ମା' ଶାରଳାଙ୍କ ଶକ୍ତିପୀଠରେ ପଣା ସଂକ୍ରାନ୍ତି ପର୍ବ ପାଳିତ - Maha Bisuba Sankranti

By ETV Bharat Odisha Team

Published : Apr 14, 2024, 9:33 PM IST

thumbnail

Maha Bisuba Sankranti Celebrated In Maa Sarala Pitha: ଜଗତସିଂହପୁର: ଝଙ୍କଡବାସିନୀ ମା' ଶାରଳାଙ୍କ ପବିତ୍ର ପୀଠରେ ଆଜି ମହା ବିଷୁବ ସଂକ୍ରାନ୍ତି ପର୍ବ ଅନୁଷ୍ଠିତ ହୋଇଛି । ଭୋର ସମୟରେ ମା'ଙ୍କ ମନ୍ଦିର ଖୋଲାଯାଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପଣା ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ନୂଆପଡା ତୁକୁଳାରେ ଧୁମଧାମରେ ପାଳିତ ହେଲା ପଣା ସଂକ୍ରାନ୍ତି - Maha Bisuba Sankranti

ଆଜି ପଣା ସଂକ୍ରାନ୍ତି ଅବସରରେ ସକାଳେ ମା'ଙ୍କ ପହୁଡ଼ ଖୋଲାଯିବା ପରେ, ମଙ୍ଗଳ ଆଳତୀ, ମଇଲମ, ମନ୍ଦିର ଶୋଦ୍ଧ ପରେ ମାର୍ଜ୍ଜନ କରାଯାଇ ମା'ଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା । ପରେ ଗୋପାଳବଲ୍ଲଭ ଭୋଗ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛଡା ଯାଇଥିଲା । ମଧ୍ୟାହ୍ନ ଧୂପ ପରେ ମା' ଲଣ୍ଡା ଦେଉଳକୁ ବିଜେ କରିଥିଲେ । ତେବେ ଶାରଳା ଗବେଷକମାନଙ୍କ କହିବା ଅନୁସାରେ, ମକର ସଂକ୍ରାନ୍ତି ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ମା' ଶାରଳାଙ୍କ ଘଟ ପାଟୁଆମାନେ ହବିସ ଅର୍ଣ୍ଣ ଭୋଜନ କରି ଆଜି ନିଆଁ ଉପରେ ଚାଲିବାର ପରମ୍ପରା ରହିଛି । ଅନ୍ୟ ଦେବୀ ପୀଠମାନଙ୍କରେ ଚୈତ୍ର ପୂର୍ଣ୍ଣିମା ତିଥିରେ ଝାମୁଯାତ୍ର ଅନୁଷ୍ଠିତ ହେଉଥିଲେ ମଧ୍ୟ ଶାରଳାଙ୍କ ପୀଠରେ ଆଜିର ଦିନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହାକୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେପଟେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜଗତସିଂହପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବେବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.