ETV Bharat / state

ରାଜଧାନୀରେ‌ ଦେହ ବ୍ୟବସାୟ ନେଇ ଆତଙ୍କ ରାଜ୍, ଢେଲା ପଥର ମାରି ଭାଙ୍ଗିଲେ କାର କାଚ, ୨ ଅଟକ

author img

By

Published : Mar 13, 2023, 10:37 PM IST

ଦେହ ବ୍ୟବସାୟ ନେଇ ଗୋଷ୍ଠୀ ସଙ୍ଘର୍ଷ
ଦେହ ବ୍ୟବସାୟ ନେଇ ଗୋଷ୍ଠୀ ସଙ୍ଘର୍ଷ

ରାଜଧାନୀରେ ଦେହ ବ୍ୟବସାୟ ନେଇ ଗୋଷ୍ଠୀ ସଙ୍ଘର୍ଷ । ଢେଲା ପଥର ମାଡ଼ରେ ଭାଙ୍ଗିଲା କାର କାଚ । ଘଟଣାସ୍ଥଳରୁ ଦୁଇ ଦେହଜୀବୀ ଫେରାର ହୋଇଥିବା ବେଳେ ଦୁଇ ଦେହ ବ୍ୟବସାୟୀ ଅଟକ । ଅଧିକ ପଢ଼ନ୍ତୁ

ଦେହ ବ୍ୟବସାୟ ନେଇ ଗୋଷ୍ଠୀ ସଙ୍ଘର୍ଷ

ଭୁବନେଶ୍ବର: ରାଜଧାନୀରେ ଦେହ ବ୍ୟବସାୟ ନେଇ ଆତଙ୍କ ରାଜ୍ । ମାତିଲେ କୁଇନ୍ ସୋମା ଓ ଇବ୍ରାହିମ୍ ଗୋଷ୍ଠୀର ଦଲାଲ । ଯୁବତୀ ଡିଲ୍ ନେଇ ଭାଗ ନଛିଡ଼ିବାରୁ ହେଲା ଗଣ୍ଡଗୋଳ । ଢେଲା ପଥର ମାରି ଭାଙ୍ଗିଲେ କାର କାଚ । ଘଟଣାସ୍ଥଳରୁ ୨ ଦେହଜୀବୀ ଚମ୍ପଟ । କ୍ୟାପିଟାଲ ହସ୍ପିଟାଲ ପୋଷ୍ଟମର୍ଟମ ୱାର୍ଡ ପଛପଟେ ଘଟିଛି ଏଭଳି ଲଙ୍କାକାଣ୍ଡ । ଦେହଜୀବୀ ଧରି ଡିଲ୍ ବେଳେ ହୋଇଛି ଏଭଳି କ୍ରିମିନାଲ ୱାର ।

ଏନେଇ ଗୋଟିଏ ଗୋଷ୍ଠୀର ଆକ୍ରମଣ ଯୋଗୁଁ ଆଉ ଏକ ଗୋଷ୍ଠୀର ଭାଙ୍ଗିଛି କାର କାଚ । ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଗୋଷ୍ଠିସଙ୍ଘର୍ଷ ଯୋଗୁଁ ଦେଖାଦେଇଛି ଆତଙ୍କ ରାଜ୍ । ଉଭୟ ଗୋଷ୍ଠୀ ପଥର ଫୋପଡା ଫୋପଡି ସହ ମାରପିଟ୍ ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ପୋଲିସ ହାତରେ ଗୋଟିଏ ଗୋଷ୍ଠୀର ଦୁଇଜଣ ଧରାପଡିଛନ୍ତି । ହେଲେ ପରିସ୍ଥିତି ଦେଖି ଦୁଇ ଦେହଜୀବୀ ଫେରାର ହୋଇଥିବା ଜଣାପଡ଼ିଛି । ପଥର ମାଡ଼ରେ ଭାଙ୍ଗିଥିବା କାରକୁ ଜବତ କରି କ୍ୟାପିଟାଲ ଥାନାକୁ ଆଣିଛି କମିଶନରେଟ ପୋଲିସ୍ । ତେବେ ପୋଲିସ ହାତରେ ଧରାପଡିଥିବା ଦୁଇ ଜଣଙ୍କ ନାଁରେ ପୂର୍ବରୁ ଏପରି ଅପରାଧିକ ମାମଲା ଥିବା ଜଣାପଡିଛି ।

ଏପରିକି କିଛିଦିନ ତଳେ ରଙ୍ଗିଲା ବାରରେ ଆକ୍ରମଣ ଘଟଣାରେ ମଧ୍ୟ ଦୁଇ ଜଣ ଅଭିଯୁକ୍ତ ଅଛନ୍ତି । ଯାହାଙ୍କୁ ସେତେବେଳେ ଗିରଫ କରିପାରି ନଥିଲା ପୋଲିସ୍ । ତେବେ ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇ ଗୋଷ୍ଠୀ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏନେଇ କିଛି ସମୟ ଧରି ଆତଙ୍କରାଜ ଚାଲିଲା । ଦୁଇ ଜଣ ବାଇକରେ ଓ କିଛି ଜଣ କାରରେ ବସିଥିଲେ । ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏପରି ଦେଖି ଭୟ ଖେଳିଯାଇଥିଲା । ଏନେଇ କମିଶନରେଟ ପୋଲିସ ଟିମ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଆଇଆଇସି ।

ତେବେ ଅଟକ ରହିଥିବା ଅଭିଯୁକ୍ତଙ୍କୁ ପୋଲିସର ପଚରାଉଚରା ବେଳେ ଜଣାପଡିଛି ଯେ, ରାଜଧାନୀରେ ଏବେ ସକ୍ରିୟ ହୋଇଛନ୍ତି ଦେହ ବେପାରୀ । ପୂର୍ବରୁ ଧରାପଡ଼ିଥିବା ଦେହ ବେପାରୀ ଇବ୍ରାହିମ୍ ଓ ଲେଡି କୁଇନ ସୋମା ଏବେ ନେଟୱର୍କ ଚଳାଇଛନ୍ତି । ଲକ୍ଷ୍ମିସାଗରରୁ ଅପରେଟ ହେଉଛି ଏମାନଙ୍କ ରାକେଟ । ୨୦ରୁ ଊର୍ଦ୍ଧ୍ବ ଯୁବତୀଙ୍କୁ ଏପରି ନିଜ ରାକେଟରେ ରଖି ଖୁଲମଖୁଲା ଏହାର କାରବାର ଚଲାଇଛନ୍ତି । ଅଶୋକ ନଗରରେ ଥିବା ଏକ ବାର 'ଗାର୍ଡେନ ଇନ୍‌'ରେ ସେମାନଙ୍କ ମେଳି ଜମୁଛି । ଜିମ୍ ଠାରୁ ଆରମ୍ଭ କରି ସପିଙ୍ଗ ମଲ, ବାର୍‌ଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ଓ କର୍ପୋରେଟ ଅଫିସରେ ଏମାନଙ୍କ ସେଟିଂ ରହିଛି । ପେଡ ଗର୍ଲଫ୍ରେଣ୍ଡଠାରୁ ଆରମ୍ଭ କରି ଦେହଜୀବୀ ଓ କର୍ପୋରେଟ ଟୁର ଏପରିକି ଲାଞ୍ଚ କାରବାର ପାଇଁ ଦେହଜୀବୀ ଏକ ବଡ଼ ମାଧ୍ୟମ ସାଜିଛି ।

କଣ୍ଟ୍ରାକ୍ଟର, ବିଲଡର ଓ ପ୍ରଭାବଶାଳୀ ଲୋକଙ୍କ ପାଖରେ କାମ ଥିଲେ ଏପରି ଯୁବତୀ ଯୋଗାଇ ଏପରି କାରବାର ଏବେ ଜୋରସୋରରେ ଚାଲିଛି । ଯାହାକୁ ନେଇ ବିଗତ କିଛିଦିନ ଧରି କୋରୋନା ପରଠୁ ବେଶ ସକ୍ରିୟ ହୋଇଛନ୍ତି ସୋମା ଓ ଇବ୍ରାହିମ୍ ଗ୍ୟାଙ୍ଗ୍ । ଏଥିରେ ଜୁଆ ଖେଳାଳି ସେମାନଙ୍କର ନିତିଦିନିଆ ଗ୍ରାହକ । ଏପରି କାରବାର ଜୋରସୋରରେ ଚଳାଇଛନ୍ତି ଦେହଜୀବୀ ଓ ଦେହ ଦଲାଲ । ତେବେ ପୋଲିସ ହାତରେ ଧରାପଡିଥିବା ଦୁଇ ଜଣଙ୍କ ଠାରୁ ଅଧିକ କଣ ତଥ୍ୟ ପାଉଛି ପୋଲିସ୍, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.