ETV Bharat / state

EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ' - ETV BHARAT EXCLUSIVE

author img

By ETV Bharat Odisha Team

Published : May 18, 2024, 10:31 PM IST

Interview With Sachin Pilot: ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି-ବିଜେଡି ଦୁଇ ଭାଇ ବୋଲି ଜାଣିସାରିଲେଣି । ଓଡ଼ିଶାର ପ୍ରତି କୋଣ ଅନୁକୋଣରେ କଂଗ୍ରେସ ପ୍ରତି ସମର୍ଥନ ରହିଛି । କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ ବୋଲି ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

SACHIN PILOT EXCLUSIVE INTERVIEW
SACHIN PILOT EXCLUSIVE INTERVIEW (ETV Bharat Odisha)

SACHIN PILOT EXCLUSIVE INTERVIEW (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାର ଲୋକେ ବୁଝିଗଲେଣି ବିଜେପି-ବିଜେଡି ଦୁଇ ଭାଇ । ମୂଦ୍ରାର ଦୁଇଟି ପାର୍ଶ୍ବ ପରି ବିଜେପି-ବିଜେଡି । ଏଠାକାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଲୋକେ ବୁଝିଗଲେଣି ବିଜେଡିକୁ ଭୋଟ ଦେବା ଅର୍ଥ ବିଜେଡିକୁ ଭୋଟ ଦେବା । ବିଜେପି-ବିଜେଡି ନିର୍ବାଚନ ପୂର୍ବରୁ ଏକ ଥିଲେ, ଏବେ ଅଲଗା ହୋଇଛନ୍ତି । ପୁଣି ନିର୍ବାଚନ ସରିଲେ ଏକ ହୋଇଯିବେ । ରାଜ୍ୟର କୋଣ ଅନୁକୋଣରେ କଂଗ୍ରେସର ସମର୍ଥନ ଅଛନ୍ତି । ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ ବୋଲି କହିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ସଚିନ ପାଇଲଟ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

ସାରା ଦେଶରେ ଏବେ ପରିବର୍ତ୍ତନର ହାୱା ଅଛି । କଂଗ୍ରେସ ଗ୍ୟାରେଣ୍ଟି ସାଧାରଣ ଲୋକଙ୍କ ପାଇଁ, ସବୁ ବର୍ଗ ପାଇଁ କଂଗ୍ରେସ ଇସ୍ତାହାର ପ୍ରକାଶ କରିଛି । ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ ବୋଲି ବିଶ୍ବାସ କରୁଛି ବୋଲି ସେ କହିଛନ୍ତି । ଓଡ଼ିଶାରେ କଂଗ୍ରେସ ବିଧାନସଭାରେ ଭଲ କରିବ । ସାରା ଦେଶରେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଏବେ ଜନମତ ଯିବ । ନିର୍ବାଚନରେ ଲୋକେ ବିଜେପି ଠାରୁ ମୁଁହ ଫେରାଇ ନେଲେଣି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ବାଲେଶ୍ବରରେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଲେ ପାଇଲଟ

ଓଡ଼ିଶାର ଲୋକେ କାହିଁକି କଂଗ୍ରେସକୁ ଭୋଟ ଦେବେ ବୋଲି ପ୍ରଶ୍ନରେ ସଚିନ ପାଇଲଟ କହିଛନ୍ତି, "କଂଗ୍ରେସ ନିକଟରେ 5 ବର୍ଷର ବ୍ଲୁ ପ୍ରିଣ୍ଟ ରହିଛି । କଂଗ୍ରେସ ଦେଶର ପ୍ରତିଟି ଗରିବ ପରିବାରକୁ ବାର୍ଷିକ 1ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି । ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଆଇନ ଆଣିବାକୁ ପ୍ରତିଶ୍ରୁତି ଦେଇଛୁ । ଖାଦ୍ୟ ସୁରକ୍ଷା, ମନରେଗା ମଜୁରୀ 400ଟଙ୍କା ଭଳି କଂଗ୍ରେସ ଅନେକ ଜନ କଲ୍ୟାଣ କାମ କରିଛି । ହେଲେ ବିଜେପି ଗତ 10ବର୍ଷ ମଧ୍ୟରେ ବେରୋଜଗାର, ଦରଦାମ ବୃଦ୍ଧି, ଜିଏସଟି ଭଳି ସମସ୍ୟା ଦେଖିଛନ୍ତି ଲୋକେ । ବିଜେପିଠାରୁ କଂଗ୍ରେସ ପ୍ରାର୍ଥୀ, ଇସ୍ତାହାର ପତ୍ର ଅଧିକ ଭଲ ରହିଛି ।"

ଏହା ବି ପଢନ୍ତୁ- ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ'

ସୂଚନା ଥାଉ କି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଷ୍ଟାର ପ୍ରଚାରକ ସଚିନ ପାଇଲଟ ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଚାର ମଙ୍ଗ ଧରିଥିଲେ । ବାଲେଶ୍ଵର ସହରର ମିଶନ ପଡ଼ିଆରେ କଂଗ୍ରେସର ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ସଚିନ ପାଇଲଟ ପ୍ରଚାର କରିଥିବା ବେଳେ ବାଲେଶ୍ଵର ଲୋକସଭା କ୍ଷେତ୍ର ଅଧୀନସ୍ଥ ସମସ୍ତ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.