କାମାକ୍ଷାନଗର ମହୋତ୍ସବରେ ଉଦଘାଟିତ ହେଲା ପଲ୍ଲିଶ୍ରୀ ମେଳା

By ETV Bharat Odisha Team

Published : Jan 28, 2024, 9:09 PM IST

thumbnail

Kamakhyanagar Mahotsav: ଢେଙ୍କାନାଳ: କାମାକ୍ଷାନଗର ମହୋତ୍ସବରେ ଉଦଘାଟିତ ହେଲା ପଲ୍ଲିଶ୍ରୀ ମେଳା । ପଲ୍ଲିଶ୍ରୀ ମେଳାରେ ସାମିଲ ହୋଇଛି ବୟନିକା । କାମାକ୍ଷାନଗର ମହୋତ୍ସବର ସପ୍ତମ ସନ୍ଧ୍ୟାରେ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇଥିଲେ । ତାଙ୍କ କରକମଳରେ ଉତ୍ସବ ଉଦଘାଟନ ହୋଇଥିଲା । 

ଏହା ମଧ୍ୟ ପଢ଼ନ୍ତୁ... ଟ୍ରାକ ସୁଟ ନୁହେଁ ପାଟ ଶାଢ଼ୀ ପିନ୍ଧି ପାଟଥନରେ ଦୌଡ଼ିଲେ ମହିଳା

ଏହି ପଲ୍ଲିଶ୍ରୀ ମେଳା ୬ ଦିନଧରି ଚାଲିବ । ୧୯ଟି ଜିଲ୍ଲା ସହ ୬ଟି ରାଜ୍ୟ ଏବଂ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଷ୍ଟଲ ମିଶାଇ ମୋଟ ୮୯ଟି ଷ୍ଟଲ ଖୋଲାଯାଇଛି । ଏହା ଦିନ ୧୦ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ଅପେକ୍ଷା ଚଳିତବର୍ଷ ଦ୍ୱିଗୁଣିତ ବ୍ୟବସାୟର ଆଶା ରଖାଯାଇଛି । ଭଲ ଦୁଇ ପଇସା ରୋଜଗାର ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ପସରା ମେଲିଛନ୍ତି ।  SHG ଗ୍ରୁପର ମହିଳାମାନେ ହାତ ତିଆରି ସାମଗ୍ରୀ ବିକ୍ରି କରୁଛନ୍ତି । ଅଞ୍ଚଳବାସୀ ଏହି ମେଳାର ଭରପୁର ମଜା ଉଠାଇବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ । 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.