ETV Bharat / bharat

ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ

author img

By ETV Bharat Odisha Team

Published : Dec 3, 2023, 6:33 PM IST

Rajasthan assembly election 2023 : ରାଜସ୍ଥାନରେ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ପରମ୍ପରା ବଜାୟ ରଖି 5ବର୍ଷ ପରେ ପୁଣି ସରକାର ଗଢିବାକୁ ଯାଉଛି ବିଜେପି । 2024 ଲୋକସଭା ଫାଇନାଲ ପୂର୍ବରୁ ସମସ୍ତ ଦଳ ପାଇଁ ବିଧାନସଭା ନିର୍ବାଚନ ସେମି ଫାଇନାଲ ଥିଲା । ତେବେ ଜନାଦେଶ ବିଜେପି ପାଇଁ ଶୁଭଙ୍କର ରହିଛି । ଅଧିକ ପଢନ୍ତୁ

Rajasthan assembly election 2023
Rajasthan assembly election 2023

  • BJP is set to form its government in Rajasthan as it crosses the majority mark of 100 seats, as per the Election Commission of India.

    The counting of votes is still underway. pic.twitter.com/Dw3wi87ayw

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଜୟପୁର: ରାଜସ୍ଥାନରେ ପରମ୍ପରା ବଜାୟ ରଖିଲେ ଜନତା । ପୁଣି ସତ୍ତା ପରିବର୍ତ୍ତନ ହୋଇଛି । କଂଗ୍ରେସ ପରେ ପୂର୍ବ ପରମ୍ପରା ଅନୁଯାୟୀ ଆସିଛି ବିଜେପି ସରକାର । ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । 199 ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପିକୁ ମିଳିଛି 115 ଆସନ । ଫାଇନାଲ ପୂର୍ବରୁ ସେମି ଫାଇନାଲରେ ବିଜେପି ପାଇଁ ନିଶ୍ଚିତ ଏହା ଶୁଭ ସଙ୍କେତ । ବିଜେପି ରାଜସ୍ଥାନ ସମେତ 3ଟି ରାଜ୍ୟରେ ସରକାର ଗଢିବାକୁ ଯାଉଛି । ରାଜସ୍ଥାନରେ 5ବର୍ଷ ପରେ ପୁଣି କମ୍‌ବ୍ୟାକ୍‌ କରିଛି ବିଜେପି ।

200 ଆସନ ବିଶିଷ୍ଟ ରାଜସ୍ଥାନରେ ଚଳିତ ଥର 199ଟି ଆସନରେ ପଡ଼ିଥିଲା ଭୋଟ । ଆଜି ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଖାତାକୁ ଯାଇଛି 115 ଆସନ । ସେପଟେ ଶାସନରେ ଥିବା କଂଗ୍ରେସ 68ଟି ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିବା ବେଳେ କଂଗ୍ରେସର ହେବିୱେଟ ନେତା କିନ୍ତୁ ନିଜ ଆସନରେ ବିଜେପି ପ୍ରାର୍ଥୀଙ୍କୁ ମାତ୍‌ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ 6ଷ୍ଠ ଥର ପାଇଁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ହୋଇଛନ୍ତି । ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଟଙ୍କୋ ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅଜିତ ମେହେଟ୍ଟାଙ୍କୁ ପରାସ୍ତ କରିଛନ୍ତି ।

ହାର ସ୍ବୀକାର କଲେ ଗେହଲଟ:- ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜନାଦେଶକୁ ସ୍ବୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ X ସାଇଟ୍‌ରେ ଏକ ପୋଷ୍ଟ କରି କହିଛନ୍ତି, "ରାଜସ୍ଥାନ ଜନତାଙ୍କ ଜନାଦେଶକୁ ଆମେ ବିନମ୍ରତାର ସହିତ ସ୍ବୀକାର କରୁଛୁ । ଏହି ଫଳାଫଳ ଆମ କଳ୍ପନା ବାହାରେ ଥିଲା । ଏହି ହାର ଆମକୁ ଦର୍ଶାଇଛି ଯେ ଆମେ ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଅସଫଳ ରହିଲୁ । ମାତ୍ର କଂଗ୍ରେସ ସରକାର ଦ୍ବାରା ରାଜ୍ୟରେ ଲାଗୁ କରାଯାଇଥିବା ଯୋଜନାକୁ ଆଗକୁ ବଢାଇବାକୁ ମୁଁ ନୂଆ ସରକାରଙ୍କୁ ପରାମର୍ଶ ଦେଉଛି ।"

ପରାଜୟ ବରଣ କରିଥିବା ହେବିୱେଟ ନେତା:- ଚଳିତ ନିର୍ବାଚନରେ ଅନେକ ମନ୍ତ୍ରୀଙ୍କ ସହିତ ଉଭୟ ଦଳର ହେବିୱେଟ ନେତାଙ୍କୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ମାତ୍ ଦେଇଛନ୍ତି । ଗେହଲଟ ସରକାରର 11 ଜଣ ମନ୍ତ୍ରୀଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି । ଖାଜୁୱାଲା ଆସନରୁ ଗୋବିନ୍ଦ ରାମ ମେଘବାଲ, ଡିଗ-କୁମହେରରୁ ବିଶ୍ବେନ୍ଦ୍ର ସିଂ, ସିୱିଲ ଲାଇନ୍ସର ପ୍ରତାପ ସିଂ ଖାଚରିୟାୱାସ, ସିକରାୟରୁ ମମତା ଭୁପେଶ, ବାନସୁରରୁ ଶଙ୍କୁନ୍ତଳା ରାୱତ, କୋଟପୁତଲିରୁ ରାଜେନ୍ଦ୍ର ଯାଦବ, କୋଲାୟତ ଆସନରୁ ଭବେର ସିଂହ ଓ ବିକାନେର ପଶ୍ଚିମ ଆସନରୁ ବିଡି କଲ୍ଲାଙ୍କୁ ହାରର ସାମ୍ନା କରିବାକୁ ପଡିଛି ।

ହାରିଲେ ବିଜେପିର ହେବିୱେଟ ନେତାଏ:- ରାଜସ୍ଥାନ ଜନାଦେଶ ଆସିବା ପରେ କେଉଁଠି ଖୁସିର ମାହୋଲ ତ କେଉଁଠି ଦୁଃଖର ବାତାବରଣ ଖେଳିଯାଇଥିଲା । ଯେଉଁଠି କଂଗ୍ରେସକୁ ଝଟକା ଲାଗିଛି, ସେଇଠି ବିଜେପିର ହେବିୱେଟ ନେତା ମଧ୍ୟ ଧରାଶାୟୀ ହୋଇଛନ୍ତି । ବିଜେପି ନେତା ରାଜେନ୍ଦ୍ର ରାଠୋର ତାରାନଗର ଆସନରୁ ହାରିଥିବା ବେଳେ ଅମିର ଆସନରୁ ସତୀଶ ପୁନିଆଙ୍କୁ ମଧ୍ୟ ଜନାଦେଶ ନିରାଶ କରିଛି । ସେହିପରି ନାଗୌର ଆସନରୁ ଜ୍ୟୋତି ମିର୍ଧା ନିର୍ବାଚନରେ ମାତ୍‌ ଖାଇଥିବା ବେଳେ ଚୌମୁ ଆସନରୁ ବିଜେପି ପ୍ରାର୍ଥୀ ରାମଲାଲ ଶର୍ମା ପରାଜୟ ସ୍ବୀକାର କରିଛନ୍ତି । ଚିତୌରଗଡ଼ ଆସନରୁ ନରପତ ସିଂଙ୍କୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଚନ୍ଦ୍ରଭାନ ସିଂ ମାତ୍‌ ଦେଇଛନ୍ତି ।

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ଆସିଲା ଗେହଲଟଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଧକ୍କା ଦେଲା ଫଳ

ହଟ୍‌ ସିଟ୍‌ର ଫଳାଫଳ:- ରାଜସ୍ଥାନ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ମଧ୍ୟରୁ ଶୁମାର ଧୌଲପୁର ଆସନରୁ ଶୋଭା ରାଣୀ କୁଶବାହା ବିଜେପି ପ୍ରାର୍ଥୀ ଡଃ ଶିବଚରଣ କୁଶବାହାଙ୍କୁ ପରାସ୍ତ କରିଛନ୍ତି । ସେହିପରି ହୱାମହଲ ଆସନରୁ କଂଗ୍ରେସ ପ୍ରାର୍ଥୀ ଆର.ଆର ତିୱାଡି ବିଜେପି ପ୍ରାର୍ଥୀ ବାଲମୁକୁନ୍ଦ ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି । ଖାଜୁୱାଲା ଆସନରୁ ବିଜେପି ପ୍ରାର୍ଥୀ ବିଶ୍ବନାଥ ମେଘୱାଲ ଗେହଲଟ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ରାମ ମେଘୱାଲଙ୍କୁ ଧୂଳି ଚଟାଇଛନ୍ତି । ଅନ୍ୟତମ ହଟ୍‌ ସିଟ୍‌ ତିଜାରାରୁ ବିଜେପି ନେତା ବାବା ବୋଲକନାଥ ଯୋଗୀ ବିଜୟର ଧ୍ବଜା ଉଡାଇଛନ୍ତି ।

ଜିତିଲେ ବସୁନ୍ଧରା-ଗେହଲଟ-ପାଇଲଟ:- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଦାବିଦାର ଥିବା ଏହି 3 ପ୍ରମୁଖ ନେତା ନିଜ ନିଜ ବିଧାନସଭା ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜ ପାରମ୍ପରିକ ଆସନରୁ ଝାଲରାପାଟନ ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ଚନ୍ଦ୍ରୱାତଙ୍କୁ 53,193 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ ଚଳିତ ଥର 6ଷ୍ଠ ଥର ପାଇଁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ 26,396 ଭୋଟ ବ୍ୟବଧାନରେ ଗେହଲଟ ପରାସ୍ତ କରିଛନ୍ତି । ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଟଙ୍କୋ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ବିଜେପି ପ୍ରାର୍ଥୀ ଅଜିତ ମେହେଟ୍ଟାଙ୍କୁ ପରାସ୍ତ କରିଛନ୍ତି ।

କିଏ ହେବେ ମୁଖ୍ୟମନ୍ତ୍ରୀ ? :- ଚଳିତ ନିର୍ବାଚନରେ ବିଜେପିକୁ ମିଳିଛି ପୂର୍ଣ୍ଣ ବହୁମତ । ଫଳରେ ସରକାର ଗଢିବାକୁ ଯାଉଛି ବିଜେପି । ତେବେ ଏହାରି ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଫେସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିଏମ ରେସ୍‌ରେ ବସୁନ୍ଧରା ରାଜେଙ୍କଠାରୁ ଆରମ୍ଭ କରି ବାବା ବାଲକନାଥ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ରାଜ ପରିବାରର ଦୀୟା କୁମାରୀ ରହିଛନ୍ତି । ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ ? ରାଜପରିବାରକୁ ମିଳିବ କମାଣ ନା ବାଜି ମାରିବେ 'ରାଜସ୍ଥାନର ଯୋଗୀ' ? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳର ହାଇ କମାଣ୍ଡ ଏ ନେଇ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଦଳୀୟ ନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.