ETV Bharat / bharat

ଭାରତକୁ ପସନ୍ଦ କରେ, ଚୀନକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ: ଦଲାଇ ଲାମା

author img

By

Published : Dec 19, 2022, 4:56 PM IST

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା (Tibetan spiritual leader Dalai Lama)ଙ୍କ ବଡ଼ ବୟାନ । ସେ ବାସସ୍ଥାନ ପାଇଁ ଭାରତକୁ ସର୍ବୋତ୍କୃଷ୍ଟ ମାନନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

no point returning to China says Dalai Lama
ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା

ସିମଲା: ଭୀରତ-ଚୀନ ସୀମା ବିବାଦ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବୌଦ୍ଧଗୁରୁ ଦଲାଇ ଲାମା (Tibetan spiritual leader Dalai Lama) । ସେ କହିଛନ୍ତି ଯେ ବାସ ଉପଯୋଗୀ ସ୍ଥାନମାନଙ୍କ ମଧ୍ୟରେ ଭାରତ ହେଉଛି ସର୍ବୋତ୍କୃଷ୍ଟ ସ୍ଥାନ (I prefer India no point returning to China ) । ଏହା ତାଙ୍କର ସ୍ଥାୟୀ ବାସସ୍ଥାନ ଏବଂ ସେ ଆଗକୁ ମଧ୍ୟ ରହିବା ଲାଗି ଭାରତକୁ ଚୟନ କରିବେ, ଚୀନକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି । ତୱାଙ୍ଗ ବିବାଦକୁ ନେଇ ଆଲୋଚନା କରିବା ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଧର୍ମଗୁରୁ ଦଲାଇ ଲାମା ।

ହିମାଚଳ ପ୍ରଦେଶ କାଙ୍ଗରା ବିମାନ ବନ୍ଦରରେ ଚୀନ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ସେ କହିଥିଲେ, ଯେ, ସବୁ କ୍ଷେତ୍ରରେ ବିକାଶ ହେଉଛି । ବାସସ୍ଥାନ ଲାଗି ସେ ୟୁରୋପ, ଆଫ୍ରିକା ଓ ଏସିଆକୁ ଚୟନ କରିବେ । ମାତ୍ର ଏଠାରେ ଚୀନକୁ ଫେରିବାର ପ୍ରଶ୍ନ ଉଠୁନାହିଁ । ସବୁ ବାସସ୍ଥାନ ମଧ୍ୟରେ ଭାରତ ସବୁଠୁ ଉତ୍କୃଷ୍ଟ ସ୍ଥାନ । କାଙ୍ଗରାକୁ ମଧ୍ୟ ଚୟନ କରିବେ । ଏହି ସ୍ଥାନ ଦଲାଇ ଲାମାଙ୍କ ସ୍ଥାୟୀ ବାସସ୍ଥାନ । ଏହାପରେ ଧର୍ମଗୁରୁ ଦଲାଇ ଲାମା ନିଜ ସ୍ବାସ୍ଥ୍ୟାବସ୍ଥା ନେଇ କହିଛନ୍ତି ଯେ, ତାଙ୍କର ବାମ କାନ୍ଧ ନିକଟରେ ସାମାନ୍ୟ କଷ୍ଟ ଅନୁଭବ କରୁଛନ୍ତି । ନଚେତ ସୁସ୍ଥ ଥିବା କହିଛନ୍ତି ।

ଏହା ବି ପଢନ୍ତୁ- ତାଜମହଲ ଗୃହ ଟିକସ ଦେବାକୁ ASIକୁ ନୋଟିସ

ଗତ ଡିସେମ୍ବର ୯ ତାରିଖରେ ଚୀନ ସୈନ୍ୟ ଅରୁଣାଚଳପ୍ରଦେଶ ତୱାଙ୍ଗ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଉଭୟ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବା ବେଳେ ଉଭୟ ପକ୍ଷରୁ ଆହତ ମଧ୍ୟ ହୋଇଥିଲେ । ମାତ୍ର କୌଣସି ଯବାନ ଗୁରୁତର ଆହତ ହୋଇନଥିବା ବେଳେ ଚୀନର ଏହି ଅନୁପ୍ରବେଶର କଡ଼ା ଜବାବ ଦେଇଥିଲେ ଭାରତୀୟ ଯବାନ । ଏହାପରେ ଚୀନ ସୈନ୍ୟ ପଛକୁ ହଟିଥିବା ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାର ମନ୍ତବ୍ୟ ରଖିଥିଲେ ।

ଗତ ଡିସେମ୍ବର ୧୧ ତାରିଖରେ ଚୀନ କାଉଣ୍ଟରପାର୍ଟ ସହିତ ଫ୍ଲାଗ ମିଟିଂ ହୋଇଥିଲା । ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ଏହାରି ମଧ୍ୟରେ ଧର୍ମଗୁରୁ ଦଲାଇ ଲାମାଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି । ତେବେ ସେ ଦିଲ୍ଲୀରେ ୨-୩ ଦିନ ରହିବେ । ଏହାପରେ କିଛି ଧାର୍ମିକ ସଭା ପାଇଁ ବିହାର ବୋଧଗୟା ଯିବେ । ଦିଲ୍ଲୀରେ କିଛି ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ଚୀନର ତକସ୍ତରରେ ଦଲାଇ ଲାମାଙ୍କ ବାସସ୍ଥାନ ରହିଛି । ଚୀନ କମ୍ୟୁନିଷ୍ଟ ପାର୍ଟି ଦଲାଇ ଲାମା ଚୟନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.