ଖରସ୍ରୋତା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର,ପରିବାର ପକ୍ଷରୁ ହତ୍ୟା ଅଭିଯୋଗ - Youths Body Found suspiciously

By ETV Bharat Odisha Team

Published : Apr 7, 2024, 6:03 PM IST

thumbnail

Youth's Suspicious Death In Jajpur: ଯାଜପୁର: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଯୋକଡିଆ ଗାଁ ନିକଟସ୍ଥ ଖରସ୍ରୋତା ନଈକୂଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ କୁମ୍ଭୀର ଗାଡ଼ିଆ ଗାଁର ଚିନ୍ତାମଣି ନାୟକଙ୍କ ପୁଅ ଆଶୁତୋଷ ନାୟକ(17) । ତେବେ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ମଧ୍ୟାହ୍ନରେ ମୃତ ଯୁବକ ଜଣକ ୨ଜଣ ସାଙ୍ଗଙ୍କ ସହିତ ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଉଛି କହି ଘରୁ ଆସିଥିଲେ । କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଜୋକଡ଼ିଆ ନଦୀରେ ଜଣେ ଯୁବକ ବୁଡି ଯାଇଥିବା ସୂଚନା ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ଘଟଣା, ମିଳିଲା ମୃତଦେହ

ଆଜି ସକାଳୁ ମୃତ ଯୁବକଙ୍କ ମୃତଦେହ ନଈକୂଳରେ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ଲୋକେ ଶବ ଚିହ୍ନଟ କରିବା ସହିତ ତାଙ୍କ ଭାଇକୁ ମାରିଦିଆ ଯାଇଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଯାଜପୁର ରୋଡ ପୋଲିସ ପକ୍ଷରୁ ଯାଜପୁର ରୋଡ ଥାନାରେ ଦୁଇଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି  ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.