ETV Bharat / bharat

କୁକୁର କାମୁଡିଲେ କ୍ଷତିପୂରଣ ଦେବ ପଞ୍ଜାବ ଓ ହରିୟାଣା ସରକାର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 14, 2023, 9:59 PM IST

କୁକୁର କାମୁଡିଲେ କ୍ଷତିପୂରଣ ଦେବ ପଞ୍ଜାବ ସରକାର, ପଢନ୍ତୁ କଣ ପୁରା ଘଟଣା
କୁକୁର କାମୁଡିଲେ କ୍ଷତିପୂରଣ ଦେବ ପଞ୍ଜାବ ସରକାର, ପଢନ୍ତୁ କଣ ପୁରା ଘଟଣା

ପଞ୍ଜାବ, ହରିୟାଣା ସରକାର ଦେବେ କୁକୁର କାମୁଡାର କ୍ଷତିପୂରଣ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗଠନ ହେବ କମିଟି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ଏବଂ ହରିୟାଣାରେ ଏବେ କୁକୁର କାମୁଡିଲେ ରାଜ୍ୟ ସରକାର ପ୍ରଦାନ କରିବେ କ୍ଷତିପୂରଣ । ଏନେଇ ଆଜି ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ବୁଲା କୁକୁର କାମୁଡା ମାମଲା ବୃଦ୍ଧି ହେବା ଓ ବୁଲା କୁକୁରଙ୍କୁ ହତ୍ୟା କରାଯିବା ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ସରକାର ଉଭୟ ଘଟଣା ପାଇଁ ଦୃଷ୍ଟି ଦେବାକୁ କୋର୍ଟ କହିଛନ୍ତି । ଏପରିସ୍ଥଳେ ସାଧାରଣ ଲୋକେ କୁକୁର କାମୁଡାର ଶିକାର ହେଲେ ସରକାର କ୍ଷତିପୂରଣ ପ୍ରଦାନ କରିବେ । ଏପରି ସମସ୍ୟାର ସମାଧାନ କରିବା ପାଇଁ ଉଭୟ ରାଜ୍ୟ ସରକାର ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ କମିଟି ମଧ୍ୟ ଗଠନ କରିବାକୁ କୋର୍ଟ କହିଛନ୍ତି ।

ଏହି ସମ୍ପର୍କିତ 193ଟି ମାମଲାର ଏକାକୀ ଶୁଣାଣି କରି କୋର୍ଟ କହିଛନ୍ତି, ଏହି ମାମଲାର ସମାଧାନ କରିବା ପାଇଁ ପ୍ରଶାସନ ଏକ କମିଟି ଗଠନ କରିବ । ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ୍‌ ଏହି କମିଟିର ଅଧ୍ୟକ୍ଷତା କରିବେ । କୁକୁର କାମୁଡା ଅଭିଯୋଗ ଆସିଲେ, ଏହି କମିଟି 4 ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି କ୍ଷତିପୂରଣ ପ୍ରଦାନ କରିବ । ତେବେ ଏହା ପାଇଁ ନିର୍ଦ୍ଦିଷ୍ଟ କ୍ଷତିପୂରଣ ରାଶି କୋର୍ଟ ସ୍ଥିର କରିନାହାନ୍ତି । ଆକ୍ରମଣର ମାତ୍ରା ନେଇ ଏହି କ୍ଷତିପୂରଣ ରାଶି ସ୍ଥିର ହେବ । କୁକୁର କାମୁଡାରେ 0.2 ସେଣ୍ଟିମିଟରର କ୍ଷତ ସୃଷ୍ଟି ହୋଇଥିଲେ ପ୍ରାୟ 20 ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ । ସେହିପରି ଚିକିତ୍ସା ସମ୍ପର୍କିତ ଖର୍ଚ୍ଚକୁ ଦେଖି ଅନ୍ୟ ମାମଲାଗୁଡିକରେ କ୍ଷତିପୂରଣ ରାଶି ଦେବାକୁ ହେବ । ଅଭିଯୋଗ ଆସିବା ପରେ ଗଠନ ହୋଇଥିବା କମିଟି ହିଁ ଏସମ୍ପର୍କରେ ନିଷ୍ପତ୍ତି ନେବ ।

ଏହା ମଧ୍ୟ ପଢନ୍ତୁ:- Delhi: ୩୦ବର୍ଷ ପରେ କେସ୍‌ ଜିତିଲେ କଣ୍ଡକ୍ଟର, ୧୫ଦିନ ଛୁଟି ନେବାରୁ ଯାଇଥିଲା ଚାକିରି

କେବଳ କୁକୁର କାମୁଡା ମାମଲା ନୁହେଁ ବରଂ ବୁଲା ଗାଇଗୋରୁ ଓ ବନ୍ୟପ୍ରଣୀଙ୍କ ଦ୍ବାରା ଘଟୁଥିବା ସଡକ ଓ ଅନ୍ୟାନ୍ୟ ଦୁର୍ଘଟଣାରେ ମଧ୍ୟ ପଞ୍ଜାବ ଓ ହରିୟାଣା ସରକାରଙ୍କ ସମେତ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ପୀଡ଼ିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶନାମା ମଧ୍ୟରେ ବୁଲା ଗାଇଗୋରୁ, କୁକୁର, ମଇଁଷି, ମାଙ୍କଡ ଆଦି ରହିଛନ୍ତି । ଯେଉଁମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ହେବାର ପ୍ରାୟତଃ ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.