ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ - lok sabha election 2024

By ETV Bharat Odisha Team

Published : May 2, 2024, 6:50 PM IST

thumbnail
ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ(ETV BHARAT ODISHA)

SHANTANU THAKUR Election Campaign: ନବରଙ୍ଗପୁର: ନିର୍ବାଚନୀ ପ୍ରଚାରରେ ବିଜେପି ପକ୍ଷରୁ ରାଇଘର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ସ୍ଥିତ ମିନି ଷ୍ଟାଡିୟମଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ବଙ୍ଗାଳି ଓ ମଥୁଆ ସମାଜର ଭୋଟ ବ୍ୟାଙ୍କ ରହୁଥିବା ସହ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଆସୁଥିବା ମାଲକାନଗିରି ଜିଲ୍ଲାରେ ମଧ୍ୟ ସର୍ବାଧିକ ବଙ୍ଗାଳି ଓ ମଥୁଆ ସମାଜର ଭୋଟର ରହିଛନ୍ତି । ସେମାନଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଏହି ନିର୍ବାଚନ ସଭାର ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ......ଜୁନାଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଏହି ଅବସରରେ ମଥୁଆ ସମାଜକୁ ମୋଦି ସରକାର ଏକ ନୂତନ ପରିଚୟ ଦେଇଥିବା କହିଥିଲେ । ମୋଦିଙ୍କ କାର୍ଯ୍ୟକାଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଲୋକଙ୍କୁ ସଚେତନା କରିଥିଲେ ।  ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ଗଠନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ଦ୍ରୁତଗତିରେ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଓ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।


ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.