ମା’ ବିରଜାଙ୍କ ଆଶୀର୍ବାଦ ନେଲେ କୋରେଇ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ - Korei Assembly constituency

By ETV Bharat Odisha Team

Published : May 5, 2024, 8:32 PM IST

thumbnail
ମାଆ ବିରଜାଙ୍କ ଆଶ୍ରୀର୍ବାଦ ନେଲେ ସନ୍ଧ୍ୟାରାଣୀ (ETV BHARAT ODISHA)

SANDHYARANI  IN BIRAJA TEMPLE:ଯାଜପୁର: ମାଆ ବିରଜାଙ୍କ ଆଶୀର୍ବାଦ ନେଲେ ସନ୍ଧ୍ୟାରାଣୀ ଦାସ । କୋରେଇ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସନ୍ଧ୍ୟାରାଣୀ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ପୂର୍ବତନ ବିରୋଧୀ ଦଳ ନେତା ସ୍ଵର୍ଗତ ଅଶୋକ ଦାସଙ୍କ ପତ୍ନୀ । ଗତ ତିନିଦିନ ତଳେ ପ୍ରାର୍ଥୀ ଘୋଷଣା ପରେ ସନ୍ଧ୍ୟାରାଣୀ ଆଜି କର୍ମୀମାନଙ୍କ ସହ ଆସି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ମାଆ ବିରଜାଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ତାଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କ ନିକଟକୁ ଯିବେ ଏବଂ ଦଳ ସପକ୍ଷରେ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ସନ୍ଧ୍ୟାରାଣୀ । ଏଥର ନିର୍ବାଚନରେ କୋରେଇର ଭୋଟର ଭାଇ-ଭଉଣୀ ଓ ମାଆ-ମାଉସୀମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରିବେ ବୋଲି ସନ୍ଧ୍ୟାରାଣୀ ଆଶାବାଦୀ ଅଛନ୍ତି । ସେପଟେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାଥୀ ହେଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ କୋରେଇ ବିଜେଡି କର୍ମକର୍ତ୍ତା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.