ETV Bharat / bharat

ସିନ୍ଧିଆଙ୍କ ଇସ୍ତଫାକୁ ସ୍ବାଗତ କଲେ ପିଉସୀ ଯଶୋଧାରା ରାଜେ

author img

By

Published : Mar 10, 2020, 7:25 PM IST

Updated : Mar 10, 2020, 7:39 PM IST

scindias-resignation-from-the-congress-was-welcomed-by-aunty-yoshdhara-raje
ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫାକୁ ସ୍ବାଗତ କଲେ ମାଇଁ ଯୋଶଧାରା ରାଜେ

ମଧ୍ୟପ୍ରଦେଶ ବିଜେପି ବିଧାୟିକା ଯଶୋଧାରା ରାଜେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ଯଶୋଧାରା ଟ୍ବିଟ କରି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ନାଟକୀୟ ମୋଡ ଶେଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାରେ ଶେଷ ହୋଇଛି । ଜ୍ୟୋତିରାଦିତ୍ୟଙ୍କ ପିଉସୀ ତଥା ମଧ୍ୟପ୍ରଦେଶ ବିଜେପି ବିଧାୟିକା ଯଶୋଧାରା ରାଜେ ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ଯଶୋଧାରା ଟ୍ବିଟ କରି ପ୍ରକାଶ କରିଛନ୍ତି ।

scindias-resignation-from-the-congress-was-welcomed-by-aunty-yoshdhara-raje
ଫଟୋ ସୌଜନ୍ୟ: ଟ୍ବିଟର@yashodhararaje

ଜାତୀୟ ସ୍ବାର୍ଥରେ ରାଜମାତାଙ୍କ ରକ୍ତ ଏହି ନିଷ୍ପତ୍ତି ନେଇଛି, ନୂତନ ଦେଶ ସୃଷ୍ଟି ହେବ ବର୍ତ୍ତମାନ ସମସ୍ତ ଦୂରତା ଜ୍ୟୋତିରାଦିତ୍ୟ ପାଇଁ ସମାପ୍ତ ହୋଇଛି । ମୁଁ ତାଙ୍କର କଂଗ୍ରେସ ଛାଡିବା ସାହସିକ ପଦକ୍ଷେପକୁ ସ୍ବାଗତ କରୁଛି'। ସୂଚନାଥାଉକି ଯଶୋଧାରା ରାଜେ ଜ୍ୟୋତିରାଦିତ୍ୟଙ୍କ ପିତା ତଥା ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତଃ ମାଧବାରାଓ ସିନ୍ଧିଆଙ୍କ ସାନ ଭଉଣୀ । ସେ ମଧ୍ୟପ୍ରଦେଶର ବିଜେପି ସରକାରରେ କ୍ରୀଡାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି ।

ମଧ୍ୟପ୍ରଦେଶ ରାଜନୀତିରେ କମଳନାଥ ନେତୃତ୍ବାଧୀନ କଂଗ୍ରେସ ସରକାରକୁ ଶେଷରେ ଶକ୍ତ ଝଟକା ଦେଇଛନ୍ତି ଦଳର ଆଗଧାଡିର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସରେ ସିନ୍ଧିଆଙ୍କୁ ଅଣଦେଖା କରାଯାଉଥିବାରୁ ସେ ବିଜେପିରେ ଯୋଗ ଦେଇଛନ୍ତି ।

Last Updated :Mar 10, 2020, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.