ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ

By ETV Bharat Odisha Team

Published : Feb 1, 2024, 6:39 AM IST

thumbnail

Mangala Alati: ପୁରୀ: ଅନାଥର ନାଥ ଜଗନ୍ନାଥ । ନିରାଶାର ଆଶା, ଦୁଃଖୀର ଦିନବନ୍ଧୁ  । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କର ମହିମା ଅପାର । ଲୀଳାମୟ ଠାକୁରଙ୍କ ଦର୍ଶନ ପାଇଁ ସାତ ଦରିଆ ତେର ନଈ ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି ଭକ୍ତ । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ପ୍ରଭାତରେ ଏହି ଦିବ୍ୟ ଆଳତୀ ଦର୍ଶନ ପାଇଁ ବଡଦେଉଳରେ ଭିଡ ଲଗାଇଥାନ୍ତି ଭକ୍ତ । ସବୁଦିନ ଭଳି ଆଜି ଭୋରରୁ ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ଦ୍ବାରଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ପ୍ରଥମେ ସେବାୟତଙ୍କ ଦ୍ବାରା ଭୋରରୁ ଦ୍ବାର ଫିଟା ଯାଇଥିଲା । ଏହାପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । କୁହାଯାଏ ସକାଳୁ ସକାଳୁ ଏହି ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ । ଦର୍ଶନ କରନ୍ତୁ ଭାବ ବିନୋଦିଆଙ୍କ ଏହି ଦିବ୍ୟ ଆଳତୀ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.