ETV Bharat / bharat

2-18 ବୟସ୍କଙ୍କ ମଧ୍ୟରେ Covaxin କ୍ଲିନିକାଲ ଟ୍ରାଏଲ ସଫଳ !

author img

By

Published : Dec 30, 2021, 9:15 PM IST

2-18 ବୟସ୍କଙ୍କ ମଧ୍ୟରେ କୋଭ୍ୟାକ୍ସିନର କ୍ରିନିକାଲ ଟ୍ରାଏଲ ସଫଳ !
2-18 ବୟସ୍କଙ୍କ ମଧ୍ୟରେ କୋଭ୍ୟାକ୍ସିନର କ୍ରିନିକାଲ ଟ୍ରାଏଲ ସଫଳ !

2-18 ବୟସ୍କଙ୍କ ମଧ୍ୟରେ କୋଭିଡ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା ନେଇ ଭାରତ ବାୟୋଟେକର ଦାବି । ଅନୁଧ୍ୟାନରେ ସାମ୍ନାକୁ ଆସିନି କୌଣସି ସମସ୍ୟା । ଶିଶୁଙ୍କ ଦେହରେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ ବୋଲି ଦାବି କଲା ପ୍ରସ୍ତୁତକାରୀ ସଂସ୍ଥା । ଅଧିକ ପଢନ୍ତୁ

ହାଇଦ୍ରାବାଦ: 2-18 ବୟସ୍କଙ୍କ ମଧ୍ୟରେ କୋଭିଡ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା ନେଇ ଦାବି କରିଛି ପ୍ରସ୍ତୁତକାରୀ ସଂସ୍ଥା ତଥା ଭାରତର ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (BBIL) । 2ୟ ଓ 3ୟ ପର୍ଯ୍ୟାୟର ପରୀକ୍ଷଣରୁ ଏହି ଟିକା 2-18 ବୟସ୍କଙ୍କ ମଧ୍ୟରେ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି । ଏହା ବ୍ୟବହାରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।

ସଂସ୍ଥା କହିଛି ଟ୍ରାଏଲରେ କୌଣସି ଗମ୍ଭୀର ତଥା ପ୍ରତିକୂଳ ଘଟଣା ରିପୋର୍ଟ ହୋଇନାହିଁ । ପ୍ରାୟ 374 ଟି ମାମଲାରେ ସାମାନ୍ୟ କିମ୍ବା ମଧ୍ୟମ ଗମ୍ଭୀରତାର ଲକ୍ଷଣ ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟ ଗୋଟିଏ ଦିନ ମଧ୍ୟରେ 78.6% ସମାଧାନ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଟିକା ନେବା ପରେ ଶରୀରରେ ଟିକା ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ହେବା ଏକ ସ୍ବାଭାବିକ ପ୍ରକ୍ରିୟା ଓ ସେଥିରେ କୌଣସି ଚିନ୍ତାଜନକ କାରଣ ନଥିବା ସଂସ୍ଥା କହିଛି ।

ସଂସ୍ଥା ମୁଖ୍ୟ ଡ.କ୍ରିଷ୍ଣା ଇଲା କହିଛନ୍ତି, ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ କରିବା ସଂସ୍ଥା ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଥିଲା । ତେବେ ଅନୁଧ୍ୟାନରୁ ମିଳିଥିବା ଫଳାଫଳ ଉତ୍ସାହପ୍ରଦ । ଏହି ଟିକା ଶିଶୁଙ୍କ ଶରୀରରେ ଏହା ପ୍ରଭାବୀ ତଥା ସୁରକ୍ଷିତ ଭାବେ କାମ କରୁଥିବା ଜଣା ପଡିବା ପରେ ସଂସ୍ଥା ତାର ଲକ୍ଷରେ ସଫଳ ହୋଇଥିବା କହିଛନ୍ତି ସଂସ୍ଥା ମୁଖ୍ୟ ଡ.କ୍ରିଷ୍ଣା । ଏବେ ଟ୍ରାଏଲ ସଫଳ ହେବା ପରେ ସଂସ୍ଥା ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ଟିକା ଉତ୍ପାଦନ ଆରମ୍ଭ କରିବା ନେଇ ସେ ସୂଚନା ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ 15 ରୁ 18 ବୟସ୍କଙ୍କ ପାଇଁ ଟିକା ଘୋଷଣା କରିଥିଲେ। ଏହି ଡ୍ରାଇଭରେ କେବଳ କୋଭାକ୍ସିନର ବ୍ୟବହାର ହେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.