ETV Bharat / bharat

କୋଟାରେ ହାରିଲେ ପ୍ରହ୍ଲାଦ ଗୁଞ୍ଜଲ, ଟଏଲଟ କ୍ଲିନର ପିଇଦେଲେ ବିଜେପି କର୍ମୀ

author img

By ETV Bharat Odisha Team

Published : Dec 4, 2023, 10:52 PM IST

BJP worker attempts suicide
BJP worker attempts suicide

ରାଜସ୍ଥାନ କୋଟା ଉତ୍ତର ବିଧାନସଭା ଆସନରେ ହାରିଲେ ବିଜେପି ପ୍ରାର୍ଥୀ । ଟଏଲଟ କ୍ଲିନର ପିଇ ବିଜେପି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଂଗ୍ରେସ ହାତରୁ ଶାସନ କ୍ଷମତାକୁ ଛଡାଇ ଆଣି ବିଜେପି ବହୁମତ ସହିତ ସରକାର ଗଢିବାକୁ ଯାଉଛି । ହେଲେ କିଛି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ୁଛି । କୋଟା ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲ ହାରିବା ପରେ ଏହାକୁ ସ୍ବୀକାର କରିପାରିନାହାନ୍ତି ଜଣେ ବିଜେପି କର୍ମୀ । ଏହାପରେ ସେ ଟଏଲଟ କ୍ଲିନର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଟାରେ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲଙ୍କୁ କଂଗ୍ରେସର ହେବିୱେଟ ନେତା ଶାନ୍ତି ଧାରିବାଲ ହରାଇଛନ୍ତି । ନିଜ ପ୍ରିୟ ନେତାଙ୍କ ହାରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଜେପି କର୍ମୀ ତଥା କୋଟାର ନୟାପୁରା ମୁକ୍ତିଧାମ ରୋଡ ଅଧିବାସୀ ସୁରଜିତ ସିଂ । ସେ ବିଷାକ୍ତ ପଦାର୍ଥ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ଏମବିଏମସ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଏ ନେଇ ଏମବିଏସ ପୋଲିସ କହିଛନ୍ତି ଯେ ଏ ନେଇ ନୟାପୁରା ଥାନାକୁ ସୂଚନା ଦିଆଯାଇଥିଲା । ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ନୟାପୁରା ପୋଲିସ ହସ୍ପିଟାଲ ଯାଇ ଯୁବକଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ନେବ ।

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି କର୍ମୀ ସୁରିଜତ କହିଛନ୍ତି ଯେ ସେ ଗତ ୧୦ ବର୍ଷ ଧରି ପ୍ରହ୍ଲାଦ ଗୁଞ୍ଜଲଙ୍କ ସହିତ ସମ୍ପର୍କରେ ରହିଛନ୍ତି । ଚଳିତ ନିର୍ବାଚନରେ ପ୍ରହ୍ଲାଦ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ସେ ଆଶା କରିଥିଲେ । ବିଜେପି ପ୍ରାର୍ଥୀ ପ୍ରହ୍ଲାଦଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବା ଲାଗି ସେ ଭୋଟରଙ୍କୁ ନିବେଦନ ମଧ୍ୟ କରିଥିଲେ । ହେଲେ କଂଗ୍ରେସ ପ୍ରାର୍ଥୀଙ୍କଠୁ ପ୍ରହ୍ଲାଦ ପରାଜୟ ବରଣ କରିବା ପରେ ସେ ଅବସାଦଗ୍ରସ୍ତ ହୋଇ ଏପରି କରିଥିବା କହିଛନ୍ତି ।

ସୂଚନା ଥାଉ କି କୋଟା ଉତ୍ତର ଆସନରୁ କଂଗ୍ରେସ ପ୍ରାର୍ଥୀ ଶାନ୍ତି ଧାରିୱାଲ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ୨୪୮୬ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲଙ୍କ ସପକ୍ଷରେ ୯୨ ହଜାର ୪୧୩ଟି ଭୋଟ ପଡ଼ିଥିଲା । ସେପଟେ ଶାନ୍ତି ଧାରିୱାଲଙ୍କ ସପକ୍ଷରେ ୯୪ ହଜାର ୮୯୯ଟି ଭୋଟ ପଡ଼ିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.