ETV Bharat / bharat

ବର୍ଣ୍ଣ କୌଣସି ନିର୍ଦ୍ଦିଷ୍ଟ ଜାତି ଓ ଧର୍ମ ସ୍ଥିର କରେ ନାହିଁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

author img

By

Published : Dec 19, 2022, 5:26 PM IST

Bhupesh Baghel statement on colours
ବର୍ଣ୍ଣକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

ଫିଲ୍ମ 'ପଠାନ୍‌' ବିବାଦ ମଧ୍ୟରେ ରଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ (Chhattisgarh CM Bhupesh Baghel) । କହିଲେ ରଙ୍ଗ କୌଣସି ନିର୍ଦ୍ଦିଷ୍ଟ ଜାତିଧର୍ମ ସ୍ଥିର କରେ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ରାୟପୁର: ଅଭିନେତା ଶାହାରୁଖ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ୍‌'(Pathan Film Controversy ) ଫିଲ୍ମର ଗୀତକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦ ମଧ୍ୟରେ ରଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Chhattisgarh CM Bhupesh Baghel) । ବର୍ଣ୍ଣ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ଜାତିକୁ ଚୟନ କରିନଥାଏ ବୋଲି କହିଛନ୍ତି(Colours can not decide one's caste and religion) । ଜଣେ ବ୍ୟକ୍ତିର ଜାତି କଣ ଧର୍ମ କଣ ତାହା ରଙ୍ଗରୁ ଜଣାପଡିନଥାଏ ବୋଲି ସେ କହିଛନ୍ତି । ଫିଲ୍ମର 'ବେଶରମ ରଙ୍ଗ' ଗୀତରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ଦେଶରେ ବିବାଦ ଘନେଇବାରେ ଲାଗିଛି ।

ଏ ନେଇ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, "ଗେରୁଆ ରଙ୍ଗ ସେହି ବ୍ୟକ୍ତି ପିନ୍ଧିଥାଏ, ଯିଏକି ଘର, ପରିବାର ଓ ସମାଜକୁ ତ୍ୟାଗ କରିଥାଏ । ମାତ୍ର ବଜରଙ୍ଗୀ ଦଳର ଗୁଣ୍ଡାମାନେ ଏସବୁ ତ୍ୟାଗ ନକରି ମଧ୍ୟ ଗେରୁଆ ବସ୍ତ୍ର ପରିଧାନ କରନ୍ତି ଏବଂ ନିର୍ଯାତନା ଦେଇଥାନ୍ତି । " ସେପଟେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମର ଏହି ଗୀତ ଉପରେ ନିଜ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଫିଲ୍ମରେ ପିନ୍ଧାଯାଇଥିବା ବସ୍ତ୍ର ନିଶ୍ଚିତ ଆପତ୍ତିଜନକ । ମନରେ ଖରାପ ଚିନ୍ତାଧାରା ରଖାଯାଇ ଗୀତଟି ସୁଟ୍‌ ହୋଇଥିବା ନେଇ ସେ କହିଥିଲେ । ଗୀତ ରିଲିଜ ହେବାର ୨ ଦିନ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଥିଲେ ।

ଏହା ବି ପଢନ୍ତୁ- ଭାରତକୁ ପସନ୍ଦ କରେ, ଚୀନକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ: ଦଲାଇ ଲାମା

ସେ ଆହୁରି କହିଥିଲେ, "ଏଭଳି ବସ୍ତ୍ର ପରିଧାନ କରିବା ଆପତ୍ତିଜନକ । ମୁଁ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତାଙ୍କ ସହିତ କଥା ହୋଇ ଏହାକୁ ସଠିକ କରିବି । ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନ ଜିଏନୟୁ (JNU)ରେ 'ଟୁକଡେ ଟୁକେଡ ଗ୍ୟାଙ୍ଗ'ର ସମର୍ଥନରେ ବାହାରିଥିଲେ । ଏଥିରୁ ତାଙ୍କର ମାନସିକତା ସମ୍ପର୍କରେ ଜଣାପଡ଼ିଥିଲା । ଏହି ଫିଲ୍ମ ଗୀତର ନାମ ମଧ୍ୟ ଆପତ୍ତିଜନକ । ଏଥିରେ ଗେରୁଆ ଓ ସବୁଜ ରଙ୍ଗର ବସ୍ତ୍ର ପିନ୍ଧାଯାଇଛି । ଫିଲ୍ମର ଲିରିକ୍ସ, ଟାଇଟଲ ମଧ୍ୟ ଅଶାନ୍ତିଜନକ ।"

ସୂଚନା ଥାଉ କି ବିଭିନ୍ନ ସଂଗଠନ ପକ୍ଷରୁ ଏହି ଗୀତକୁ ହଟାଇବା ଲାଗି ଦାବି ହୋଇଛି । ଦୀପିକା ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବାରୁ ତାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି । ଗେରୁଆ ବସ୍ତ୍ରକୁ ସାଧୁସନ୍ଥ ମାନେ ପିନ୍ଧିଥାନ୍ତି । ସେ ଏଭଳି ବସ୍ତ୍ର ପିନ୍ଧିବା ଆଦୌ ଉଚିତ ନୁହେଁ ବୋଲି ଦାବି ହୋଇଛି । ଏହାସହିତ ପଠାନ୍‌ ଫିଲ୍ମକୁ 'ବଏକଟ୍‌' କରିବା ପାଇଁ ମଧ୍ୟ ଦାବି ହୋଇଛି । ଏହି ବିବାଦ ମଧ୍ୟରେ ଅନ୍ତର୍ଜାତୀୟ କୋଲକାତା ଫିଲ୍ମ ଫେଷ୍ଟିଭାଲରେ ପରୋକ୍ଷରେ ପ୍ରତିକ୍ରିୟା ରଖିଥିଲେ କିଙ୍ଗ ଖାନ ଶାହାରୁଖ । ସେ କହିଥିଲେ ଆମ ଚାରିପାଖରେ ନକରାତ୍ମକ ପରିସ୍ଥିତି ସୃଷ୍ଟି ହେଉ ନା କାହିଁକି, ଆମକୁ ପଜିଟିଭ ରହିବା ଆବଶ୍ୟକ । ଏହି ମନ୍ତବ୍ୟ ଖୁବ ଚର୍ଚ୍ଚାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.