ନାମାଙ୍କନ ପତ୍ର ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ - Malkangiri Assembly Constituency

By ETV Bharat Odisha Team

Published : Apr 22, 2024, 10:55 PM IST

thumbnail

Malkangiri Assembly Constituency ମାଲକାନଗିରି: ପ୍ରାର୍ଥୀପତ୍ର ଦାଖଲ କଲେ ମାଲକାନଗିରି ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ । ସ୍ଥାନୀୟ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ନରସିଂହ ନିଜର ସମର୍ଥକମାନଙ୍କ ସହ ପଦଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଶହ ଶହ ସମର୍ଥକଙ୍କ ସହ ନରସିଂହ ଲୋକଙ୍କୁ ପ୍ରଣାମ ଜଣାଇ ବିଜୟର ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆସନ୍ତା ୨୫ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ରହିଥିବାରୁ ଆଜି ଠାରୁ ମାଲକାନଗିରିରେ ନାମାଙ୍କନ ପତ୍ର ପଡିବା ଆରମ୍ଭ ହୋଇଛି । 

ତେବେ ୨୦୧୯ରେ ବିଜେପି ମାଲକାନଗିରି ବିଧାନସଭା ଆସନକୁ ଅତି ସହଜରେ ହାସଲ କରିଥିବା ବେଳେ ଏଥର ମଧ୍ୟ ବିଜୟ ଧାରା ଜାରି ରହିବ ବୋଲି ବିଜେପି ଦୃଢକ୍ତି ପ୍ରକାଶ କରିଛି । ଗତ ନିର୍ବାଚନରେ ମାଲକାନଗିରି ବିଧାନସଭା ଆସନରୁ ବିଜେପି ବିଜୟ ଲାଭ କରିଥିବା ବେଳେ ଏଥର କିନ୍ତୁ କଡା ଟକ୍କର ହେବ ବୋଲି କୁହାଯାଉଛି । ତେବେ ଆଜି ନରସିଂହ ନିଜ ନାମାଙ୍କନ ପତ୍ର ଦାଖଲ କରି ପ୍ରଚାରକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ଣ୍ଣିମା କେରକେଟା, ଅଶୋକ ପରିଡା, ଆର୍ଯ୍ୟ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସେପଟେ ଆସନ୍ତା ୨୪ ଓ ୨୫ ତାରିଖରେ ଅନ୍ୟ ସମସ୍ତ ବିଧାୟକ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି । ତିନି ପ୍ରମୁଖ ଦଳର ପ୍ରଚାର କାର୍ଯ୍ୟ ଜୋରଦାର ଚାଲଥିବା ବେଳେ ଲୋକେ ଏଥର କାହାକୁ ନିଜର ବିଧାୟକ ଭାବରେ ବାଛିବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.