ETV Bharat / bharat

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ

author img

By

Published : Oct 6, 2022, 10:10 AM IST

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟାରେ କଲେ ପଦଯାତ୍ରା (Sonia Gandhi joins bharat jodo yatra)। ସାଙ୍ଗରେ ରହିଛନ୍ତି ପୁଅ ରାହୁଲ ଓ ଅନ୍ୟ କିଛି ବରିଷ୍ଠ ନେତା । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ
କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ

ବେଙ୍ଗାଲୁରୁ: ଦଳ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ( Sonia Gandhi joins bharat jodo yatra)। ସୋନିଆ ଆଜି (ଗୁରୁବାର) କର୍ଣ୍ଣାଟକର ମାଣ୍ଡା ଜିଲ୍ଲାରୁ ଯାତ୍ରାରେ ଅଂଶଗ୍ରହଣ କରିବା ସହ ପଦଯାତ୍ରା ମଧ୍ୟ କରିଛନ୍ତି । ଆରମ୍ଭରୁ ପୁଅ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାତ୍ରାର ନେତୃତ୍ବ ନେଇ ଆସୁଥିଲା ବେଳେ ଏବେ ସୋନିଆ ଦଳୀୟ ହାଇକମାଣ୍ଡ ନିର୍ବାଚନ ପାଇଁ ଦିଲ୍ଲୀରେ ବ୍ୟସ୍ତ ଥିଲେ । ତେବେ ଯାତ୍ରା ପ୍ରାୟ ଏକ ମାସରେ ପହଞ୍ଚିବାକୁ ଯାଉଥିବା ବେଳେ ସେ ଏଥିରେ ପ୍ରତ୍ୟେକ୍ଷ ଭାବେ ସେ ସାମିଲ ହୋଇଛନ୍ତି ।

ଆଜି ମାଣ୍ଡ୍ୟାରୁ ସୋନିଆ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସୋନିଆଙ୍କ ସହ ରାହୁଲ ଗାନ୍ଧୀ, ଦଳର ବହୁ କେନ୍ଦ୍ରୀୟ ନେତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ଏକ ମାସର ନିକଟବର୍ତ୍ତୀ ହୋଇଛି । ତାମିଲନାଡୁ ଓ କେରଳ ପରିକ୍ରମା ଶେଷ କରିବା ପରେ ତୃତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ପରିକ୍ରମା ଜାରି ରଖିଛି ଦଳ (Sonia Gandhi joins bharat jodo yatra)।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘ଭାରତ ଯୋଡୋ ଯାତ୍ରା’ରେ ୧୫୦ ଦିନ ମଧ୍ୟରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବାର ଲକ୍ଷ୍ୟ ସ୍ଥିର କରିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମ କନ୍ୟାକୁମାରୀରେ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହେବ । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ । ଦରଦାମ ଓ ମୁଦ୍ରାସ୍ପୀତି ବୃଦ୍ଧି, ବେରୋଜଗାରୀ ପରି ପ୍ରମୁଖ ପ୍ରସଙ୍ଗକୁ ନେଇ ଲୋକଙ୍କୁ ଭେଟିବାରେ ଲାଗିଛି ଦଳ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.