । ଦୁଇ ଅଭିଯୁକ୍ତ ହେଉଛନ୍ତି ନିରୁପମା ରଣା ଓ ତାଙ୍କ ପ୍ରେମିକ ଦୁଲେଶ୍ୱର ରଣା ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ଦୁଇ ଦିନ ତଳେ ନିଖୋଜ ଥିବା ବେଳେ ଗତ 27 ଜାନୁଆରୀ ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ଯୁବାମାଲ ଜଙ୍ଗଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ତଦନ୍ତ ପରେ ମହିଳା ଜଣଙ୍କ ସ୍ଥାନୀୟ ଖିର୍ଲି ଗ୍ରାମର ରତିନୀ ରଣା ବୋଲି ଜଣା ପଡିଥିଲା । ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡଲ ବୋଲି ପୋଲିସ ସନ୍ଦେହ କରୁଥିଲା ।

ଏନେଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଏସଡିପି ଓଙ୍କ ତତ୍ତ୍ଵାବଧାନରେ ଏକ ପୋଲିସ୍ ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତର ଗୋଟିଏ ଦିନ ହେଉଣୁ ପୁରା ଘଟଣାର ପର୍ଦ୍ଦାଫାଶ କରି ମୃତ ମହିଳାଙ୍କ ବୋହୂ ନିରୁପମା ରଣା ଓ ତାଙ୍କ ପ୍ରେମିକ ଦୁଲେଶ୍ୱର ରଣାଙ୍କୁ ପୋଲିସ ଗିରଫ କରିଛି ।

ତେବେ ନିରୁପମା ରଣା ମୃତ ମହିଳାଙ୍କ ବହୁ ହୋଇଥିବା ବେଳେ ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ହୋଇ ନଥିଲା । ତୁଷୁରା ସ୍ଥିତ ଜଣେ ପୂଜକ ପୂଜା କଲେ ସନ୍ତାନ ପ୍ରାପ୍ତି ହେବ ବୋଲି ତାଙ୍କୁ କେହି ଜଣେ କହିଥିଲେ । ତେଣୁ ନିରୁପମା ରଣା ସନ୍ତାନ ପାଇଁ ତାଙ୍କ ପାଖକୁ ବାରମ୍ବାର ଯିବା ଆସିବା କରିଥିଲେ । ଇତି ମଧ୍ୟରେ ସେଠିକାର ପୂଜକଙ୍କ ପୁଅ ଦୁଲେଶ୍ୱର ରଣାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେହିପରି ପ୍ରେମିକ ଦୁଲେଶ୍ଵର ରଣା ମଧ୍ୟ ମହିଳାଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିଲେ । କିନ୍ତୁ ଏହାକୁ ନିରୁପମାଙ୍କ ଶାଶୁ ତାଙ୍କୁ ପ୍ରତିବାଦ କରିଥିଲେ । ଏନଇ ସମସ୍ତଙ୍କୁ ଜଣାଇବେ ବୋଲି ଧମକ ଦେଇଥିଲେ ।

ଏହାକୁ ନେଇ ବହୂ ନିରୁପମା ରଣା ଓ ତାଙ୍କ ପ୍ରେମିକ ଦୁଲେଶ୍ଵର ରଣା ଶାଶୁଙ୍କ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଗତ 25 ଜାନୁଆରୀରେ ଶାଶୁ ତଥା ମୃତ ମହିଳା ରତିନୀ ରଣା କ୍ଷେତକୁ ଯାଇଥିବା ବେଳେ ଏହି ଦୁଇ ଜଣ ମିଶି ତାଙ୍କୁ ହତ୍ୟା କରିଥିଲେ । ଏବଂ ପରେ ନିକଟ ଜଙ୍ଗଲରେ ମୃତଦେହ ପୋଡ଼ିବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାର ଦୁଇଦିନ ପରେ ମୃତ ମହିଳା ରତିନୀ ରଣାଙ୍କ ଦର ପୋଡ଼ା ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ଟିଟିଲାଗଡ ପୋଲିସ ଏସଡିପିଓ ଅଙ୍କିତା କୁମ୍ଭାର ସବିଶେଷ ସୂଚନା ଦେଇଛନ୍ତି ।

ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ପୋଲିସ କେଶ ନମ୍ବର18 /2023 ରେ 302 ଓ 201 ଦଫାରେ ମାମଲା ରୁଜୁ କରିଥିଲା। ଏବଂ ଏହା ଏକ ଯୋଜନା ବଦ୍ଧ ହତ୍ୟା ହୋଇଥିବାର ଜାଣି ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ୍ ଟିମ୍ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପୂର୍ବ ମାମଲାଟିକୁ ପରିବର୍ତ୍ତନ କରାଯାଇ 302, 201, 120 ବି ଓ 31 ଆଇପିସିରେ ମାମଲା ପୁନଃ ରୁଜୁ ହୋଇଥିବାର ଏସଡିପିଓ କହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣା ସ୍ଥଳକୁ ନେଇ ହତ୍ୟାକାଣ୍ଡର ସିନ୍‌ର କ୍ରିଏସନ୍ କରାଇଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.