ETV Bharat / bharat

Cong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବି

author img

By

Published : Oct 8, 2022, 4:30 PM IST

Updated : Oct 8, 2022, 8:12 PM IST

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ । ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା । ନିଜ ଜୀବନରେ ଥରେ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପରେ ଏଥିରୁ ସେ ଓହରନ୍ତି ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Cong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବି
Cong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବିCong Prez Poll: ନିର୍ବାଚନରୁ ଓହରିବା ଚର୍ଚ୍ଚା ଉପରେ ଥରୁରଙ୍କ ପ୍ରତିକ୍ରିୟା, କହିଲେ ଶେଷ ପର୍ଯ୍ୟନ୍ତ ଲଢିବି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରୁ ଥିରୁଅନନ୍ତପୁରମ ସାଂସଦ ଶଶି ଥରୁର (Congress presidential polls candidate Shashi Tharoor) ଓହରିଯିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ଖଣ୍ଡନ କରିଛନ୍ତି ଥରୁର (Tharoor dismissed talk of him withdrawing from election)। ସେ କୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପରେ ସେଥିରୁ ଓହରନ୍ତି ନାହିଁ । ଏହି ଲଢେଇରେ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ ବୋଲି କହିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନରେ ଶଶି ଥରୁର ଓ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମୁହାଁମୁହିଁ ହେବେ । ଏହି ସମୟରେ ଥରୁର ନିର୍ବାଚନରୁ ଓହରିଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏହା ଉପରେ ପ୍ରତିକ୍ରିୟା ରଖି ଥରୁର କହିଛନ୍ତି, " ମୁଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ଦିଲ୍ଲୀରେ ଚର୍ଚ୍ଚା ହେଉଛି । ତେବେ ଆପଣଙ୍କୁ ସ୍ପଷ୍ଟ କରୁଛି ଯେ ମୁଁ ମୋ ଜୀବନରେ କୌଣସି ଚ୍ୟାଲେଞ୍ଜରୁ ଓହରି ନାହିଁ କି ଓହରିବି ନାହିଁ ।" ଟ୍ବିଟରରେ ସେ ଏକ ଭିଡ଼ିଓ ସେୟାର କରି ଏହା ସ୍ପଷ୍ଟ କରିଛନ୍ତି ।

ସେ ଆହୁରି କହିଛନ୍ତି, " ଏହା ଏକ ସଂଘର୍ଷ । ଦଳ ମଧ୍ୟରେ ଏହା ଏକ ବନ୍ଧୁତାପୂର୍ଣ୍ଣ ପ୍ରତିଯୋଗିତା । ଶେଷ ପର୍ଯ୍ୟନ୍ତ ଲଢେଇ ହେବ । ଅକ୍ଟୋବର ୧୭ରେ ଆସି ଦୟାକରି ଭୋଟ ଦିଅନ୍ତୁ । ଆସନ୍ତାକାଲି ବିଷୟରେ ଭାବନ୍ତୁ, ଥରୁର ବିଷୟରେ ଭାବନ୍ତୁ ( 'Think tomorrow, think Tharoor') । " ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ସେ ଏହି ଭିଡ଼ିଓ ଜାରି କରିଛନ୍ତି । କଂଗ୍ରେସର ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ରହିଥିଲା ।

ଏହା ବି ପଢନ୍ତୁ- Congress Prez Poll: ନିର୍ବାଚନୀ ଇସ୍ତାହାର ଜାରି କଲେ ଶଶି ଥରୁର

ସୂଚନା ଥାଉ କି ଆସନ୍ତା ଅକ୍ଟୋବର ୧୭ ତାରିଖରେ ଏହି ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ହେବା ବେଳେ ଫଳାଫଳ ମଧ୍ୟ ସେହି ଦିନ ଘୋଷଣା କରାଯିବ । ପ୍ରାୟ ୯ ହଜାରରୁ ଅଧିକ ପ୍ରଦେଶ କଂଗ୍ରେସ କମିଟି (PCC) ପ୍ରତିନିଧି ଭୋଟ ଦେବେ ବୋଲି ଜଣାପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Poll) ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ( K N Tripathi) ନାମାଙ୍କନ ପତ୍ର ଖାରଜ ହେବା ପରେ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ (Mallikarjun Kharge Vs Shashi Tharoor) ମଧ୍ୟରେ ଲଢେଇ ହେବାକୁ ଯାଉଛି ।

ସେପଟେ ଶୁକ୍ରବାର ନିଜ ନିର୍ବାଚନୀ ଇସ୍ତାହାର ପତ୍ର (Election Manifesto) ଜାରି କରିଛନ୍ତି ଥରୁର । ଏଥିରେ ସେ ୧୦ଟି ମୁଦ୍ଦା ଉଠାଇଥିବା ବେଳେ ନିର୍ବାଚନ ଜିତିଲେ ଏହାକୁ ଲାଗୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା କରିବା ଲାଗି ଦଳକୁ ସକ୍ରିୟ, ଦୃଢ କରିବେ ବୋଲି ସେ କହିଛନ୍ତି । ବୁଥ ସ୍ତରରେ ଦଳକୁ ମଜବୁତ କରିବା, ରାଷ୍ଟ୍ର ନିର୍ମାଣ ଗତିବିଧି ପାଇଁ ମହାସଚିବଙ୍କ ସାହାଯ୍ୟ ଲୋଡ଼ିବା, ରାଜ୍ୟ ଅଧ୍ୟକ୍ଷଙ୍କୁ ସେମାନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୀମିତ ନ ରଖି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ମତ ରଖିବା ଲାଗି ସ୍ବତନ୍ତ୍ରତା ଦେବା ଆଦି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

Last Updated : Oct 8, 2022, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.