ETV Bharat / bharat

ସ୍ପା ସେଣ୍ଟରରେ ଚାଲିଥିଲା ସେକ୍ସ ରାକେଟ୍‌, 44 ରୂପଜିବୀ ଉଦ୍ଧାର

author img

By ETV Bharat Odisha Team

Published : Jan 7, 2024, 8:17 PM IST

Prostitution Racket busted In Bengaluru: ସ୍ପା ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (CCB) ଶନିବାର ବିଳମ୍ବିତ ରାତିରେ ଏକ ସ୍ପା ସେଣ୍ଟର ଉପରେ ଚଢାଉ କରି ଏହି କାରବାରର ପର୍ଦ୍ଦାଫାସ କରିଛି । ଅଧିକ ପଢ଼ନ୍ତୁ

44 ରୂପଜିବୀ ଉଦ୍ଧାର
44 ରୂପଜିବୀ ଉଦ୍ଧାର

ବେଙ୍ଗାଲୁରୁ: ସ୍ପା ସେଣ୍ଟର ନାଁରେ ଦେହ ବ୍ୟବସାୟ କରାବାର । ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (CCB) ଶନିବାର ବିଳମ୍ବିତ ରାତିରେ ଦେହ ବ୍ୟବସାୟ କାରବାର ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ଆନ୍ତଃରାଜ୍ୟ ଓ ଦେଶ ବାହାରୁ ଆସିଥିବା ମୋଟ 44 ଜଣ ରୂପଜୀବିଙ୍କୁ ଉଦ୍ଧାର କରିଛି ପୋଲିସ । ଏହାସହ ଏହି ମାମଲାରେ 34 ଜଣ ମହିଳାଙ୍କ ସହ ସ୍ପା ସେଣ୍ଟର ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି । ସେପଟେ ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ କର୍ଣ୍ଣାଟକ ମହାଦେବପୁର ଥାନା ଅଞ୍ଚଳରେ ସ୍ପା ସେଣ୍ଟରେ ଆଳରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ ।

ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତିରେ କର୍ଣ୍ଣାଟକ ବେଙ୍ଗାଲୁରୁର ମହାଦେବପୁର ଥାନା ଅଞ୍ଚଳ ଅଧୀନ ଏକ ସ୍ପା ସେଣ୍ଟର ଆଳରେ ବେଧଡ଼କ ଭାବରେ ଦେହ ବ୍ୟବସାୟ ଚାଲିଥିବା ନେଇ ଖବର ପାଇଥିଲା ପୋଲିସ । ଏନେଇ ସୂଚନା ପାଇବା ପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚର ମହିଳା ସୁରକ୍ଷା ବିଭାଗର ଅଧିକାରୀମାନେ ଉକ୍ତ ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ । ଦୀର୍ଘ 4 ଘଣ୍ଟା ଧରି ଚଢାଉ କରିଥିବା ବେଳେ ସ୍ପା ସେଣ୍ଟରରୁ କର୍ଣ୍ଣାଟକ ଏବଂ ବାହାର ଦେଶର ମୋଟ 44 ଜଣ ରୂପଜିବୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ 34 ଜଣ ରୂପଜିବୀଙ୍କୁ ଅଟକ ରଖାଯାଇଛି । ଏହାସହ ସ୍ପା ସେଣ୍ଟର ନାଁରେ ଏହି ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଅନିଲକୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ରାଜଧାନୀରେ‌ ଦେହ ବ୍ୟବସାୟ ନେଇ ଆତଙ୍କ ରାଜ୍, ଢେଲା ପଥର ମାରି ଭାଙ୍ଗିଲେ କାର କାଚ, ୨ ଅଟକ

ପୋଲିସର କହିବାନୁସାରେ ଅଭିଯୁକ୍ତ ଅନିଲ ବେଙ୍ଗାଲୁରୁ ମହାଦେବପୁର ଥାନା ଅଞ୍ଚଳର ଏକ ବିଲ୍ଡିଂର ପ୍ରଥମ ଓ ଷଷ୍ଠ ମହଲାରେ ଏକ ସ୍ପା ସେଣ୍ଟର ଚଲାଉଥିଲା । ତେବେ ଏହି ସ୍ପା ସେଣ୍ଟର ନାଁରେ ସେଠାରେ ଦେହ ବ୍ୟବସାୟ କାରବାର କରାଯାଉଥିଲା । ଅନିଲ କର୍ଣ୍ଣାଟକ ଏବଂ ଦେଶ ବାହାରୁ ଯୁବତୀଙ୍କୁ ଆଣି ସ୍ପା ସେଣ୍ଟରରେ ଦେହ ବ୍ୟବସାୟ କାରବାରରେ ନିୟୋଜିତ କରୁଥିଲା । ଅଭିଯୁକ୍ତ ଅନିଲ ଅନ୍ୟ ଏକ ରାଜ୍ୟରୁ ଆସି ବେଙ୍ଗାଲୁରୁରେ ଏହି ସ୍ପା ସେଣ୍ଟର ଚଳାଉଥିଲା । ବର୍ତ୍ତମାନ ଅନିଲକୁ ଗିରଫ କରାଯାଇଥିବା ବେଳେ ଏହାକୁ ନେଇ ମହାଦେବପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.