କଂଗ୍ରେସର ନୂଆ ପ୍ରାର୍ଥୀ ଉମା ବଲ୍ଲଭ ରଥ, ପୁରୀର ମୌଳିକ ସମସ୍ୟାକୁ କରିବେ ମୁଦ୍ଦା - Puri Assembly Constituency

By ETV Bharat Odisha Team

Published : May 5, 2024, 7:12 PM IST

thumbnail
Congress Reannounce Puri MLA Candidate (ETV BHARAT ODISHA)

Congress Reannounce Puri MLA Candidate: ପୁରୀ: ନାମାଙ୍କନ ଦାଖଲର ୨୪ ଘଣ୍ଟା ନ ପୁରୁଣୁ ପ୍ରାର୍ଥୀ ପରିବର୍ତ୍ତନ । ପୁରୀ ସଦର ବିଧାନସଭା ପାଇଁ କଂଗ୍ରେସର ନବ ମନୋନୀତ ପ୍ରାର୍ଥୀ ହୋଇଛନ୍ତି ଉମା ବଲ୍ଲଭ ରଥ । ପୂର୍ବରୁ ଦଳ ସୁଜିତ୍ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ସୁଜିତ୍ ପ୍ରାର୍ଥୀପତ୍ର ଦାଖଲର 24 ଘଣ୍ଟା ଭିତରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଉମା ବଲ୍ଲଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ଟିକଟ ପାଇବା ପରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ଉମା ବଲ୍ଲଭ ରଥ । ସେ କହିଛନ୍ତି, ଦଳ ସର୍ଭେ କରି ଲୋକଙ୍କ ମତାମତ ନେଇ ତାଙ୍କୁ ଟିକଟ ଦେଇଛି । ତେବେ ଟିକେଟ ପରିବର୍ତ୍ତନ କିଛି ନୂଆ କଥା ନୁହେଁ । ଏ ନେଇ ତାଙ୍କର କିଛି ବି ଅସୁବିଧା ହେବନି । ସେ ଛାତ୍ର ଜୀବନରୁ ଲଢେଇ କରି ଆସିଛନ୍ତି । 

ଏହା ମଧ୍ୟ ପଢନ୍ତୁ... ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା, ସୁଜିତଙ୍କ ଟିକଟ କାଟି ଉମାବଲ୍ଲଭଙ୍କ ପ୍ରାର୍ଥିତ୍ବକୁ ବିରୋଧ - Congress Candidate Change

ଅନେକ ଥର ନିର୍ବାଚନ ଲଢ଼ିଛନ୍ତି । ଏଣୁ ସେ କୌଣସି ପ୍ରତିବନ୍ଧକକୁ ଡରନ୍ତି ନାହିଁ । ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ସେ ନିର୍ବାଚନ ଲଢ଼ିବେ । ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ଶ୍ରୀମନ୍ଦିର ସମସ୍ୟାକୁ ନେଇ ନିର୍ବାଚନ ଲଢିବେ ବୋଲି ଉମା ବଲ୍ଲଭ ରଥ କହିଛନ୍ତି । ତେବେ ଦଳର ଆର୍ଥିକ ସାହାଯ୍ୟ ଦରକାର ହେଉଥିବା ବେଳେ ଲୋକଙ୍କ ଠାରୁ ଆର୍ଥିକ ସାହାଯ୍ୟରେ ସେ ନିର୍ବାଚନ ଲଢ଼ିବେ ବୋଲି ଉମା କହିଛନ୍ତି । ତେବେ ପୁରୀ ଭୋଟର ଆଗାମୀ ଦିନରେ ଜଣେ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ବିଧାନସଭା ପଠାଇଲେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସେ ସ୍ବର ହୋଇ ଲଢିବ । ଜନତା ଜନାର୍ଦ୍ଦନ ଏହାର ଉପଯୁକ୍ତ ନିଷ୍ପତ୍ତି ନେଇ ତାଙ୍କୁ ସମର୍ଥନ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଉମା ବଲ୍ଲଭ ରଥ କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.