କଟକରେ ଅମିତ ଶାହଙ୍କ ବିଶାଳ ରୋଡ ସୋ', ଦେଖନ୍ତୁ LIVE - AMIT SHAH ROAD SHOW LIVE

By ETV Bharat Odisha Team

Published : May 15, 2024, 6:13 PM IST

Updated : May 15, 2024, 6:42 PM IST

thumbnail

Amit Shah Road Show in Cuttack: କଟକ: ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଲଭର ସିଟିରେ କରୁଛନ୍ତି ରୋଡ ସୋ' । କଟକରେ ବିଶାଳ ମେଗା ରୋଡ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଟକ ବକ୍ସି ବଜାରସ୍ଥିତ ଗୋପବନ୍ଧୁ ପାର୍କରୁ ଆରମ୍ଭ କରି ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର ଓ ନୟା ସଡ଼କ ପର୍ଯ୍ୟନ୍ତ ଯିବ ଶାହଙ୍କ ରୋଡ ସୋ' । କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ଼ ସୋ' ବିଜେପି କ୍ୟାମ୍ପରେ ଉତ୍ସାହ ଭରିଛି । ପ୍ରାୟ ୨୦ ହଜାର ବିଜେପି କର୍ମୀ ଏହି ରୋଡ୍‌ ସୋରେ ଭାଗ ନେଇଛନ୍ତି । ଏହା ପୂର୍ବରୁ ଗଞ୍ଜାମ ସୋରଡ଼ାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଶାହ । ଓଡ଼ିଶାରେ ଏଥର ବିଜେପି ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ତେବେ ଦେଖନ୍ତୁ କଟକରୁ ଅମିତ ଶାହଙ୍କ ରୋଡ ସୋ' ଲାଇଭ୍‌..ଇଟିଭି ଭାରତ, କଟକ

Last Updated : May 15, 2024, 6:42 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.