ବାଲୁକାରେ ରାଷ୍ଟ୍ରପତିଙ୍କ ପ୍ରତିଛବି, ମହାମହିମଙ୍କୁ ପ୍ରଦାନ କଲେ ବାଲୁକାଶିଳ୍ପୀ

By ETV Bharat Odisha Team

Published : Mar 2, 2024, 12:44 PM IST

thumbnail

Sand Artist Memento to President Of India, ବ୍ରହ୍ମପୁର: ରାଷ୍ଟ୍ରପତିଙ୍କୁ ବାଲୁକାରେ ପ୍ରସ୍ତୁତ ପ୍ରତିଛବିକୁ ପ୍ରଦାନ କଲେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଶୁକ୍ରବାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ  ରାଷ୍ଟ୍ରପତିଙ୍କୁ ସାକ୍ଷାତକରି ସେ ମହାମହିମଙ୍କ ପ୍ରତିଛବି ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପୂର୍ବରୁ ଏହାକୁ ସେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିପାରିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ସତ୍ୟ ନାରାୟଣ ମହାରଣା । ସ୍ୟାଣ୍ଡ ଆନିମେସନ ଫୋଟଟି ଦେଖି ମହାମହିମ ବେଶ ଖୁସି ହୋଇ ସତ୍ୟକୁ ଧନ୍ୟବାଦ ଜଣାଇଥିଲେ। ସ୍ୟାଣ୍ଡ ଆନିମେସରେ ରାଷ୍ଟ୍ରପତିଙ୍କ ପ୍ରତିଛବିକୁ ପ୍ରସ୍ତୁତ କରିବାକୁ ସତ୍ୟକୁ ୧୫ ମିନିଟ୍ ସମୟ ଲାଗିଥିଲା । ପୂର୍ବରୁ  ସତ୍ୟ ମହାରଣା ରାଜ୍ୟ ତଥା ଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ପ୍ରତିକୃତି ପ୍ରସ୍ତୁତ କରି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.