ETV Bharat / bharat

କୋଭିଡ କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କଲା କେନ୍ଦ୍ର

author img

By

Published : Jan 27, 2022, 9:38 PM IST

ଫେବୃଆରୀ ୨୮ ଯାଏ କୋଭିଡ ଗାଇଡଲାଇନ ବଢାଇଲା କେନ୍ଦ୍ର
ଫେବୃଆରୀ ୨୮ ଯାଏ କୋଭିଡ ଗାଇଡଲାଇନ ବଢାଇଲା କେନ୍ଦ୍ର

ଫେବୃଆରୀ ୨୮ ଯାଏ କୋଭିଡ ଗାଇଡଲାଇନ ବଢାଇଲା କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ କେନ୍ଦ୍ର ଗୃହ ସଚିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଜାରି ହୋଇଥିବା ଗାଇଡଲାଇନକୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି ।

ତେବେ ଦେଶର ପ୍ରାୟ ବିଭିନ୍ନ ରାଜ୍ୟରେ ସାଧାରଣ ସଂକ୍ରମଣ ସମେତ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ପ୍ରୋଟୋକଲରେ କୌଣସି ଅବହେଳା ବା ଉଲ୍ଲଙ୍ଘନ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ଆସନ୍ତା ମାସ (ଫେବୃଆରୀ) ୨୮ ଯାଏ ବଳବତ୍ତର ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସର୍ବସଧାରଣ ସ୍ଥାନରେ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ରହିଛି । ସମ୍ପୃକ୍ତ ଅଧିକାରୀମାନେ କୋଭିଡ କଟକଣା ଅନୁପାଳନ ନେଇ ଯାଞ୍ଚ କରିବା ସହ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.