ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରୁ କରନ୍ତୁ ଦିବ୍ୟ ଦର୍ଶନ

By ETV Bharat Odisha Team

Published : Jan 27, 2024, 6:28 AM IST

thumbnail

Mangala Alati: ପୁରୀ: ଅନାଥର ନାଥ ଜଗନ୍ନାଥ  । ନିରାଶାର ଆଶା, ଦୁଃଖୀର ଦିନବନ୍ଧୁ  । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ  । ତାଙ୍କର ମହିମା ଅପାର  । ଲୀଳାମୟ ଠାକୁରଙ୍କ ଦର୍ଶନ ପାଇଁ ସାତ ଦରିଆ ତେର ନଈ ଡେଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି ଭକ୍ତ  । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ  । ପ୍ରଭାତରେ ଏହି ଦିବ୍ୟ ଆଳତୀ ଦର୍ଶନ ପାଇଁ ବଡଦେଉଳରେ ଭିଡ ଲଗାଇଥାନ୍ତି ଭକ୍ତ  । ସବୁଦିନ ଭଳି ଆଜି ଭୋରରୁ ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ଦ୍ବାରଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି  । ପ୍ରଥମେ ସେବାୟତଙ୍କ ଦ୍ବାରା ଭୋରରୁ ଦ୍ବାର ଫିଟା ଯାଇଥିଲା  । ଏହାପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତୀ  । କୁହାଯାଏ ସକାଳୁ ସକାଳୁ ଏହି ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ  । ଦର୍ଶନ କରନ୍ତୁ ଭାବ ବିନୋଦିଆଙ୍କ ଏହି ଦିବ୍ୟ ଆଳତୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.