ETV Bharat / bharat

Congress Prez Poll: ନିର୍ବାଚନୀ ଇସ୍ତାହାର ଜାରି କଲେ ଶଶି ଥରୁର

author img

By

Published : Oct 7, 2022, 8:28 PM IST

Congress Prez Poll: ନିର୍ବାଚନୀ ଇସ୍ତାହାର ଜାରି କଲେ ଶଶି ଥରୁର
Congress Prez Poll: ନିର୍ବାଚନୀ ଇସ୍ତାହାର ଜାରି କଲେ ଶଶି ଥରୁର

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ଶଶି ଥରୁରୁ ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ (Congress President Poll)। ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ଶଶି ଥରୁର (Congress Leader Shashi Tharoor) ଆଜି ନିଜ ନିର୍ବାଚନୀ ଇସ୍ତାହାର ପତ୍ର (Election Manifesto) ଜାରି କରିଛନ୍ତି । ଏ ଥିରେ ସେ ୧୦ଟି ମୁଦ୍ଦା ଉଠାଇଥିବା ବେଳେ ନିର୍ବାଚନ ଜିତିଲେ ଏହାକୁ ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା କରିବା ଲାଗି ଦଳକୁ ସକ୍ରିୟ, ଦୃଢ କରିବେ ବୋଲି ସେ କହିଛନ୍ତି ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କମ ସମର୍ଥନ ଯୋଗୁଁ ସେ ଦୌଡ଼ରୁ ବାଦ ପଡ଼ିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି । ଏ ନେଇ ଥରୁର କହିଛନ୍ତି, " ନିର୍ବାଚନ ମୈଦାନରେ ମୁଁ ଥିବା ବେଳେ ମୋତେ ଦଳ ପକ୍ଷରୁ ସମର୍ଥନ ମଧ୍ୟ ମିଳୁଛି । ଦଳକୁ ପୁନର୍ଜୀବିତ କରିବା ଓ ଏହାକୁ ସକ୍ରିୟ କରିବା ମୋର ଲକ୍ଷ୍ୟ । ଦଳ କର୍ମକର୍ତ୍ତାଙ୍କୁ ସଶକ୍ତ କରିବା ସହିତ ସତ୍ତାକୁ ବିକେନ୍ଦ୍ରୀକରଣ କରିବା ଏବଂ ଲୋକଙ୍କ ସମ୍ପର୍କରେ ରହିବା ମୋର ଲକ୍ଷ୍ୟ ରହିଛି ।" ଥରୁର କଂଗ୍ରେସର ରାଜ୍ୟ ମୁଖ୍ୟାଳୟ ସତ୍ୟମୂର୍ତ୍ତି ଭବନରେ ଏହି ବୟାନ ଦେଇଛନ୍ତି ।

ଏହା ବି ପଢନ୍ତୁ- Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଖଡ଼ଗେ-ଥରୁର ଲଢେଇ

ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ପ୍ରତି ସମ୍ମାନ ଥିବା ଉଲ୍ଲେଖ କରି ଥରୁର କହିଛନ୍ତି, "ଏହି ପ୍ରତିଯୋଗିତା ବିଭିନ୍ନ ଦୃଷ୍ଟିକୋଣ ଉପରେ ଆଧାରିତ ଏବଂ ବିଜେପି ଗ୍ରହଣ କରିବା ଆଦର୍ଶଗତ ନୁହେଁ । ଆମକୁ ଦଳର କାର୍ଯ୍ୟଶୈଳୀରେ ଉନ୍ନତି ଆଣିବା ଆବଶ୍ୟକ। ଆମେ ଯୁବକମାନଙ୍କୁ ଦଳକୁ ଆଣିବା ଏବଂ ଦଳକୁ ମଜଭୁତ କରିବାର ଅଧିକାର ଦେବା ଆବଶ୍ୟକ । ପରିଶ୍ରମୀ ଏବଂ ଦୀର୍ଘ ଦିନର କଂଗ୍ରେସ କର୍ମୀଙ୍କୁ ଆମେ ଅଧିକ ସମ୍ମାନ ଦେବା ଉଚିତ ।"

ନିଜ ଇସ୍ତାହାର ପତ୍ରରେ ସେ ୧୦ଟି ଦାବି ଉଲ୍ଲେଖ କରିଛନ୍ତି । ବୁଥ ସ୍ତରରେ ଦଳକୁ ମଜଭୁତ କରିବା, ରାଷ୍ଟ୍ର ନିର୍ମାଣ ଗତିବିଧି ପାଇଁ ମହାସଚିବଙ୍କ ସାହାଯ୍ୟ ଲୋଡ଼ିବା, ରାଜ୍ୟ ଅଧ୍ୟକ୍ଷଙ୍କୁ ସେମାନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୀମିତ ନ ରଖି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ମତ ରଖିବା ଲାଗି ସ୍ୱତନ୍ତ୍ରତା ଦେବା ଆଦି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କଂଗ୍ରେସର ମୂଳ ବିଶ୍ବାସକୁ ପୁଣି ଉଜ୍ଜୀବିତ କରିବା ଦରକାର ବୋଲି କହିଛନ୍ତି ଥରୁର ।

କେରଳ ଥିରୁଅନନ୍ତପୁରମର ସାଂସଦ ଥରୁର ଆହୁରି କହିଛନ୍ତି, "ଦଳ ୫ବର୍ଷ ପର୍ଯ୍ୟନ୍ତ ଗୋଟିଏ ଥର ଲାଗି ନିର୍ବାଚନ ଲଢିବା ଭଳି ମେସିନ ନୁହେଁ, ତାକୁ ଲୋକଙ୍କ ସହିତ ରହିବା ଆବଶ୍ୟକ । ଲୋକଙ୍କ ସେବା କରିବା ଉଚିତ । ଆମକୁ ଲୋକଙ୍କ ସଂସ୍ପର୍ଶରେ ରହିବା ସହିତ ତାଙ୍କ ସହ ମିଳିମିଶି କାମ କରିବା ଆବଶ୍ୟକ । ଲୋକଙ୍କ ସହିତ ତୃଣମୂଳ ସ୍ତରରେ ଯୋଡ଼ି ହେବା ଦରକାର । ଏହା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରୁ ସ୍ପଷ୍ଟ ହେଉଛି ।"

ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Poll) ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ( K N Tripathi) ନାମାଙ୍କନ ପତ୍ର ଖାରଜ ହେବା ପରେ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ (Mallikarjun Kharge Vs Shashi Tharoor) ମଧ୍ୟରେ ଲଢେଇ ହେବାକୁ ଯାଉଛି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଶେଷ ଦିନ ଏହି ୩ ନେତା ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.