ETV Bharat / state

ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଆସିଲେ ଅଜୟ

author img

By ETV Bharat Odisha Team

Published : Dec 23, 2023, 9:48 PM IST

Updated : Dec 23, 2023, 9:57 PM IST

Ajaya Kumar Takes Charge as new party in-charge: ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ । ଚେଲ୍ଲା କୁମାର ଗଲେ, ଅଜୟ କୁମାରଙ୍କୁ ଦାୟିତ୍ବ । ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ୟରେ ପ୍ରଭାରୀ ପରବର୍ତ୍ତନ କଲା ଦଳ । ଅଧିକ ପଢନ୍ତୁ

ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଅଜୟ ଆସିଲେ
ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଅଜୟ ଆସିଲେ

ବଦଳିଲେ ପିସିସି ପ୍ରଭାରୀ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଏକାଧିକ ରାଜ୍ୟରେ ପ୍ରଭାରୀ ପରବର୍ତ୍ତନ କରିଛି କଂଗ୍ରେସ । ଏହିକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଭାରୀ । ଡା. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ଅଖିଳ ଭାରତୀୟ କଂଗ୍ରେସ କମିଟି । ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଛି ଦଳ । ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ଦଳ ପ୍ରଭାରୀ ଭାବେ ଦାୟିତ୍ବ ଦେଇଛି ।

ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଅଜୟ ଆସିଲେ
ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଅଜୟ ଆସିଲେ

ଗତ କିଛି ଦିନ ହେବା ଯାହା ଚର୍ଚ୍ଚା ହେଉଥିଲା ତାହା ହୋଇଛି । ଜାତୀୟ କଂଗ୍ରେସ ଆଜି ତାର ସାଂଗଠନିକ ପରିବର୍ତ୍ତନ କରିଛି । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଦଳର ଜାତୀୟ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି । ତାଙ୍କ ସ୍ଥାନରେ ଅବିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । କେବଳ ଏହି ଦୁଇଟି ରାଜ୍ୟ ନୁହେଁ ବିହାରର ପିସିସି ପ୍ରଭାରୀଙ୍କୁ ପରିବର୍ତ୍ତନ କରି କରି ମୋହନ ପ୍ରକାଶଙ୍କୁ ଦାୟିତ୍ବ ଦିଆଯାଇଛି । ରାଜସ୍ଥାନର ପ୍ରଭାରୀ ଭାବେ ସୁଖଜିନ୍ଦର ସିଂ ରନ୍ଧୱାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଦୀର୍ଘଦିନ ଧରି ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ଚେଲ୍ଲା କୁମାରଙ୍କ ସ୍ଥାନରେ ଅଜୟ କୁମାରଙ୍କୁ ଦାୟିତ୍ୱ ମିଳିଛି ।


ଏହା ମଧ୍ୟ ପଢନ୍ତୁ :- ଡ୍ରୋନ ଷ୍ଟ୍ରାଇକ୍‌: ଗୁଜୁରାଟ ଉପକୂଳରୁ 200 ନଟିକାଲ ମାଇଲ ଦୂରରେ ଜାହାଜ ଠାବ, 20 ଭାରତୀୟ ସୁରକ୍ଷିତ


ଗତ ଡିସେମ୍ବର 20 ତାରିଖରେ ରାଜ୍ୟ କଂଗ୍ରେସ ବରିଷ୍ଠ ନେତା ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନେତାମାନେ ସାମିଲ ହୋଇଥିଲେ । 2024 ସାଧାରଣ ନିର୍ବାଚନର ରଣକୌଶଳ ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ପିସିସି ସଭାପତିଙ୍କ ସମେତ 8 ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତି ମଧ୍ୟ ଦିଲ୍ଲୀରେ ଏହି ବୈଠକରେ ଯୋଗ ଦେଇଥିଲେ । ଡିସେମ୍ବର 21 ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ 5ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ବିଶ୍ଳେଷଣ କରାଯାଇ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଥିଲା ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2023, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.