ETV Bharat / bharat

ଟମାଟୋ ବିକ୍ରି ପାଇଁ ବାଉନସର ମୁତୟନ କରିଥିଲେ, 2ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Jul 11, 2023, 9:48 PM IST

ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ
ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ

ବାରାଣାସୀରେ ବାଉନସର ମୁତୟନ କରି ବିକ୍ରି କରିଥିଲେ ପରିବା । 2 ଜଣଙ୍କୁ ବାନ୍ଧିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସପା ନେତା ଫେରାର । ଯୋଗୀଙ୍କୁ ଟାର୍ଗେଟ କଲେ ଅଖିଳେଶ । ଅଧିକ ପଢନ୍ତୁ

ଟମାଟୋ ବିକ୍ରି ବେଳେ ବାଉନସର ମୁତୟନ ଘଟଣା: 2 ଜଣଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ନୌ: ବାରାଣାସୀରେ ବାଉନସର ମୁତୟନ କରି ପରିବା ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ ବ୍ୟବସାୟୀ । ସୋସିଆଲ ମିଡିଆରୁ ମୁଖ୍ୟସ୍ରୋତ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଏହି ଖବର ଚର୍ଚ୍ଚାରେ ଥିଲା । ଦୋକାନ ସମ୍ମୁଖରେ ଦୁଇଜଣ ବାଉନସରଙ୍କୁ ଛିଡା କରାଇ ପରିବା ବିକ୍ରି କରିଥିଲେ ସମ୍ପୃକ୍ତ ବ୍ୟବସାୟୀ । ହେଲେ ସାମାଜବାଦୀ ପାର୍ଟିର ଜଣେ ସ୍ଥାନୀୟ ନେତାଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ଜଣାପଡିବା ପରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ସ୍ଥାନୀୟ ରାଜନେତାଜଣଙ୍କ ଏବେ ଫେରାର ରହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ କହିଛି । ସେ ବାଉନସର ଛିଡା କରାଇ ପରିବା ବିକ୍ରି କରାଇବା ସହ ବିଜେପି ସରକାରର 9 ବର୍ଷ ଶାସନରେ ଦରଦାମ ବୃଦ୍ଧି ନେଇ କଟାକ୍ଷମୂଳକ ପୋଷ୍ଟର ଓ ପ୍ଲାକକାର୍ଡ ମଧ୍ୟ ଲଗାଇଥିଲେ ।

  • वाराणसी में महंगाई जैसे जनहित के विषय पर सरकार का ध्यानाकर्षण करनेवाले सब्ज़ीवाले को थाने में बिठाना कहाँ तक उचित है। इस समाचार के फैलने से प्रदेशभर के समस्त सब्ज़ी विक्रेता आक्रोशित हो रहे हैं। उस सब्ज़ीवाले को तुरंत छोड़ा जाए।

    — Akhilesh Yadav (@yadavakhilesh) July 9, 2023 " class="align-text-top noRightClick twitterSection" data=" ">
  • वाराणसी में महंगाई जैसे जनहित के विषय पर सरकार का ध्यानाकर्षण करनेवाले सब्ज़ीवाले को थाने में बिठाना कहाँ तक उचित है। इस समाचार के फैलने से प्रदेशभर के समस्त सब्ज़ी विक्रेता आक्रोशित हो रहे हैं। उस सब्ज़ीवाले को तुरंत छोड़ा जाए।

    — Akhilesh Yadav (@yadavakhilesh) July 9, 2023 " class="align-text-top noRightClick twitterSection" data=" ">

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରାଣାସୀର ସ୍ଥାନୀୟ ବଜାରରେ ରାଜନାରାୟଣ ନାମକ ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁଅ ବିକାଶ ପରିବା ଦୋକାନ କରିଛନ୍ତି । ଉକ୍ତ ଦିନ ସ୍ଥାନୀୟ ଜଣେ ସାମାଜବାଦୀ ପାର୍ଟିର ନେତା ଅଜୟ ଯାଦବ ଏହି ଦୋକାନରେ ଦୁଇଜଣ ବାଉନସର ନିୟୋଜିତ କରିଥିଲେ । ଏହା ପରେ ଅଜୟ ନିଜେ ଉପସ୍ଥିତ ରହି ଟମାଟୋ ବିକ୍ରି କରିଥିଲେ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳର ପହଞ୍ଚିଥିଲେ । ମୋଟ 3 ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୋଲିସ ବ୍ୟବସାୟୀ ବାପ-ପୁଅଙ୍କୁ ଗିରଫ କରିଥିବା ବେଳେ ଏପରି ଯୋଜନା କରିଥିବା ସମାଜବାଦୀ ପାର୍ଟି ନେତା ଅଜୟ ଯାଦବ ଏବେ ଫେରାର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର

ତେବେ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିରୋଧୀ ସମାଜବାଦୀ ପାର୍ଟି ଯୋଗୀ ସରକାରକୁ ଟାର୍ଗେଟ କରିଛି । ଦଳର ସୁପ୍ରିମୋ ଅଖିଳେଶ ଯାଦବ ଗତକାଲି (ଜୁଲାଇ 10) ରେ ଏକ ଟୁଇଟ୍ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି ଯେ ‘‘ଦେଶ-ରାଜ୍ୟରେ ସୁସ୍ଥ ବ୍ୟଙ୍ଗ ବା କଟାକ୍ଷ କରିବାର ସ୍ଥାନ ମଧ୍ୟ ନାହିଁ । କେବଳ କ୍ଷମତା ବଳର ଅନ୍ୟକୁ ଭୟଭୀତ କରାଯାଉଛି । 'ମଦର ଅଫ୍ ଡେମୋକ୍ରାସି' ର କଥା ଏପରି ସ୍ଥିତିରେ ଅର୍ଥହୀନ ପରି ମନେହେଉଛି । ଯଦି ଦେଶର ମୁଖ୍ୟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଏହା ଗଣତନ୍ତ୍ରର ଅବସ୍ଥା, ତେବେ ଦେଶର ବାକି ସ୍ଥାନରେ ଅବସ୍ଥା କ’ଣ ହେବ ?’’। ସେହିପରି ସେ ଗିରଫ ପରିବା ବ୍ୟବସାୟୀଙ୍କୁ ମଧ୍ୟ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଟମାଟୋ ବୋଝେଇ ଗାଡ଼ି ନେଇ ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.