ଡବଲ ଇଞ୍ଜିନ ସରକାରରେ ପ୍ରମୁଖ ଭାଗିଦାରୀ ବାରବାଟୀ ଆସନର ରହିବ: ଡ.ପୂର୍ଣ୍ଣଚନ୍ଦ୍ର - BJP BARABATI CUTTACK MLA CANDIDATE

By ETV Bharat Odisha Team

Published : May 2, 2024, 11:01 PM IST

thumbnail
ଡବଲ ଇଞ୍ଜିନ ସରକାରରେ ପ୍ରମୁଖ ଭାଗିଦାରୀ ବାରବାଟୀ ଆସନର ରହିବ: ଡାକ୍ତର ପୂର୍ଣ୍ଣଚନ୍ଦ୍ର (ETV BHARAT ODISHA)

BARABATI ASSEMBLY CONSTITUENCY:କଟକ: ବାରବାଟୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଶିଷ୍ଟ ଚିକିତ୍ସକ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଏନେଇ ଦଳ ତାଙ୍କ ନାମ ଘୋଷଣା କରିଛି । ଟିକଟ ଘୋଷଣା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡ଼ଃ ମହାପତ୍ର । ସେ କହିଛନ୍ତି, "କଟକ ସହରର ବିଭିନ୍ନ ବର୍ଗରେ ରହିଛି ମାଳମାଳ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ, ଦ୍ଦୁର୍ନୀତି, ବ୍ୟବସାୟ, ରୋଜଗାର ଭଳି ଅନେକ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗକୁ ନେଇ ମୁଁ ନିର୍ବାଚନ ଲଢ଼ିବି । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନର ସରକାରରେ ପ୍ରମୁଖ ଭାଗିଦାରୀ କଟକ ବାରବାଟୀ ଆସନର ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି, ଦୁର୍ନୀତିରୁ ମୁକ୍ତି ଓ ବିଜେଡିର ଛୁଟି ହେବ । "

ସେ ଆହୁରି କହିଛନ୍ତି ଯେ, ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ । ଯଦିଓ ପ୍ରାର୍ଥୀ ଘୋଷଣାରେ ବିଳମ୍ଭ ହୋଇଛି, ତଥାପି ସେ ସମସ୍ତଙ୍କୁ ଭେଟି ଭୋଟ ଭିକ୍ଷା କରିବେ । କଟକବାସୀଙ୍କ ପାଖେ ସବୁ ସମୟରେ ଠିଆ ହେବେ । ରାଜନୀତି ମଧ୍ୟ ଗୋଟିଏ ପ୍ରକାର ଲୋକଙ୍କ ସେବା । ମିଛ ପ୍ରତିଶ୍ରୁତି କେବେ ଦେବି ନାହିଁ । ଆମ ସଂଗଠନ ଉପରେ ବିଶ୍ବାସ ରହିଛି, ନିଶ୍ଚିତ ବିଜୟୀ ହେବୁ ।      

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.