ETV Bharat / bharat

ବିଶୃଙ୍ଖଳା ପାଇଁ ରାଜସ୍ଥାନର ୩ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

author img

By

Published : Sep 28, 2022, 7:00 AM IST

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ଅନୁଗତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ । ଅଧିକ ପଢନ୍ତୁ

ରାଜସ୍ଥାନରେ କଂଗ୍ରେସ ବିଦ୍ରୋହ ପାଇଁ ୩ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ
ରାଜସ୍ଥାନରେ କଂଗ୍ରେସ ବିଦ୍ରୋହ ପାଇଁ ୩ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ୩ ବିଧାୟକ ଦାୟୀ । ରବିବାର ରାତିରେ ଦେଖିବାକୁ ମିଳିଥିବା ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ଜଣ ଅନୁଗତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଂଗ୍ରେସ(Congress issues notice to three Ashok Gehlot loyalists) । ସେମାନେ ହେଲେ ଆରଟିଡିସି(RTDC) ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋର(Dharmedra Rathore), ଦଳର ମୁଖ୍ୟ ହ୍ବିପ୍ ମହେଶ ଯୋଶୀ(Whip Mahesh Joshi) ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ଶାନ୍ତି ଧରିୱାଲ(Shanti Dhariwal) ।

ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା AICC ପ୍ରଭାରୀ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ ଏହି ତିନି ଅନୁଗତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅଶୋକ ଗେହଲଟ ସଭାପତି ନିର୍ବାଚନ ଲଢିଲେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଗତ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିପାଇଁ ପର୍ଯ୍ୟବେକ୍ଷକ ଭାବେ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେ ସେଠାରେ ପହଞ୍ଚିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ପାଇଁ ଦୃଢ ଦାବିଦାର ଥିବା ସଚିନ ପାଇଲଟଙ୍କୁ ବିରୋଧ କରି ଗେହଲଟଙ୍କ ସେହି ତିନି ଅନୁଗତ କିଛି ବିଧାୟକଙ୍କୁ ନେଇ ଅନ୍ୟତ୍ର ସମାନ୍ତରଣ ବୈଠକ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Rajasthan Political Crisis: ଦିଲ୍ଲୀରେ ସଚିନ ପାଇଲଟ୍‌, ଗେହଲଟଙ୍କ ବାସଭବନରେ ମନ୍ତ୍ରୀଙ୍କ ବୈଠକ

୨୦୨୦ରେ ସରକାରଙ୍କ ବିରୁଦ୍ଧରେ ସଚିନ ପାଇଲଟଙ୍କ ବିଦ୍ରୋହ ପ୍ରସଙ୍ଗ ଉଠାଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିଥିଲେ । ରବିବାର ରାତିରେ ବିଧାୟକମାନଙ୍କ ଆଚରଣକୁ ମାକେନ ବିଶୃଙ୍ଖଳିତ ବୋଲି କହିଥିଲେ । ଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ଦଳରେ ଏପରି ବିଦ୍ରୋହକୁ ନେଇ ଗହେଲଟଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ।

ଏହାରି ଭିତରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ଜୟପୁର ସ୍ଥିତ ବାସଭବନରେ କିଛି ମନ୍ତ୍ରୀ ଏବଂ ଦଳୀୟ ବିଧାୟକଙ୍କୁ ସହ ଏକ ଅନୌପଚାରିକ ବୈଠକ କରିଛନ୍ତି । ଏଥିରେ ରାଜସ୍ଥାନ ଜଙ୍ଗଲ ମନ୍ତ୍ରୀ ସୁଖରାମ ବିଷ୍ଣୋଇ, ମନ୍ତ୍ରୀ ରାଜେନ୍ଦ୍ର ଯାଦବ, ସଂଖ୍ୟାଲଘୁ ମନ୍ତ୍ରୀ ସଲେହ ମହମ୍ମଦ, କ୍ରୀଡାମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ସମେତ ବିଧାୟକ ମଦନ ପ୍ରଜାପତ, ରାଫିକ୍ ଖାନ, ଅମିନ କାଗଜି, ଖୁସବୀର ଯୋଜାୱର, ଅମିତ ଚାଚନ, ଜଗଦୀଶ ଜାଙ୍ଗିଡ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.