ETV Bharat / bharat

ରାଜସ୍ଥାନ ଜନାଦେଶ: ଗେହେଲଟ-ପାଇଲଟ ବିଜୟୀ, କ୍ଷମତା ହରାଇଲା କଂଗ୍ରେସ

author img

By ETV Bharat Odisha Team

Published : Dec 3, 2023, 2:17 PM IST

Updated : Dec 3, 2023, 3:12 PM IST

ସର୍ଦ୍ଦାରପୁର ଆସନରୁ ମୁଖ୍ୟମନ୍ତ୍ରୀ ଗେହେଲଟ ଓ ଟୋଙ୍କରୁ ସଚିନ ପାଇଲଟ ବିଜୟୀ । କ୍ଷମତାରୁ ବେଦଖଲ ହେଲା କଂଗ୍ରେସ । ଅଧିକ ପଢନ୍ତୁ

ରାଜସ୍ଥାନ ଫଳାଫଳ: ସର୍ଦ୍ଦାରପୁରରୁ ଗେହେଲଟ, ଟୋଙ୍କରୁ ସଚିନ ପାଇଲଟ ବିଜୟୀ
ରାଜସ୍ଥାନ ଫଳାଫଳ: ସର୍ଦ୍ଦାରପୁରରୁ ଗେହେଲଟ, ଟୋଙ୍କରୁ ସଚିନ ପାଇଲଟ ବିଜୟୀ

ଜୟପୁର: ରାଜସ୍ଥାନରେ ସମସ୍ତ 199 ଆସନର ଫଳାଫଳ ପ୍ରାୟତଃ ଆସିସାରିଛି । ଆନୁଷ୍ଠାନିକ ଘୋଷଣା ସଂଧ୍ୟା ସୁଦ୍ଧା ହୋଇପାରେ । ସର୍ଦ୍ଦାରପୁର ଆସନରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବିଜୟୀ ହୋଇଛନ୍ତି । ସେହିପରି ଟୋଙ୍କ ବିଧାନସଭା ଆସନରୁ ମଧ୍ୟ ଦଳର ଅନ୍ୟତମ ଚର୍ଚ୍ଚିତ ନେତା ସଚିନ ପାଇଲଟ ବିଜୟୀ ହୋଇଛନ୍ତି । ଗେହେଲଟ ଓ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ କଂଗ୍ରେସ କିନ୍ତୁ କ୍ଷମତାରୁ ବେଦଖଲ ହୋଇଛି । ଗେହେଲଟ ନିଜ ପାରମ୍ପରିକ ଆସନ ସର୍ଦ୍ଦାରପୁରରୁ ନିର୍ବାଚନ ଲଢିଥିଲେ । ସେ ଚଳିତ ଥର ଏହି ଆସନରୁ 6ଷ୍ଠ ଥର ନିର୍ବାଚନ ଲଢିଛନ୍ତି । କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂ ରାଠୋରଙ୍କୁ ଗେହେଲଟ ପରାସ୍ତ କରିଛନ୍ତି । ଦଳର ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଟଙ୍କୋ ବିଧାନସଭା ଆସନରୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅଜିତ ମେହେଟ୍ଟାଙ୍କୁ ପରାସ୍ତ କରିଛନ୍ତି ।

ରାଜସ୍ଥାନରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ରହିଆସିଛି । 1993 ମସିହାରେ ରାଜ୍ୟରେ ପ୍ରଥମ ଥର ଶାସନକୁ ଆସିଥିଲା । ଏହା ପରେ କ୍ରମାଗତ ଦୁଇଥର କ୍ଷମତାରେ ରହିବା ପାଇଁ ରାଜ୍ୟବାସୀ ଜନାଦେଶ ଦେଇନାହାନ୍ତି । 1993 ପର ଠାରୁ ରାଜ୍ୟରେ କ୍ଷମତା ପରିବର୍ତ୍ତନର ଧାରା ରହିଆସିଛି । ପ୍ରତ୍ୟେକ ଥର ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଆସିଥିବାରୁ ଏଥର ବିରୋଧୀ ବିଜେପି କ୍ଷମତାକୁ ଫେରିବା ନେଇ ଆଶାବାଦୀ ଥିଲା । ନିକଟରେ ପ୍ରକାଶ ପାଇଥିବା ଏକଜିଟ ପୋଲରେ ମଧ୍ୟ କଂଗ୍ରେସକୁ ହରାଇ ବିଜେପି କ୍ଷମତାକୁ ଆସିବା ନେଇ ଆକଳନ କରାଯାଇଥିଲା । ଯାହା ଆଜି ଏକଜାକ୍ଟ ପୋଲରେ ପ୍ରତିଫଳିତ ମଧ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- 4 ରାଜ୍ୟର ଜନାଦେଶ ଅପଟେଡ: 3 ରାଜ୍ୟରେ ସରକାର ଗଢିବ ବିଜେପି, BRS ହାତରୁ ଗଲା ତେଲେଙ୍ଗାନା !

ଚଳିତ ଥର ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ 199 ଆସନରେ ଭୋଟିଂ ହୋଇଥିବା ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଥିଲା 100 । ବିଜେପି ପ୍ରାୟ 115 ଆସନରେ ଆଗରେ ରହିଛି । କିଛି ଆସନରେ ଅନୌପଚାରିକ ଫଳାଫଳ ଘୋଷଣା ମଧ୍ୟ ହୋଇଛି । ତେବେ ଉଭୟ ପାଇଲଟ ଓ ଗେହେଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳନ ଲାଗି ରହିଥିବା ବେଳେ ଦଳ କିନ୍ତୁ କ୍ଷମତା ହରାଇଛି । ତେବେ ଫଳାଫଳ ଆନୁଷ୍ଠାନିକ ଘୋଷଣା ସହ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରାଜ୍ୟପାଳଙ୍କୁ ଇସ୍ତଫା ଦେଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.