ସୁପର ସନ୍‌ ଡେ'ରେ ସୁପର ଫାଇଟ୍‌, ଭାରତକୁ ସମର୍ଥନ କରିବାକୁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ

By ETV Bharat Odisha Team

Published : Feb 25, 2024, 9:08 PM IST

thumbnail

FIH Pro League: ରାଉରକେଲା: ଜାରି ରହିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଆଜି ଶେଷ ଦିନ । ଏଥିପାଇଁ ଚଳଚଞ୍ଚଳ ରାଉରକେଲା ସହର । ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସୁପର ସନ୍‌ ଡେ'ରେ ସୁପର ମୁକାବିଲା ଦେଖିବା ପାଇଁ ଦର୍ଶକଙ୍କର ଜମିଛି ପ୍ରବଳ ଭିଡ଼ । ହକିପ୍ରେମୀମାନ ଆଜି ପୁଣି ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି । ଆଜି ଶେଷଦିନରେ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେବ । ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ମହାଁମୁହିଁ ହେବେ ଭାରତ ଏବଂ ଆୟରଲ୍ୟାଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...FIH ଡବଲ ହେଡର: ଭାରତର ପରାଜୟ ଧାରା ଜାରି, ପ୍ରଥମ ମ୍ୟାଚ୍‌ରେ ସ୍ପେନର ବଡ଼ ବିଜୟ

ଆଜି ଭାରତୀୟ ହକି ଦଳ ପୁଣି ମୈଦାନକୁ ଓହ୍ଲାଇବ । ଶେଷ ଦୁଇଟି ମ୍ୟାଚ୍‌ ପରାଜୟ ପରେ ଆଜି ବିଜୟରେ ଅଭିଯାନ ଶେଷ କରିବାକୁ ଚାହିଁବ ଭାରତୀୟ ଦଳ । ତେବେ ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ କରୁଛନ୍ତି ଦର୍ଶକ । ଗତ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ପେନାଲଟି ଶୁଟ୍‌ ଆଉଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରି ଯାଇଛି । ଆଜିର ଆୟରଲ୍ୟାଣ୍ଡ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚ୍‌କୁ ଉପଭୋଗ କରିବାକୁ ଷ୍ଟାଡିୟମ ବାହାରେ ଲମ୍ବା ଲାଇନ୍‌ରେ ଛିଡା ହୋଇଛନ୍ତି ଦର୍ଶକ । ଏହି ସମୟରେ ଦର୍ଶକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ମୃତିରଞ୍ଜନ ବେହେରା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.