ETV Bharat / bharat

ଆଞ୍ଚଳିକ ଦଳ ଭାବେ ଦେଶରେ ସର୍ବାଧିକ ୬୮୩ କୋଟି ଦାନ ପାଇଛି BRS: ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Nov 24, 2023, 8:28 PM IST

ECI
ECI

ଆଞ୍ଚଳିକ ଦଳ ଭାବେ ଦେଶରେ ସର୍ବାଧିକ ୬୮୩ କୋଟି ଦାନ ପାଇଛି ଭାରତ ରାଷ୍ଟ୍ର ସମିତି । ଭାରତୀୟ ନିର୍ବାଚନ ଆୟୋଗ ଦେଲା ତଥ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (BRS) ଦାନ ଆକାରରେ ସଂଗ୍ରହ କରିଛି ୬୮୩,୦୬,୭୦,୫୦୦ ଟଙ୍କା । ଏହି ଅର୍ଥ ୨୦୨୨ରୁ ୨୦୨୩ ମସିହା ମଧ୍ୟରେ ସଂଗ୍ରହ କରାଯାଇଛି । ତେବେ ବିଆରଏସ ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଦାନ ଅର୍ଥ ସଂଗ୍ରହ କରିଛି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୫୨୯,୦୩,୭୦,୦୦୦ ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ରୁ ମିଳିଥିବା ବେଳେ ୯୦ କୋଟି ବିଶ୍ବାସଯୋଗ୍ୟ ଇଲେକ୍ଟୋରାଲ ଟ୍ରଷ୍ଟ ଓ ୬୪,୦୩,୦୦,୫୦୦ କୋଟି ଟଙ୍କା ଅନ୍ୟ ଲୋକ ଓ ସଂସ୍ଥା ପକ୍ଷରୁ ମିଳିଛି ।

ତେବେ ଦଳକୁ ଦାନ ଆକାରରେ ମିଳିଥିବା ୬୪କୋଟି ମଧ୍ୟରୁ ଅଧିକାଂଶ ମନ୍ତ୍ରୀ, ଜନ ପ୍ରତିନିଧି, ନେତା ଓ ସେମାନଙ୍କ ପରିବାର ବର୍ଗଙ୍କୁ ଦାନ ଆକାରରେ ମିଳିଛି । ଏକ ରିପୋର୍ଟ ଅନୁସାରେ ରାଜ୍ୟ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଗାଙ୍ଗୁଳା କମଳାକାର ଦଳକୁ ୧୦ କୋଟି ଟଙ୍କା ଅର୍ଥ ଦାନ କରିଥିବା ବେଳେ ପରିବହନ ମନ୍ତ୍ରୀ ପୁଭାଦା ଅଜୟ କୁମାରଙ୍କ ପତ୍ନୀ ଜୟଶ୍ରୀ ଓ ହନ୍ସା ପାୱାର ଆଣ୍ଡ ଇନଫ୍ରାର ନିର୍ଦ୍ଦେଶକଙ୍କ ପୁଅ ନରେନ ୧୦ କୋଟି, ରାଜ୍ୟସଭା ସାଂସଦ ଭଦିରାଜୁ ରବିଚନ୍ଦ୍ରଙ୍କ ଗାୟତ୍ରୀ ଗ୍ରାନାଇଟ କମ୍ପାନୀ ୧୦ କୋଟି, ଶ୍ରମ ବିଭାଗ ମନ୍ତରୀ ଚମକୁରା ମାଲାରେଡ୍ଡି ୨.୭୫ କୋଟି ଓ ତାଙ୍କ ପତ୍ନୀ କଳ୍ପନା ୨.୨୫ କୋଟି ଦାନ କରିଛନ୍ତି ।

ଏହା ବି ପଢନ୍ତୁ- ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରତି ମହିଳାଙ୍କୁ ଖଣ୍ଡିଏ ସିଲ୍କ ଶାଢୀ, ସରପଞ୍ଚଙ୍କୁ ସୁନା ବାଣ୍ଟିଲେ ପ୍ରାର୍ଥୀ

ଏମଏଲସି ଭେଙ୍କଟାରାମାରେଡ୍ଡିଙ୍କ ସମ୍ପର୍କୀୟ ରାଜାପୁଷ୍ପାଙ୍କ ୧୦ କୋଟି ମୂଲ୍ୟ ସମ୍ପତ୍ତି ପାର୍ଟିକୁ ଦାନ କରାଯାଇଛି । ସେହିପରି ବିଆରଏସ ପ୍ରାର୍ଥୀ ଭେମୁଲାୱାଦା ୪ କୋଟି ପ୍ରଦାନ କରିଛନ୍ତି । ଏମକେଜେ ଏଣ୍ଟରପ୍ରାଇଜେସର କୋଲକାତା ହେଡକ୍ବାର୍ଟର ପକ୍ଷରୁ ୫ କୋଟି ଦଳକୁ ଦାନ କରାଯାଇଛି । ବିଆରଏସ ପରେ ଦ୍ରାବିଡା ମୁନେତ୍ରା କାଝଗମ ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଦାନ ସଂଗ୍ରହ କରିବା ପାର୍ଟିର ଦ୍ବିତୀୟ ସ୍ଥାନରେ ରହିଛି । ଦଳକୁ ଦାନ ଆକାରରେ ୧୯୨.୨୨ କୋଟି ଟଙ୍କା ମିଳିଛି ।

YSRCP ଦଳକୁ ଦାନ ଆକାରରେ ୬୮,୦୦,୩୦,୦୦୦ କୋଟି ମିଳିଥିବା ବେଳେ ସେଥିମଧ୍ୟରୁ ୫୨ କୋଟି ଇଲେକ୍ଟୋରାଲ ବଣ୍ଡ୍‌, ୧୬ କୋଟି ବିଶ୍ବାସଯୋଗ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ଓ ୩୦ ହଜାର ଅନ୍ୟ ଲୋକ ଏବଂ ସଂସ୍ଥାଠାରୁ ମିଳିଛି । ତେଲୁଗୁ ଦେଶମ ପାର୍ଟିକୁ ୧୧,୯୨,୩୯,୧୨୪ କୋଟି ଟଙ୍କା ଦାନ ଆକାରରେ ମିଳିଥିବା ବେଳେ MIM ପାର୍ଟିକୁ ୨୪,୦୯,୦୦୦ ଟଙ୍କା ମିଳିଛି । ଏମଆଇଏମକୁ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ଦାନ ଆକାରରେ ଅଧିକ ଅର୍ଥ ମିଳୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.