ଚେନ୍ନାଇରେ ପଣା ସଂକ୍ରାନ୍ତି ପାଳିଲେ ପ୍ରବାସୀ ଓଡିଆ - Pana Sankranti

By ETV Bharat Odisha Team

Published : Apr 15, 2024, 12:04 PM IST

thumbnail

Pana Sankranti: ଚେନ୍ନାଇ: ରାଜ୍ୟ ବାହାରେ ଥାଇ ମଧ୍ୟ ଓଡ଼ିଶାର ପରମ୍ପରାକୁ ଭୁଲି ନାହାନ୍ତି ।  ତାମିଲନାଡୁରେ ଓଡିଆ ନବବର୍ଷ ପାଳିଲେ ପ୍ରବାସୀ ଓଡିଆ । ସ୍ୱାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ (SOWW) ତରଫରୁ  ଚେନ୍ନାଇରେ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ପଣା ପିଇ ନାଚ ଗୀତରେ ଝୁମିଲେ ପ୍ରବାସୀ ଓଡିଆ । ଏପ୍ରିଲ 13 ତାରିଖରେ ସେଠାରେ ରହୁଥିବା କିଛି ଓଡିଆ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ନାଚ ଗୀତର ଆସର ଜମିଥିଲା ।  ଛୋଟ ପିଲାଙ୍କ ପାଇଁର ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ନାନାପ୍ରକାର ଓଡ଼ିଆ ଖାଦ୍ୟ ବ୍ୟଞ୍ଜନର ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟ ବାହାରେ ଥାଇ ମଧ୍ୟ ଓଡ଼ିଶାର ପର୍ବ, କଳା ସଂସ୍କୃତି ଓ ପରମ୍ପରାକୁ ସେମାନେ ଭୁଲି ନାହାନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.