କାମାକ୍ଷାନଗରରେ ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ବିଧାୟକ ପ୍ରାର୍ଥୀ - Kamakhyanagar Assembly Constituency

By ETV Bharat Odisha Team

Published : May 2, 2024, 7:17 PM IST

thumbnail
Odisha Assembly Election 2024(Etv Bharat Odisha)

Odisha Assembly Election 2024: ଢେଙ୍କାନାଳ: କାମାକ୍ଷାନଗର ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ବିପ୍ରବର ସାହୁ ଓ ବିଜେପିର ଶତ୍ରୁଘ୍ନ ଜେନା । ଆଜି ଦୁଇ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l କଂଗ୍ରେସର ବିପ୍ରବର ସାହୁ କାମାକ୍ଷାନଗର ସହର ନିକଟବର୍ତ୍ତୀ ଜିରିଡାମାଳି ଠାରୁ ଶତାଧିକ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ସହ ଆସି ନାମାଙ୍କନ ଦାଖଲ କରିଥିବା ବେଳେ ଶତ୍ରୁଘ୍ନ ୫ ଜଣ ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ।    

ଏହା ମଧ୍ୟ ପଢ଼ନ୍ତୁ.. ପୁରୀରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ - Arup Pattanik Files Nomination

ବିପ୍ରବର ପାରମ୍ପରିକ ନୃତ୍ୟ ଓ କଂଗ୍ରେସ ଗ୍ୟାରେଣ୍ଟି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ନିଜର ଗ୍ୟାରେଣ୍ଟି କାର୍ଡ, ଚାଷୀଙ୍କ ସମସ୍ୟା, ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନେଇ ଚଳିତ ନିର୍ବାଚନରେ ନିଜର ସ୍ଥିତି ଦୃଢ କରିଛନ୍ତି। ବିଜେଡି ଓ ବିଜେପିକୁ ଚକମା ଦେବା ପାଇଁ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି l ଏହି ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହ ବିପୁଳ ଭୋଟରେ ବିଜୟୀ ହେବା ନେଇ ଆଶା ରଖିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ l ସେହିଭଳି ଶତ୍ରୁଘ୍ନ ଦିନ ୧ ଟା ବେଳେ ୫ ଜଣ ସମର୍ଥକଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.