ETV Bharat / bharat

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରତି ମହିଳାଙ୍କୁ ଖଣ୍ଡିଏ ସିଲ୍କ ଶାଢୀ, ସରପଞ୍ଚଙ୍କୁ ସୁନା ବାଣ୍ଟିଲେ ପ୍ରାର୍ଥୀ

author img

By ETV Bharat Odisha Team

Published : Nov 22, 2023, 6:21 AM IST

ତେଲେଙ୍ଗାନାରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ । ପ୍ରତି ମହିଳାଙ୍କୁ ଖଣ୍ଡିଏ ସିଲ୍କ ଶାଢୀ ସହ ସରପଞ୍ଚଙ୍କୁ ବାଣ୍ଟିଲେ ସୁନା । ଅଧିକ ପଢ଼ନ୍ତୁ

Telangana assembly election
Telangana assembly election

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ କମ୍ପୁଛି ପ୍ରଚାର ମୈଦାନ । ଆସନ୍ତା ୩୦ ତାରିଖରେ ପଡ଼ିବ ଭୋଟ । ଏହାରି ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି ପ୍ରାର୍ଥୀ । ତେବେ ରାଜ୍ୟର ଉତ୍ତରାଞ୍ଚଳର ଜଣେ ପ୍ରାର୍ଥୀ ଜନସଭାରେ ଯୋଗଦାନ କରୁଥିବା ପ୍ରତି ମହିଳାଙ୍କୁ ବାଣ୍ଟୁଛନ୍ତି ଗୋଟିଏ ଗୋଟିଏ ସିଲ୍କ ଶାଢୀ । ଏହାସହିତ କିଛି ଗାଁର ସରପଞ୍ଚଙ୍କୁ ମଧ୍ୟ ସୁନା ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ଏପରିକି ଜଣେ ପ୍ରାର୍ଥୀ ଏହି ସବୁ ଲାଗି ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମା ନିକଟ ଗାଁରେ ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଉଛନ୍ତି । କେଉଁଠି ଗ୍ରାମବାସୀଙ୍କୁ ସୋଲାର ଲ୍ୟାମ୍ପ୍‌ ଦିଆଗଲାଣି ତ ଆଉ କେଉଁ ଗାଁରେ ମନ୍ଦିର ନିର୍ମାଣ ଲାଗି ବଣ୍ଟାଯାଉଛି ପୁଳା ପୁଳା ଟଙ୍କା । ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାଜ୍ୟର ଅନ୍ୟ କିଛି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖାଲି ବଣ୍ଡଲ ଟଙ୍କା ଉଡୁଥିବା ସୂଚନା ମିଳିଛି । ମତଦାନକୁ ଆଉ ମାତ୍ର ୯ ଦିନ ଥିବା ବେଳେ ଏଯାବତ ପ୍ରାର୍ଥୀମାନେ ୨୦ରୁ ୩୦ କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- କଂଗ୍ରେସର ନିର୍ବାଚନୀ ଇସ୍ତାହାର: ବିବାହ ସହାୟତା ବାବଦକୁ ଲକ୍ଷେ, ମହିଳାଙ୍କୁ ୧୦ଗ୍ରାମ ସୁନା

ଏବେ ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ଏହାକୁ ଏକାଠି ପାଳନ କରିବା ଲାଗି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ମଧ୍ୟ ଜଣାପଡ଼ିଛି । କିଛି ପ୍ରାର୍ଥୀ ନିର୍ବାଚନ ଜିତିବା ପରେ ଅଞ୍ଚଳ ପାଇଁ ଏପରି ଅନେକ କିଛି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଉଛନ୍ତି । ନିଜାମବାଦ, ଆଦିଲାବାଦ, ଖାମମ ଓ ରଙ୍ଗାରେଡ୍ଡି ଅଞ୍ଚଳରେ କିଛି ଲୋକଙ୍କୁ କୁକର୍‌ ଓ ଆଇରନ ବକ୍ସ ମଧ୍ୟ ବଣ୍ଟାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ନିର୍ବାଚନ ଅଧିକାରୀମାନେ ଏହି ସବୁ ଅଞ୍ଚଳରେ ରେଡ କରିବା ସମୟରେ ଏଭଳି ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି ।

ଏପରି ଉପାୟରେ ବଣ୍ଟାଯାଉଛି ଉପହାର:-

  • କାର୍ତ୍ତିକ ବ୍ରତ ଏକାଠି ପାଳନ ପାଇଁ ୨ ଲକ୍ଷ
  • ପ୍ରତି ଘର ପିଛା ଗୋଟିଏ ସିଲ୍କ ଶାଢୀ
  • ପ୍ରେସର କୁକର, ରାଇସ କୁକର ଓ ଷ୍ଟୋଭ ବଣ୍ଟନ
  • ମନ୍ଦିର ମରାମତି ପାଇଁ ୨ ଲକ୍ଷ ଆର୍ଥିକ ସହାୟତା
  • ନୂଆ ମନ୍ଦିର ନିର୍ମାଣ ଲାଗି ୧ କୋଟି
  • ଗରିବ ଯୁବତୀଙ୍କ ବିବାହ ପାଇଁ ୧ ଲକ୍ଷ ସହାୟତା
  • ଜିମ, କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୨ ଲକ୍ଷ
  • ଆପାର୍ଟମେଣ୍ଟରେ ସିସିଟିଭି ସ୍ଥାପନ ପାଇଁ ୫ ଲକ୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.