ETV Bharat / bharat

ରାଜସ୍ଥାନ ଜନାଦେଶ 2023: ଆସିଲା ଗେହଲଟଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଧକ୍କା ଦେଲା ଫଳ

author img

By ETV Bharat Odisha Team

Published : Dec 3, 2023, 5:28 PM IST

First reaction of CM Ashok Gehlot
First reaction of CM Ashok Gehlot

ଆସିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମ ପ୍ରତିକ୍ରିୟା । କହିଲେ ଧକ୍କା ଦେଇଛି ଏକଜାଟ୍‌ ପୋଲ୍‌ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବାକୁ ଯାଉଛି ବିଜେପି । ତେବେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆସିଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରଥମ ପ୍ରତିକ୍ରିୟା । ନିର୍ବାଚନୀ ଫଳ ତାଙ୍କୁ ଧକ୍କା ଦେଇଥିବା ଗେହଲଟ କହିଛନ୍ତି । ଏହାସହିତ ସରକାର ଗଢିବାକୁ ଯାଉଥିବା ବିଜେପିକୁ ଶୁଭେଚ୍ଛା ଜଣାଇବା ସହିତ ଦଳ ରାଜ୍ୟବାସୀଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, "ପୂର୍ବରୁ ଯେମିତି କହିଥିଲି ମୁଁ ଜନାଦେଶକୁ ସ୍ବୀକାର କରୁଛି । ରାଜସ୍ଥାନର ଆଗାମୀ ସରକାରଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ମୋର ଆଶା ସେମାନେ ରାଜ୍ୟବାସୀଙ୍କ ହିତ ଦିଗରେ କାର୍ଯ୍ୟ କରିବେ । କିନ୍ତୁ ଜନାଦେଶ ନିଶ୍ଚିତ ଧକ୍କା ଦେଇଛି । ଏହା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ଏହି ହାର ଦର୍ଶାଇଛି ଯେ ଆମେ ଆମର ପ୍ଲାନକୁ ସଫଳତାର ସହିତ ପୂରଣ କରିପାରିଲୁ ନାହିଁ । ମୁଁ ନୂଆ ସରକାରଙ୍କୁ ପରାମର୍ଶ ଦେବି ଯେ କଂଗ୍ରେସ ସରକାର ରାଜ୍ୟରେ ଲାଗୁ କରିଥିବା ଚିରଞ୍ଜିବୀ, ବିକାଶମୂଳକ ଯୋଜନାକୁ ଆଗେଇ ନିଅନ୍ତୁ।"

  • #WATCH | Delhi: On BJP's lead in Rajasthan, CM Ashok Gehlot says "I have always said that I will accept the mandate of the people and I extend my best wishes to the future government. I hope they work for the welfare of the people of the state...The results are shocking..." pic.twitter.com/r7uxhOUk2P

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ: ଗେହେଲଟ-ପାଇଲଟ ବିଜୟୀ, କ୍ଷମତା ହରାଇଲା କଂଗ୍ରେସ

ଏହାସହିତ ମୁଖ୍ୟମନ୍ତ୍ରୀ ଗେହଲଟ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଛନ୍ତି, "ଚଳିତ ନିର୍ବାଚନରେ ଖୁବ ପରିଶ୍ରମ କରିଥିବା ଦଳୀୟ ନେତାଙ୍କ ନିକଟରେ ମୁଁ କୃତଜ୍ଞ । ଏହାସହିତ ଆମ ଉପରେ ଆସ୍ଥା କରି ଭୋଟ ଦେଇଥିବା ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ।" ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ 199 ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି 115 ଆସନରେ ଲିଡ୍‌ କରୁଥିବା ବେଳେ କଂଗ୍ରେସ 69ଟି ଆସନରେ ଲିଡ୍‌ କରୁଛି । ଯେହେତୁ ଚଳିତ ଥର 199ଟି ଆସନରେ ଭୋଟିଂ ହୋଇଥିଲା ତେବେ ସରକାର ଗଢିବା ଲାଗି ରାଜ୍ୟରେ ମ୍ୟାଜିକ ନମ୍ବର ହେଉଛି 100 । ବିଜେପି 115ଟି ଆସନରେ ଲିଡ୍‌ କରୁଥିବାରୁ ଦଳକୁ ପୂର୍ଣ୍ଣ ବହୁମତ ମିଳିଛି ।

ସେପଟେ ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ ଚଳିତ ଥର ନିର୍ବାଚନ ଲଢିଥିଲେ । ସେ ଚଳିତ ଥର ଏହି ଆସନରୁ 6ଷ୍ଠ ଥର ପାଇଁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ ଗେହଲଟ ପରାସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.