ETV Bharat / state

ବିଜେଡିର ଅଭିଯୋଗକୁ ଖଣ୍ଡନ, ଗୁଣ୍ଡାରାଜ କିଏ କରୁଛି ତାହା ରେକର୍ଡ ଅଛି କହିଲା ବିଜେପି - dhenkanal assembly constituency

author img

By ETV Bharat Odisha Team

Published : May 17, 2024, 4:31 PM IST

DHENKANAL ASSEMBLY CONSTITUENCY: ବିଜେଡି କର୍ମୀଙ୍କୁ ଧମକ ଓ ଭୟଭୀତ କରାଇବା ଅଭିଯୋଗକୁ ଖଣ୍ଡନ କଲେ ଢେଙ୍କାନାଳ ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର । ଅଧିକ ପଢନ୍ତୁ

ବଜେଡିର ଅଭିଯୋଗକୁ ଖଣ୍ଡନ, ଗୁଣ୍ଡାରାଜ କିଏ କରୁଛି ତାହା ରେକର୍ଡ ଅଛି: ବିଜେପି
ବଜେଡିର ଅଭିଯୋଗକୁ ଖଣ୍ଡନ, ଗୁଣ୍ଡାରାଜ କିଏ କରୁଛି ତାହା ରେକର୍ଡ ଅଛି: ବିଜେପି (ETV Bharat Odisha)

ବଜେଡିର ଅଭିଯୋଗକୁ ଖଣ୍ଡନ, ଗୁଣ୍ଡାରାଜ କିଏ କରୁଛି ତାହା ରେକର୍ଡ ଅଛି: ବିଜେପି (ETV Bharat Odisha)

ଢେଙ୍କାନାଳ: ଦିନକୁ ଦିନକୁ ଢେଙ୍କାନାଳରେ ବୃଦ୍ଧି ପାଉଛି ରାଜନୈତିକ ହିଂସାକାଣ୍ଡ । ତେବେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି କର୍ମୀଙ୍କୁ ବିଜେପି ନାନା ଧମକଚମକ ଦେଇ ଭୟଭୀତ କରୁଥିବା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାଉଣ୍ଟର କରିଛି ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଆଜି (ଶୁକ୍ରବାର) ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାଲଟା ଅଭିଯୋଗ ଉଠାଇଛନ୍ତି । ବିଜେଡି କର୍ମୀମାନେ ବିଭିନ୍ନ ସମୟରେ ବିଜେପି କର୍ମୀଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି ।


ସୂଚନା ଥାଉ କି, ୧୫ ତାରିଖରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ଏବଂ ତାଙ୍କର କର୍ମୀମାନେ ଗୁଣ୍ଡାଗିରି କରିବା ସହ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ଏପରିକି ଜଣେ ସେନା କର୍ମଚାରୀ ବିଜେପି ପାଇଁ ଖୋଲା ଖୋଲି ପ୍ରଚାର କରୁଥିବା ଓ ବିଜେଡିଙ୍କୁ ନାନା ଧମକ ଓ ଭୟଭୀତ କରୁଥିବା ସମ୍ପର୍କରେ ଅଭିଯୋଗ ଆଣିଥିଲେ । ଏନେଇ ବିଜେଡି ପକ୍ଷରୁ ମଧ୍ୟ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଥିଲେ ।

ସେପଟେ ବିଜେପି ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛି । ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ଖଣ୍ଡନ କରିବା ସହ ଏଠି ବିଜେଡି ନେତା ଓ କର୍ମୀ ଗୁଣ୍ଡରାରାଜ କରୁଥିବା ଅଭିଯୋଗ କରିଛନ୍ତି । ବିଜେଡିର ଗୁଣ୍ଡାମାନେ ତାଳବର କୋଟ ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପୌର ନିର୍ବାଚନ ସମୟରେ ବିଜେଡ଼ିର ଗୁଣ୍ଡାମାନେ ତାଙ୍କ ଘର ଉପରକୁ ବୋମା ମାଡ଼ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ । କିଏ ଗୁଣ୍ଡାଗିରି କରୁଛି ତାହା ରେକର୍ଡରେ ଅଛ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ମେ’ 19ରେ ମୋଦିଙ୍କ 2 ଦିନିଆ ଓଡିଶା ଗସ୍ତ: ଶ୍ରୀକ୍ଷେତ୍ରରେ କରିବେ ରୋଡ ସୋ’ - PM Modi To Visit Odisha

ସେହିପରି ଆସନ୍ତା ୨୦ ତାରିଖ ଦିନ ଅନୁଗୋଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାରୁ ସେଥିରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୨୦ ହଜାର ଦଳୀୟ ନେତା କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ପ୍ରଦାନ କରିଛନ୍ତି । ୨୦୨୪ ନିର୍ବାଚନରେ ଢେଙ୍କାନାନ ସଂସଦୀୟ କ୍ଷେତ୍ର ଏବଂ ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାଥୀ ବହୁ ସଂଖ୍ୟାରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.