ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି, ଦେଖନ୍ତୁ ସିଇଓଙ୍କ ପ୍ରେସମିଟ LIVE - CEO Press meet

By ETV Bharat Odisha Team

Published : May 25, 2024, 1:54 PM IST

thumbnail

ଭୁବନେଶ୍ୱର: ରାଜ୍ୟରେ ଆଜି ପଡୁଛି ତୃତୀୟ ପର୍ଯ୍ୟାୟ ଭୋଟ । 6 ଲୋକସଭା ଓ ଏହା ଅନ୍ତର୍ଗତ 42 ବିଧାନସଭା କ୍ଷେତ୍ରରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ମକ ପୋଲ ସମୟରେ ଇଭିଏମରେ ତ୍ରୁଟି ଦେଖା ଦେଇଥାଏ । ଇଭିଏମ ପରିବର୍ତ୍ତନ ପରେ ଏବେ ସ୍ୱାଭାବିକ ମତଦାନ ହେଉଛି । ବିନା ମୋବାଇଲ ଓ ସ୍ମାର୍ଟ ଘଣ୍ଟାରେ ଆସି ଭୋଟ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅନୁରୋଧ କରିଛନ୍ତି ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ସୁରୁଖୁରୁ ଓ ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର । ବିଭିନ୍ନ ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ସେହି ବୁଥ ମାନଙ୍କରେ ମତଦାନ ଟିକେ ବିଳମ୍ବ ହୋଇଥିଲା । ଅବିଳମ୍ବେ ଏହି ବୁଥରେ ଇଭିଏମ ପରିବର୍ତ୍ତନ କରାଯାଇଛି । ସାଧାରଣତଃ ମକ ପୋଲ ସମୟରେ ଇଭିଏମରେ ତ୍ରୁଟି ଦେଖା ଦେଇଥାଏ । ଇଭିଏମ ପରିବର୍ତ୍ତନ ପରେ ସୁରୁଖୁରୁରେ ମତଦାନ ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ 116ଟି ବାଲାଟ ୟୁନିଟ ପରିବର୍ତ୍ତନ ହୋଇଛି । 125 କଣ୍ଟ୍ରୋଲ ୟୁନିଟ ଓ 256 ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରୁ ନିକୁଞ୍ଜ ବିହାରୀ ଧଳଙ୍କ ପ୍ରେସମିଟ.. 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.