ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 7, 2024, 10:02 AM IST

Updated : Feb 7, 2024, 10:08 AM IST

thumbnail

କଟକ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଆଜି ଶପଥ ନେଉଛନ୍ତି ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂ ।ପାଟନା ହାଇକୋର୍ଟ ପରେ ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି ଭାବେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିଶ ପରେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରନ୍ ସିଂ। ଓଡିଶା ହାଇକୋର୍ଟର ନୁଆ ମୁଖ୍ୟବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସିଂଙ୍କ ନାମକୁ ସୁପାରିଶ କରିଥିଲେ । ଜଷ୍ଟିସ ଚକ୍ରଧାରୀ ଏବେ ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।
୧୯୯୦ ମସିହାରେ ଓକିଲାତି ଆରମ୍ଭ କରିଲେ ଜଷ୍ଟିସ ଚକ୍ରଧାରୀ ଶରଣସିଂ । ଗତ ଅକ୍ଟୋବର ୩ ତାରିଖରେ ଓଡିଶା ହାଇକୋର୍ଟର ନୁଆ ମୁଖ୍ୟବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଓଡିଶା ହାଇକୋର୍ଟ ର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବେ କାର୍ଯ୍ୟକାରୀ ବିଚାରପତି ଭାବରେ କାର୍ଯ୍ୟ ତୁଲାଉଛନ୍ତି।
 

Last Updated : Feb 7, 2024, 10:08 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.