ETV Bharat / bharat

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ବିବାହ ସହାୟତା ବାବଦକୁ ଲକ୍ଷେ, ମହିଳାଙ୍କୁ ୧୦ଗ୍ରାମ ସୁନା

author img

By ETV Bharat Odisha Team

Published : Nov 17, 2023, 8:14 PM IST

ତେଲେଙ୍ଗାନାବାସୀଙ୍କୁ କଂଗ୍ରେସର ଲୋଭନୀୟ ପ୍ରତିଶୃତି । ବିବାହ ସହାୟତା ବାବଦକୁ ଯୁବତୀଙ୍କୁ ଲକ୍ଷେ ଟଙ୍କା ସହାୟତାଠୁ ଆରମ୍ଭ କରି ୧୦ ଗ୍ରାମ ସୁନା ଦେବ ଦଳ । ଅଧିକ ପଢନ୍ତୁ

Congress Manifesto
Congress Manifesto

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ମତଦାନ ଆସନ୍ତା ୩୦ ତାରିଖରେ ଗ୍ରହଣ କରାଯିବ । ଏହା ପୂର୍ବରୁ ସମସ୍ତ ପ୍ରମୁଖ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅଣ୍ଟା ଭିଡିଛନ୍ତି । ତେବେ ସର୍ବପୁରାତନ ଦଳ କଂଗ୍ରେସ ରାଜ୍ୟବାସୀଙ୍କୁ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇଛି । ଇତି ମଧ୍ୟରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା ବେଳେ ଏଥିରେ ଭୋରଟଙ୍କ ଲାଗି ଲୋଭନୀୟ ପ୍ରତିଶୃତି ରହିଛି । ନବଜାତ ଶିଶୁକନ୍ୟା ଜନ୍ମ ନେଲେ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି 'ଗୋଲ୍ଡେନ ମଦର' ଯୋଜନା ରହିଥିବା ବେଳେ ଯୁବତୀଙ୍କୁ ବିବାହ ଲାଗି ଲକ୍ଷେ ଟଙ୍କା ଆର୍ଥିକ ସହାୟତା ଓ ୧୦ ଗ୍ରାମ ସୁନା ମଧ୍ୟ ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

କଂଗ୍ରେସ କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ସରକାର ଗଢିବା ଲାଗି ବେଶ ଆଶାବାଦୀ ରହିଛି । ଏଣୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ଲୋଭନୀୟ ପ୍ରତିଶୃତି ଦେଇଛି । ବିବାହ କରିବାକୁ ଯାଉଥିବା ଯୁବତୀଙ୍କୁ ୧୦ ଗ୍ରାମ ସୁନା ଲାଗି 'ଇନ୍ଦିରାମ୍ମା' ଗିଫ୍ଟ ଯୋଜନା, ଚାଷକାର୍ଯ୍ୟ ଲାଗି ୨୪ ଘଣ୍ଟା ନିଶୁଳ୍କ ବିଦ୍ୟୁତ ସେବା ରହିଛି । ଏହାସହିତ ସମସ୍ତ ଅଫିସରେ ଖାଲି ଥିବା ପଦବୀକୁ ୬ ମାସ ମଧ୍ୟରେ ଭରାଯିବ । ତେବେ କଂଗ୍ରେସ ରାଜ୍ୟରେ ସରକାର ଗଢିଲେ ଏହି ସମସ୍ତ ପ୍ରତିଶୃତିକୁ ପୂରଣ କରିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛି ।

ଏହା ବି ପଢନ୍ତୁ- ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଆରଏସ-କଂଗ୍ରେସ-ବିଜେପି ମଧ୍ୟରେ ମେଗା ବ୍ୟାଟେଲ

ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ପରିବାରକୁ ମାସିକ ୨୫ ହଜାର ଟଙ୍କା ଓ ପରିବାରରୁ ଜଣେ ସଦସ୍ୟକୁ ସରକାରୀ ଚାକିରି । ଏହାସହିତ ଫସଲ କ୍ଷତି ସ୍ଥଳେ ଚାଷୀଙ୍କୁ ୨ ଲକ୍ଷ ଋଣ, ବିନା ସୁଧରେ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଋଣ, ଶିକ୍ଷା ବାବଦକୁ କେନ୍ଦ୍ର ବଜେଟରୁ ରାଜ୍ୟକୁ ୧୫% ଏବଂ ଛାତ୍ରଛାତ୍ରୀଙ୍କୁ ଫ୍ରି ଇଣ୍ଟରନେଟ ଯୋଗାଇ ଦିଆଯିବାକୁ କଂଗ୍ରେସ ପ୍ରତିଶୃତି ଦେଇଛି । ଅନ୍ୟ ପ୍ରତିଶୃତିଗୁଡ଼ିକ ହେଉଛି:-

  • ଚାଷକାର୍ଯ୍ୟ ଲାଗି ୨୪ ଘଣ୍ଟା ନିଶୁଳ୍କ ବିଦ୍ୟୁତ ସେବା
  • ୬ ମାସ ମଧ୍ୟରେ ଶିକ୍ଷକ ପଦବୀ ପୂରଣ ଲାଗି ମେଗା ଡିସିଏସ (ବିଭାଗୀୟ ଚୟନ କମିଟି) ପରୀକ୍ଷା
  • ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ 'ପ୍ରଜା ଦରବାର'
  • ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ପରିବାରକୁ ମାସିକ ୨୫ ହଜାର ଟଙ୍କା
  • ମୁଖ୍ୟ ଫସଲ ଲାଗି ବୀମା ଯୋଜନା
  • ଆଣ୍ଠୁ ଅସ୍ତ୍ରୋପଚାର ପାଇଁ 'ଆରୋଗ୍ୟଶ୍ରୀ' ଯୋଜନା
  • ଜମିହୀନଙ୍କୁ ଜମିଦାନ ପାଇଁ 'ଭୂମାତା' ପୋର୍ଟାଲର ଶୁଭାରମ୍ଭ
  • କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ
  • ଅଟୋ ଡ୍ରାଇଭର ଆକାଉଣ୍ଟରେ ପ୍ରତି ବର୍ଷ ୧୨ ହଜାର ଟଙ୍କା ଜମା
  • ମଦ ଦୋକାନର ଉଚ୍ଛେଦ
  • ଜାତି ଭିତ୍ତିକ ଜନଗଣନା ପରେ ପଛୁଆ ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ
  • ଯାଦବ ଓ କୁରୁମା ଜାତିଙ୍କୁ ୨ ଲକ୍ଷ ଟଙ୍କା ସହାୟତା
  • ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ପ୍ରତି ଜିଲ୍ଲାରେ ଗୁରୁକୁଳ କ୍ରୀଡା ବିଦ୍ୟାଳୟ
  • ହାଇଦ୍ରାବାଦରେ କେନାଲର ଆଧୁନୀକରଣ
  • ରାଜ୍ୟରେ ଗୃହ ଟିକସ ଉଚ୍ଛେଦ
  • ବସ୍ତି ପବ୍ଲିକ ସ୍କୁଲର ପ୍ରତିଷ୍ଠା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.