ETV Bharat / bharat

4 ରାଜ୍ୟର ଜନାଦେଶ ଅପଟେଡ: 3 ରାଜ୍ୟରେ ସରକାର ଗଢିବ ବିଜେପି, BRS ହାତରୁ ଗଲା ତେଲେଙ୍ଗାନା

author img

By ETV Bharat Odisha Team

Published : Dec 3, 2023, 6:45 AM IST

Updated : Dec 3, 2023, 7:07 PM IST

ELECTION RESULT LIVE UPDATE
ELECTION RESULT LIVE UPDATE

16:49 December 03

ତେଲେଙ୍ଗାନାରେ ଗଡିଲାନି ବିଆରଏସର ଗାଡି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର

ତେଲେଙ୍ଗାନାରେ ସରକାର ଗଢିବାରେ ବିଫଳ ହେଲା ବିଆରଏସ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ପଠାଇବା ଇସ୍ତଫା ପତ୍ର ।

16:46 December 03

ତିନି ରାଜ୍ୟରେ ସରକାର ଗଢିବ ବିଜେପି, ଜନତା ଜନାର୍ଦ୍ଦନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସରକାର ଗଢିବ ବିଜେପି । ବିଜେପିକୁ ବିଶ୍ବାସ କରିଥିବାରୁ ଜନତା ଜନାର୍ଦ୍ଦନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

16:09 December 03

ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ଲାଠି ଚାର୍ଜ କଲା ପୋଲିସ

ମଧ୍ୟପ୍ରଦେଶରେ ଗୋଟିଏ ପଟେ ଭୋଟ ଗଣତି ଜାରି ରହିଥିବା ବେଳେ ଅନ୍ୟପଟେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଶାହାଜାପୁରରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଲାଠି ଚାର୍ଜ କରିଛି ।

15:54 December 03

ବୁଦ୍ଧନି ଆସନରୁ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶରେ ରିପିଟ୍ ହେବ ସରକାର । ବୁଦ୍ଧନି ଆସନରୁ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଡିଆନି ଆସନରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ବିଜୟୀ ହୋଇଛନ୍ତି ।

15:00 December 03

ମଧ୍ୟପ୍ରଦେଶରେ 33ଟି ଆସନରେ ବିଜେପିର ବିଜୟ, 13ଟିରେ କଂଗ୍ରେସ

ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା 33ଟି ଆସନରେ ବିଜେପି ବାଜିମାତ କରିଥିବା ବେଳେ 13ଟିରେ କଂଗ୍ରେସର ବିଜୟ ହୋଇଛି ।

14:59 December 03

ପଛୁଆ ବିଆରଏସ, ବିଜେପି 34ଟି ଆସନରେ ବିଜୟୀ

ତେଲେଙ୍ଗାନାରେ କଂଗ୍ରେସ ବର୍ତ୍ତମାନ 34ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ମାତ୍ର 13ଟି ଆସନରେ ବିଜୟୀ ହୋଇଛି ।

14:59 December 03

3 ଆସନରେ ବିଜେପିର ବିଜୟ, ଖାତା ଖୋଲିପାରିନି କଂଗ୍ରେସ

ଛତିଶଗଡରେ 52 ଟି ଆସନରେ ବିଜେପି ଲିଡ କରୁଥିବା ବେଳେ 3ଟିରେ ବିଜୟୀ ହୋଇଛି । କଂଗ୍ରେସ ବର୍ତ୍ତମାନ ସୁଦ୍ଧା କୌଣସି ଆସନରେ ଖାତା ଖୋଲିପାରିନି।

14:58 December 03

42ଟି ଆସନରେ ବଜେପିର ବାଜିମାତ

ରାଜସ୍ଥାନରେ ବିଜେପି ଲିଡ କରୁଥିବା ବେଳେ 42 ଟି ଆସନରେ ବିଜୟୀ ହୋଇଛି ଦଳ । କଂଗ୍ରେସ ପଛରେ ରହିଥିବା ବେଳେ ମାତ୍ର 27ଟି ଆସନ ଖାତାକୁ ଆସିଛି ।

14:21 December 03

ତିନି ରାଜ୍ୟରେ ସରକାର ଗଢିବ ବିଜେପି !

ଚାରି ରାଜ୍ୟରେ ଜାରି ରହିଛି ଭୋଟ ଗଣତି । ନିର୍ବାଚନ ଫଳାଫଳ ଆସିବା ପରେ ତିନି ରାଜ୍ୟରେ ସରକାର ବଦଳିବା ନେଇ ଆଶା କରାଯାଉଛି । ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଢିପାରେ ବିଜେପି । ଏହି ତିନି ରାଜ୍ୟରେ କଂଗ୍ରେସକୁ ମାତ ଦେଇ ଆଗରେ ରହିଛି ବିଜେପି । ତେଲଙ୍ଗାନାରେ ବିଆରଏସକୁ ପଛରେ ପକାଇ ଲିଡ କରୁଛି କଂଗ୍ରେସ । ଏଠାରେ ମଧ୍ୟ କଂଗ୍ରେସ ସରକାର ଗଢିବା ନେଇ ଆଶା କରାଯାଉଛି ।

13:13 December 03

କମାରେଡ୍ଡୀ ଆସନରେ ପଛୁଆ କେସିଆର

ତେଲେଙ୍ଗାନାରେ ଜାରି ରହିଛି ଭୋଟ ଗଣତି । ଏଥର ବଦଳି ପାରେ ସରକାର । ପଛରେ ପଡିଲେ ମୁଖ୍ୟମନ୍ତ୍ରୀ କେସିଆର୍‌ । କମାରେଡ୍ଡୀ ଆସନରେ ପଛରେ ରହିଛନ୍ତି କେସିଆର । ଗାଜୱେଲ ଆସନରେ ଆଗୁଆ ।

13:03 December 03

ଡିଆନି ଆସନରେ ଆଗୁଆ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ମଧ୍ୟପ୍ରଦେଶରେ ଲିଡ କରୁଛି ବିଜେପି । ଡିଆନି ଆସନରେ ଆଗୁଆ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଭୋଟ ଗଣତିର ସପ୍ତମ ରାଉଣ୍ଡ ସୁଦ୍ଧା ସେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ଠାରୁ 635 ଭୋଟରେ ଆଗରେ ରହିଛନ୍ତି ।

12:54 December 03

ଚିନ୍ଦଓ୍ବାରା ଆସନରେ ଲିଡ କରୁଛନ୍ତି କମଲନାଥ

ଚିନ୍ଦଓ୍ବାରା ଆସନରେ ଆଗରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କମଲନାଥ । 15 ହଜାର ଭୋଟରେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଠାରୁ ଆଗରେ ରହିଛନ୍ତି ।

12:43 December 03

ଜଲରାପଟନ ଆସନରେ ବିଜୟୀ ହେଲେ ବସୁନ୍ଧରା ରାଜେ

ଜଲରାପଟନ ଆସନରେ ବିଜୟୀ ହେଲେ ବିଜେପି ନେତ୍ରୀ ବସୁନ୍ଧରା ରାଜେ । 48 ହଜାର ଭୋଟ ବ୍ୟବଧାନରେ ସେ ବାଜିମାତ କରିଛନ୍ତି ।

12:40 December 03

ବୁଦ୍ଧନି ଆସନରେ ଲିଡ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ବୁଦ୍ଧନି ଆସନରେ ଆଗରେ ରହିଛି ବିଜେପି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ 50 ହଜାର ଭୋଟରେ ଆଗରେ ରହିଛନ୍ତି ।

11:36 December 03

ତେଲେଙ୍ଗାନାରେ ଆଗରେ କଂଗ୍ରେସ, ସୋନିଆ ଓ ରାହୁଲଙ୍କ ପୋଷ୍ଟରରେ କ୍ଷୀର ଢାଳିରେ କର୍ମୀ

ତେଲେଙ୍ଗାନାରେ ଏକଜାଟ ହୋଇପାରେ ଏକଜିଟ ପୋଲ । ଭୋଟ ଗଣତି ଜାରି ରହିଥିବା ବେଳେ ବିଆରଏସକୁ ପଛରେ ପକାଇ ଲିଡ କରୁଛି କଂଗ୍ରେସ । ଏନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ରେଭନ୍ତ ରେଡ୍ଡୀଙ୍କ ପୋଷ୍ଟରରେ କ୍ଷୀର ଢାଳିଛନ୍ତି କଂଗ୍ରେସ କର୍ମୀ ।

11:16 December 03

ମଧ୍ୟପ୍ରଦେଶରେ ଟ୍ରେଣ୍ଡ କରୁଛି ବିଜେପି, ଏହାହିଁ ଫଳାଫଳ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶରେ ବିଜେପି 150ଟି ଆସନରେ ଲିଡ କରୁଛି । ଏହି ଟ୍ରେଣ୍ଡ ହେଉଛି ନିର୍ବାଚନ ଫଳାଫଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

11:16 December 03

ଫଳାଫଳ ପୂର୍ବରୁ ଖୁସିରେ ନାଚିଲେ ବିଜେପି କର୍ମୀ

ରାଜସ୍ଥାନରେ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି ବିଜେପି । ଜୟପୁରରେ ବାଜା ବଜାଇ ନାଚିଲେ ବିଜେପି କର୍ମୀ ।

10:27 December 03

3ଟି ରାଜ୍ୟରେ ଆଗରେ ବିଜେପି, ପଛରେ ପଡିଲା କଂଗ୍ରେସ

ଆଜି ଆସିବ 4ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି 3ଟି ରାଜ୍ୟରେ ଲିଡ କରୁଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି କଂଗ୍ରେସକୁ ପଛରେ ପକାଇ ଅଧିକ ଆସନରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ କଂଗ୍ରେସ 50ଟି ଆସନରେ ଲିଡ କରୁଥିବା ବେଳେ ବିଆରଏସ 28ଟି ଆସନରେ ଲିଡ କରି ପଛରେ ରହିଛି ।

09:23 December 03

ଆଗେଇଲା ବିଜେପି, ପଛରେ ପଡିଲା କଂଗ୍ରେସ

4ଟି ରାଜ୍ୟରେ ଜାରି ରହିଥିବା ଭୋଟ ଗଣତିକୁ ନେଇ ପ୍ରାରମ୍ଭିକ ଟ୍ରେଣ୍ଡ ଇସିଆଇ ସାଇଡରେ ପ୍ରକାଶ ପାଇଛି । ମଧ୍ୟପ୍ରଦେଶରେ 11ଟି ଆସନରେ ବିଜେପି ଲିଡ କରୁଥିବା ବେଳେ ମାତ୍ର ଗୋଟିଏରେ କଂଗ୍ରେସ ଲିଡ କରୁଛି। ରାଜସ୍ଥାନରେ ବିଜେପି 27ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ 18ଟିରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ 2ଟି ଲେଖାଏଁ ଆସନରେ କଂଗ୍ରେସ ଓ ବିଆରଏସ ଆଗୁଆ ରହିଛି। ଛତିଶଗଡରେ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି।

09:16 December 03

ଗେହେଲଟ-ପାଇଲଟ-ବସୁନ୍ଧରା ରାଜେ ଆଗରେ

ରାଜସ୍ଥାନରେ 53ଟି ସିଟରେ କଂଗ୍ରେସ ଲିଡ କରୁଥିବା ବେଳେ ପଛେଇ ଯାଇଛି ବିଜେପି । ସରଦାରପୁର ସିଟରେ ଆଗୁଆ ରହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଟଙ୍କ ଆସନରେ ସଚିନ ପାଇଲଟ ଓ ଜଲରାପଟନ ଆସନରେ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଆଗରେ ରହିଛନ୍ତି ।

08:34 December 03

ରାଜସ୍ଥାନ ଓ ଛତିଶଗଡରେ ଲିଡ କରୁଛି କଂଗ୍ରେସ

ଜାରି ରହିଛି ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜସ୍ଥାନରେ କଂଗ୍ରେସ ଆଗରେ ଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପି ଓ ଛତିଶଗଡରେ କଂଗ୍ରେସ ଆଗରେ ଅଛନ୍ତି ।

08:00 December 03

ଆରମ୍ଭ ହେଲା ଭୋଟ ଗଣତି

ଖୋଲିଲା ବାଲାଟ ବକ୍ସ । ଆରମ୍ଭ ହେଲା ଭୋଟ ଗଣତି । 4 ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରୁଛନ୍ତି ଦାୟିତ୍ବରେ ଥିବା ଅଧିକାରୀ ।

07:41 December 03

ଭୋଟ ଗଣନା କେନ୍ଦ୍ରକୁ ଗଲା ପୋଷ୍ଟାଲ ବାଲାଟ

କିଛି ସମୟ ତେଲେଙ୍ଗାନାରେ ଆରମ୍ଭ ହେବ ଭୋଟ ଗଣତି । ଓ୍ବାରାଙ୍ଗଲ ଜିଲ୍ଲାରେ ଗଣନା କେନ୍ଦ୍ରକୁ ଗଲା ପୋଷ୍ଟାଲ ବାଲାଟ ।

07:31 December 03

ଭୋଟ ଗଣନା ପୂର୍ବରୁ ବାଣ ଫୁଟାଇଲେ କଂଗ୍ରେସ କର୍ମୀ

ଆଜି ଆସିବ ଜନାଦେଶ । ଆସିବାକୁ ଥିବା 4 ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ କଂଗ୍ରେସ କର୍ମୀ । ଦିଲ୍ଲୀ କଂଗ୍ରେସ ଅଫିସରେ ଭୋଟ ଗଣନା ପୂର୍ବରୁ ଏକାଠି ହୋଇଛନ୍ତି କର୍ମୀ । ଫଳାଫଳ ପୂର୍ବରୁ ବାଣ ଫୁଟାଇ ଖୁସି ମନାଇଛନ୍ତି କର୍ମୀ ।

07:30 December 03

ରାୟପୁର ଭୋଟଗଣନା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା

ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି । ଛତିଶଗଡ ରାୟପୁରରେ ଥିବା ଭୋଟଗଣନା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା । ପୋଲିସରେ ଛାଉଣି ହୋଇଛି ଗଣନା କେନ୍ଦ୍ର ।

06:05 December 03

ବିଧାନସଭା ନିର୍ବାଚନ ଫଳାଫଳ, କିଛି ସମୟ ଭୋଟ ଗଣତି

ହାଇଦ୍ରାବାଦ: ଆଜି ଆସିବ 4ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳଫଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ବାଲାଟ ବକ୍ସ, ଆରମ୍ଭ ହୋଇଯିବ ଭୋଟ ଗଣତି । ସକାଳ 8ଟାରୁ ଭୋଟ ଗଣତି ହେବ । ଏଥି ପାଇଁ ସମସ୍ତ ରାଜ୍ୟର ଗଣତିକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେଉଁ ରାଜ୍ୟରେ କିଏ ଗଢିବ ସରକାର ? କାହାକୁ ନିଜର ନେତା ବାଛିଛନ୍ତି ଜନତା ? ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ । 4ରାଜ୍ୟର ଭୋଟ ବାହୁଡା ସର୍ଭେ ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବ ବୋଲି ଆକଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି ଓ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆକଳନ କରାଯାଇଛି । ତେବେ ସର୍ଭେ ରିପୋର୍ଟ ସତ ହେଉଛି ନା ବଦଳୁଛି ତାହା ଉପରେ ଆଜି ସମସ୍ତଙ୍କ ନଜର ।

Last Updated : Dec 3, 2023, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.