ଆସନ୍ତାକାଲି ଓ୍ଵେଲସ୍ପନ ଲିଭିଂ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Feb 16, 2024, 10:57 PM IST

thumbnail

Chief Minister Cuttack Visit: କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୌଦ୍ଵାରରେ 3 ହଜାର 50 କୋଟି ଟଙ୍କାର ଏକ ଟେକ୍ସଟାଇଲ କମ୍ପାନୀ ନିର୍ମାଣ ହେବାକୁ ଯାଉଛି । ଯାହାର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ସ୍ଥାପନ କରିବେ ।    

ଏହା ମଧ୍ୟ ପଢ଼ନ୍ତୁ...  ଖୋର୍ଦ୍ଧାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ, ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା 13ଟି ବସ

ଅଚଳ ଓଟିଏମ ଯାଗାରେ ଓ୍ଵେଲସ୍ପନ ଲିଭିଂ କମ୍ପାନୀ ପ୍ରାୟ ୩ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏକ ଟେକ୍ସଟାଇଲ କାରଖାନା ନିର୍ମାଣ କରିବାକୁ ଯାଉଛି । ଯାହାର ସୂଚନା ଆଜି ଚୌଦ୍ଵାର କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି । ପ୍ରଭାତ କହିଛନ୍ତି ଯେ, ଏହି କାରଖାନାରେ ପ୍ରାୟ ୨୦ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ହୋଇପାରିବ । ଆସନ୍ତାକାଲି ଓଟିଏମ ହାଇସ୍କୁଲ ପଡ଼ିଆରେ ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଏହି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ 2013 ମସିହାରେ ଏହି କମ୍ପାନୀ ହେବା ନେଇ କଟକ ବାସୀଙ୍କୁ ଆଶ୍ବସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଆଜି ବାସ୍ତବ ହେବାକୁ ଯାଉଛି। ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗସ୍ତ ରହିଥିବାରୁ ପୋଲିସ ସମସ୍ତ ସୁରକ୍ଷା ଦିଗକୁ ଯାଞ୍ଚ କରିବା ସହ ପ୍ରଶାସନିକ ଦୃଷ୍ଟିକୋଣରରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଶେଷ ହୋଇଛି।’’  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.