ETV Bharat / bharat

Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି

author img

By

Published : Dec 19, 2022, 6:17 PM IST

Same sex marriage issue in Rajya Sabha
ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ

ରାଜ୍ୟସଭା ଶୂନ୍ୟକାଳରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ ଉଠାଇଲେ ବିଜେପି ସାଂସଦ ସୁଶୀଲ କୁମାର ମୋଦି (BJP MP Sushil Modi opposes same sex marriage) । ଏଭଳି ନିଷ୍ପତ୍ତି ସୁପ୍ରିମକୋର୍ଟ ନେବା ଅନୁଚିତ । ସଂସଦରେ ଏହାର ଆଲୋଚନା ଆବଶ୍ୟକ ରହିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜ୍ୟସଭା ଶୂନ୍ୟକାଳରେ ଉଠିଲା ସମଲିଙ୍ଗୀ ବିବାହ ପ୍ରସଙ୍ଗ (Same sex marriage issue in Rajya Sabha) । ସମଲିଙ୍ଗୀ ବିବାହ ଲାଗି ଆଇନଗତ ଅନୁମତି ପ୍ରଦାନ ନ କରିବାକୁ ବିଜେପି ସାଂସଦ ସୁଶୀଲ କୁମାର ମୋଦି (BJP MP Sushil Modi) ସରକାରଙ୍କୁ ସୋମବାର ଅନୁରୋଧ କରିଛନ୍ତି (BJP MP Sushil Modi opposes same sex marriage) । ରାଜ୍ୟସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ କେତେକ ବାମପନ୍ଥୀ କାର୍ଯ୍ୟକର୍ତ୍ତାମାନେ ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବାକୁ ଚେଷ୍ଟା କରୁଛନ୍ତି । ଏଣୁ ଏଭଳି ପ୍ରୟାସକୁ ବିରୋଧ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, "ଭାରତରେ ସମଲିଙ୍ଗୀ ବିବାହର କୌଣସି ମାନ୍ୟତା ନାହିଁ କି ଏହାକୁ ସ୍ବୀକାର ମଧ୍ୟ କରାଯାଏ ନାହିଁ । ଯଦି ଏପରି କାର୍ଯ୍ୟକୁ ଅନୁମତି ଦିଆଯିବ, ତେବେ ଏହା ପୁନର୍ବିନାଶକର କାରଣ ହେବ ।" ଗତ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିଲେ ଏବଂ ଏହା ବେଆଇନ କାର୍ଯ୍ୟର ତାଲିକାରୁ ହଟିଥିଲା । ଚଳିତ ମାସର ପ୍ରାରମ୍ଭରୁ ଲେସ୍‌ବିଆନ, ଗେ', ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର ଓ କ୍ୟୋୟର (LGBTQ) ଏଲଜିବିଟିକ୍ୟୁ ଦମ୍ପତି କୋର୍ଟରେ ଏକ ଆବେଦନ କରିଥିଲେ । ଏହାର ଶୁଣାଣି କରିବା ସମୟରେ କୋର୍ଟ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ବିବାହକୁ ଅନୁମତି ନଦେବା ଦ୍ବାରା ଏହା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ହେବ ।

ଏହା ବି ପଢନ୍ତୁ- ବର୍ଣ୍ଣ କୌଣସି ନିର୍ଦ୍ଦିଷ୍ଟ ଜାତି ଓ ଧର୍ମ ସ୍ଥିର କରେ ନାହିଁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଏହି ମାମଲାରେ ରାଜ୍ୟସଭାରେ ବିଜେପି ସାସଂଦ କହିଛନ୍ତି, "ଭାରତ ମଧ୍ୟରେ ସମଲିଙ୍ଗୀ ବିବାହକୁ ଦେଶରେ ବିବାହ ପାଇଁ ରହିଥିବା ଆଇନରେ ମାନ୍ୟତା ଦିଆଯାଇନଥିବା ବେଳେ ଏହାକୁ ସ୍ବୀକାର ମଧ୍ୟ କରାଯାଏନାହିଁ । କାରଣ ଏହା ବିଭିନ୍ନ ଆଇନର ସନ୍ତୁଳନର ରକ୍ଷା କରିବାରେ ବାଧା ସାଜିବ । ଏହା ଉକ୍ତ ଆଇନର ପୁନର୍ବିନାଶର କାରଣ ସାଜିବ ।" ସେ ଆହୁରି କହିଛନ୍ତି ଯେ ଘରୋଇ ହିଂସା, ଛାଡ଼ପତ୍ର ଆଦି ସମ୍ପର୍କରେ ଆଇନ କେବଳ ଜଣେ ପୁରୁଷ ଓ ମହିଳାଙ୍କ ବିବାହ ପାଇଁ ରହିଛି । ତେବେ ସମଲିଙ୍ଗୀ ବିବାହରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏହାବ୍ୟତୀତ ବିବାହ ହେଉଛି ଏକ ଏପରି କାର୍ଯ୍ୟ ଯାହାଦ୍ବାରା ପୁରୁଷ ଓ ମହିଳା ଏକାଠି ରହିଥାନ୍ତି । ନିଜ ପିଢିକୁ ଆଗକୁ ବଢାଇଥାନ୍ତି ।

ସମଲିଙ୍ଗୀ ବିବାହକୁ କେତେକ ବାମପନ୍ଥୀ କାର୍ଯ୍ୟକର୍ତ୍ତାମାନେ ଆଇନଗତ ମାନ୍ୟତା ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣି ସେ କହିଛନ୍ତି, "ସୁପ୍ରିମକୋର୍ଟଙ୍କ ବିଚାରପତି ଏହାର ନିଷ୍ପତ୍ତି ନେଇପାରିବେ ନାହିଁ । ଏଥିଲାଗି ସଂସଦରେ ଏହାର ଆଲୋଚନାର ଆବଶ୍ୟକ ରହିଛି । ସମଲିଙ୍ଗୀ ବିବାହ ଏକ ଅସାମାଜିକ କାର୍ଯ୍ୟ । ବିଚାରପତି ଏହାର ବୈଧତା ଉପରେ ନିଷ୍ପତ୍ତି ନେବା ଅନୁଚିତ । ଏଥିଲାଗି କେବଳ ସଂସଦ ଓ ସମାଜରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.