ETV Bharat / bharat

ଖଡ଼ଗେ ଓ ଥରୁରଙ୍କୁ ରିମୋଟ କଣ୍ଟ୍ରୋଲ କହିବା ଅପମାନଜନକ: ରାହୁଲ ଗାନ୍ଧୀ

author img

By

Published : Oct 8, 2022, 7:21 PM IST

Updated : Oct 8, 2022, 8:09 PM IST

ଖଡ଼ଗେ ଓ ଥରୁରଙ୍କୁ ରିମୋଟ କଣ୍ଟ୍ରୋଲ କହିବା ଅପମାନଜନକ: ରାହୁଲ ଗାନ୍ଧୀ
ଖଡ଼ଗେ ଓ ଥରୁରଙ୍କୁ ରିମୋଟ କଣ୍ଟ୍ରୋଲ କହିବା ଅପମାନଜନକ: ରାହୁଲ ଗାନ୍ଧୀ

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଲଢୁଥିବା ୨ ପ୍ରତିଦ୍ବନ୍ଦ୍ବୀ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ରିମାଟ କଣ୍ଟ୍ରୋଲ କରାଯାଉଥିବା କହିଛି ବିଜେପି । ବିରୋଧୀ ଦଳର ଏହି ମନ୍ତବ୍ୟ ଉପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖି ଏହାକୁ ୨ ନେତାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରେ ଥିରୁଅନନ୍ତପୁରମ ସାଂସଦ ଶଶି ଥରୁର ଓ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମୁହାଁମୁହିଁ ହେବେ । ତେବେ ଏହି ୨ ପ୍ରତିଦ୍ବନ୍ଦ୍ବୀଙ୍କୁ ବିଜେପି ରିମୋଟ କଣ୍ଟ୍ରୋଲ କହିବା ପରେ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦଳୀୟ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢୁଥିବା ଏହି ୨ ନେତାଙ୍କ ନିଜସ୍ବ ଦୃଷ୍ଟିଭଙ୍ଗୀ ରହିଛି । ଏମାନଙ୍କୁ ରିମୋଟ କଣ୍ଟ୍ରୋଲ କହିବା ଅପମାନଜନକ ବୋଲି କହିଛନ୍ତି ରାହୁଲ ।

ଏ ନେଇ ରାହୁଲ କହିଛନ୍ତି, " କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଉଭୟ ପ୍ରାର୍ଥୀଙ୍କ ନିଜର ଆଭିମୁଖ୍ୟ ତଥା ନିଜର ମତ ରହିଛି । କାହାକୁ 'ରିମୋଟ୍ କଣ୍ଟ୍ରୋଲ୍' କହିବା ଉଭୟଙ୍କ ପାଇଁ ଅପମାନ । '' ବିଜେପି ଉପରେ ଆକ୍ରମଣ କରି ରାହୁଲ ଏହାକୁ ଘୃଣା ଏବଂ ହିଂସାର ପ୍ରଚାର ପ୍ରସାର କରାଯାଉଛି ବୋଲି କହିଛନ୍ତି । ଏହା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ସେ ଘୃଣା ଓ ହିଂସା ବିସ୍ତାର କରୁଥିବା ବ୍ୟକ୍ତିଙ୍କ ସହ ଲଢିବେ ବୋଲି କହିଛନ୍ତି ରାହୁଲ ।

ଏହା ବି ପଢନ୍ତୁ- Cong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବି

ରାହୁଲ କହିଛନ୍ତି, " କଂଗ୍ରେସ ହେଉଛି ଏପରି ଏକ ଦଳ ଯାହା ଆଲୋଚନା ଉପରେ ବିଶ୍ବସ କରେ । ଆମେ ଲୋକଙ୍କ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀକୁ ସ୍ବାଗତ କରୁ । ଆମେ ଜାଣିଛୁ ନିର୍ବାଚନ ଜିତିବା ଲାଗି ଆମକୁ ଏକ ଟିମ ପରି କାର୍ଯ୍ୟ କରିବାକୁ ପଡ଼ିବ । ସମ୍ବିଧାନ କହୁଛି ଯେ ଭାରତ ରାଜ୍ୟଗୁଡିକର ସଂଘ । ଏହାର ଅର୍ଥ ହେଉଛି ଆମ ଦେଶର ସମସ୍ତ ଭାଷା, ରାଜ୍ୟ, ପରମ୍ପରାର ସମାନ ଢଙ୍ଗରେ ମହତ୍ତ୍ବପୂର୍ଣ୍ଣ । ଏହା ଆମ ଦେଶର ସ୍ବତନ୍ତ୍ରତା । " କର୍ଣ୍ଣାଟକରେ କଂଗ୍ରେସ ନିର୍ବାଚନ ଜିତିବ ବୋଲି ସେ ଦାବି କରିଛନ୍ତି । ଲୋକେ ବେରୋଜଗାରୀ ଓ ମୂଦ୍ରାସ୍ଫୀତିରୁ ଅତିଷ୍ଠ ହୋଇପଡ଼ିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ

କର୍ଣ୍ଣାଟକରେ 'ଭାରତ ଯୋଡ ଯାତ୍ରା' ରାଲି ସମୟରେ ରାହୁଲ ଏହି ପ୍ରତିକ୍ରିୟା ରଖିଛନ୍ତି । ତେବେ ସୂଚନା ଥାଉ କି କଂଗ୍ରେସର ବିଜ୍ଞପ୍ତି ଅନୁସାରେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ରହିଥିଲା । ଆସନ୍ତା ଅକ୍ଟୋବର ୧୭ ତାରିଖରେ ଏହି ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ସରିବା ପରେ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ । ପ୍ରାୟ ୯ ହଜାରରୁ ଅଧିକ ପ୍ରଦେଶ କଂଗ୍ରେସ କମିଟି (PCC) ପ୍ରତିନିଧି ଭୋଟ ଦେବେ ବୋଲି ଜଣାପଡ଼ିଛି ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Poll) ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ( K N Tripathi) ନାମାଙ୍କନ ପତ୍ର ଖାରଜ ହେବା ପରେ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ (Mallikarjun Kharge Vs Shashi Tharoor) ମଧ୍ୟରେ ଲଢେଇ ହେବାକୁ ଯାଉଛି । କଂଗ୍ରେସର ନୂତନ ଅଧ୍ୟକ୍ଷ କିଏ ହେବ ତାହା ଉପରେ ରହିଛି ସଭିଙ୍କ ନଜର ।

Last Updated :Oct 8, 2022, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.