ETV Bharat / bharat

ପୁଣି କୋଭିଡ ଭୟ: ସଂକ୍ରମଣରେ ଆଗରେ କେରଳ ଓ କର୍ଣ୍ଣାଟକ, 24 ଘଣ୍ଟାରେ 4 ମୃତ

author img

By ETV Bharat Odisha Team

Published : Dec 23, 2023, 10:59 PM IST

ପୁଣି କୋଭିଡ ଭୟ: ଫଣା ଟେକୁଛି ସଂକ୍ରମଣ, ଆଗରେ କେରଳ ଓ କର୍ଣ୍ଣାଟକ
ପୁଣି କୋଭିଡ ଭୟ: ଫଣା ଟେକୁଛି ସଂକ୍ରମଣ, ଆଗରେ କେରଳ ଓ କର୍ଣ୍ଣାଟକ

Covid-19 on the rise in India: ଫଣା ଟେକୁଛି ସଂକ୍ରମଣ । ଆଗରେ କେରଳ ଓ କର୍ଣ୍ଣାଟକ । ଗତ 24 ଘଣ୍ଟାରେ 4 ମୃତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶରେ ପୁଣି ବଢିଲାଣି କୋଭିଡ ସଂକ୍ରମଣ । ଏବେ ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସହ ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ, ଦକ୍ଷିଣ ରାଜ୍ୟ କେରଳରେ ସର୍ବାଧିକ ନୂତନ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 423 ଟି ମାମଲା ପ୍ରକାଶ କରିଛି । ଏଥିରେ ଦକ୍ଷିଣ ରାଜ୍ୟ କେରଳର 266 ଟି ଓ ପଡୋଶୀ କର୍ଣ୍ଣାଟକର 70 ଟି ସଂକ୍ରମଣ ସାମ୍ନାକୁ ଆସିଛି । ସେହିପରି ବର୍ତ୍ତମାନ ଦେଶର ମୋଟ କୋଭିଡ ସକ୍ରିୟ ମାମଲା 3,420 ରେ ପହଞ୍ଚିଥିବା କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି ।

4 ନୂତନ ସଂକ୍ରମିତଙ୍କ ମୃତ୍ୟୁ - ସେହିପରି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4 ଜଣ ନୂତନ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି । ସେମାନଙ୍କ ମଧ୍ୟରେ କେରଳରୁ ଦୁଇଜଣ, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଜଣେ ଲେଖାଏଁ ମୃତକ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା 4,44,71,212 କୁ ବୃଦ୍ଧି ପାଇଛି । ସେହିପରି ଏହି ହାର 98.81 ପ୍ରତିଶତ ରହିଛି । ବର୍ତ୍ତମାନ ସ୍ଥିତିରେ ଦେଶରେ ମୋଟ ମୃତ୍ୟୁ ହାର 1.19 ପ୍ରତିଶତ ରହିଛି । ସ୍ଥିତି ଚନ୍ତାଜନକ ନୁହେଁ ବୋଲି କେନ୍ଦ୍ର କହିବା ସହ ପ୍ରସ୍ତୁତି ଓ ସତର୍କତା ବଢାଇବାକୁ ଗାଇଡଲାଇନ ଜାରି କରିଛି ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ନଭେମ୍ବରରୁ ରାଜ୍ୟରେ କୋଭିଡ -19 ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । କାରଣ କେରଳରେ ନମୁନା ପରୀକ୍ଷା ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅଧିକ । କୋଭିଡ -19 ର ବଢୁଥିବା ଚିନ୍ତା ସହ ବିହାର ସରକାର ରାଜ୍ୟର ସମସ୍ତ ଜିଲ୍ଲା ଏବଂ ଡାକ୍ତରଖାନାକୁ ପାଟନା, ଗୟା ଏବଂ ଦାରବଙ୍ଗା ବିମାନ ବନ୍ଦରରେ ଅବତରଣ କରିଥିବା ଯାତ୍ରୀଙ୍କ କୋଭିଡ ପରୀକ୍ଷା ସହିତ କୋଭିଡ RT-PCR ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହନ୍ତ କହିଛନ୍ତି ଯେ ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ପୂର୍ବରୁ କୋଭିଡ ପରିଚାଳନା ଉପରେ ନଜର ରଖିବା ପାଇଁ କ୍ୟାବିନେଟ ଉପ-କମିଟି ଘୋଷଣା କରିସାରିଛନ୍ତି । ଲୋକମାନଙ୍କୁ ଭୟଭୀତ ନକରିବାକୁ ସେ ମଧ୍ୟ ନିବେଦନ କରିଥିଲେ । ସିଦ୍ଧରମୈୟା କହିଛନ୍ତି, ଲୋକମାନେ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସମାବେଶରେ ସାମିଲ ହେବା ବେଳେ ମାସ୍କ ପିନ୍ଧିବା ଉଚିତ୍ । ଏହା ଲୋକଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ପରାମର୍ଶ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଆସିଲେ ଅଜୟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନୂତନ ଭ୍ୟାରିଏଣ୍ଟକୁ JN.1 କୁ କିଛି ଦିନ ପୂର୍ବରୁ ପୂର୍ବ ପ୍ରଜାତି ବା ଭାରିଏଣ୍ଟ BA.2.86 ଠାରୁ ଭିନ୍ନ ଶ୍ରେଣୀଭୁକ୍ତ କରିଛି । ଗତ ଚାରି ସପ୍ତାହ ମଧ୍ୟରେ, ବିଶ୍ୱରେ ନୂତନ କୋଭିଡ ମାମଲା 52% ବୃଦ୍ଧି ପାଇ ମୋଟ 8,50,000 ରୁ ଅଧିକ ହୋଇଥିବା ବେଳେ ନୂତନ ମୃତ୍ୟୁ 8% ହ୍ରାସ ପାଇ 3000 ରୁ ଅଧିକ ରିପୋର୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.