ETV Bharat / bharat

Rajasthan Political Crisis: ଦିଲ୍ଲୀ ଗସ୍ତ କରିବେ ଅଶୋକ ଗେହେଲଟ, ସୋନିଆଙ୍କୁ ଭେଟିବେ !

author img

By

Published : Sep 28, 2022, 3:42 PM IST

Ashok Gehlot may visit Delhi to meet Sonia Gandhi amid Rajasthan Political Crisis
Rajasthan Political Crisis: ଦିଲ୍ଲୀ ଗସ୍ତ କରିବେ ଅଶୋକ ଗେହେଲଟ, ସୋନିଆଙ୍କୁ ଭେଟିବେ !

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଆଜି ଦିଲ୍ଲୀ ଗସ୍ତ କରିପାରନ୍ତି (Rajasthan Political Crisis)। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି(Ashok Gehlot may meet Sonia Gandhi) । ଅଧିକ ପଢ଼ନ୍ତୁ

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ(Rajasthan Political Crisis) ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଆଜି ଦିଲ୍ଲୀ ଗସ୍ତ କରିପାରନ୍ତି । ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି(Ashok Gehlot may meet Sonia Gandhi) । ଏହାକୁ ନେଇ ନାମ ଗୋପନ ରଖି ଜଣେ କଂଗ୍ରସ ନେତା ସୂଚନା ପ୍ରଦାନ କରିଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କୁ ଭେଟିବା ସୋନିଆ ଗାନ୍ଧୀ କୌଣସି ସମୟ ଦେଇନଥିବା କଥା କହିଛନ୍ତି ଦିଲ୍ଲୀରେ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା ।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଗେହେଲଟଙ୍କ ପ୍ରାର୍ଥୀତ୍ବ ଏବେ ବି ଆଶା ଆଶଙ୍କାରେ ରହିଛି । ସେ ନାମାଙ୍କନ ଭରିବେ କି ନଭରିବେ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏହାକୁ ନେଇ ସୋନିଆଙ୍କ ଆଲୋଚନା କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିଥିବା ନେଇ ଗେହେଲଟ କ୍ୟାମ୍ପ୍‌ରୁ ସୂଚନା ମିଳିଛି । ଅଶୋକ ଗେହେଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହେଲଟ ସୋନିଆଙ୍କ ପ୍ରଥମ ପସନ୍ଦ ଥିଲେ । କିନ୍ତୁ ରାଜସ୍ଥାନ ଗାଦିକୁ ନେଇ ଗେହେଲଟ କ୍ୟାମ୍ପ୍‌ର ବିଧାୟକଙ୍କ ବିଦ୍ରୋହ ପରେ ସେ ରେସ୍‌ରୁ ବାଦ୍‌ ପଡ଼ିଥିବା ଚର୍ଚ୍ଚା ଜୋର୍‌ ଧରିଛି ।

ଏହା ବି ପଢ଼ନ୍ତୁ ବିଶୃଙ୍ଖଳା ପାଇଁ ରାଜସ୍ଥାନର ୩ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ରାଜସ୍ଥାନରେ ଚାଲିଥିବା ସଙ୍କଟକୁ ନେଇ ସୋନିଆ କଂଗ୍ରେସର ଛାମୁଆ ନେତାଙ୍କ ସହ ଲଗାତାର ଆଲୋଚନା କରୁଛନ୍ତି । କିଭଳି ଏହାର ସମାଧାନ କରାଯିବ ତାହାର ତରିକା ଖୋଜା ପଡ଼ିଛି । ଖୁବ୍‌ଶୀଘ୍ର ଏହାକୁ ନେଇ କୌଣସି ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ସେପଟେ ଗତ ମଙ୍ଗଳବାର ରାଜସ୍ଥାନ ସ୍ଥିତିକୁ ନେଇ ଅନ୍ତରୀଣ ଅଧ୍ୟକ୍ଷା ପ୍ଲାନ୍‌ ବି ଉପରେ କାମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଥିଲା । ଯାହାଫଳରେ ଗେହେଲଟ ଗୋଷ୍ଠୀ ବିଧାୟକ ନରମ ପଡ଼ିଥିଲେ ।

ସେପ୍ଟେମ୍ବର ୩୦ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଏହି ଦିନ ସୁଦ୍ଧା ସୋନିଆ ନିଷ୍ପତ୍ତି ନେବେ । ଗତ ରବିବାର ରାତିରେ ଦେଖିବାକୁ ମିଳିଥିବା ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ଜଣ ଅନୁଗତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି AICC । ୧୦ ଦିନ ମଧ୍ୟରେ ଏହି ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସମସ୍ୟା ହେଉଛି ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ହାତରେ ଆଉ ଦିନ କେଇଟା ସମୟ ରହିଲା । ଏହାରି ମଧ୍ୟରେ ଗେହେଲଟ ନାମାଙ୍କନ ଭରିବେ କି ନଭରିବେ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ମଧ୍ୟରେ ବ୍ୟଗ୍ରତା ଦେଖା ଦେଇଛି । ଏଣୁ ଗେହେଲଟ ସୋନିଆଙ୍କ ସହ ଆଲୋଚନା କରିବାକୁ ରାଜଧାନୀ ଦିଲ୍ଲୀ ଆସିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.